Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ଆଜିର ଖବର

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Media Delegation Visits Tribal Freedom Fighters Museum
Odisha Media Delegation Visits Tribal Freedom Fighters Museum

ଭୁବନେଶ୍ୱର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ସମ୍ପ୍ରତି ଛତିଶଗଡ଼ ଗସ୍ତରେ ଅଛି। ଏହି ପ୍ରତିନିଧି ଦଳ ନୱା ରାୟପୁର ସ୍ଥିତ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛି। ଛତିଶଗଡ଼ର ଏହି ଗସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିବାର ସୁଯୋଗ ଦେଇଛି।

ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ଗଣମାଧ୍ୟମ ପ୍ରତିନିଧିମାନେ ଶହୀଦ ବୀର ନାରାୟଣ ସିଂ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସଂଗ୍ରହାଳୟରେ ଥିବା ୧୬ଟି ଗ୍ୟାଲେରୀରେ ସ୍ଥାପିତ ମୂର୍ତ୍ତି, ଡିଜିଟାଲ ଭାବେ ସାଇତା ରହିଥିବା ସ୍ମୃତିଚିହ୍ନ, ଐତିହାସିକ କାହାଣୀ ଏବଂ ଇଣ୍ଟରଆକ୍ଟିଭ୍‌ ଡିସପ୍ଲେ ଜରିଆରେ ପ୍ରଦର୍ଶିତ ସାହସ ଓ ବଳିଦାନର କାହାଣୀ ବିଷୟରେ ଜାଣି ଗଣମାଧ୍ୟମ ପ୍ରତିନିଧିମାନେ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ଏସବୁ ପ୍ରଦର୍ଶନୀରେ ବିଦେଶୀ ଶାସକଙ୍କ ଶୋଷଣ, ଦମନଲୀଳା ଏବଂ ଅତ୍ୟାଚାର ବିରୋଧରେ ଆଦିବାସୀ ସମ୍ପ୍ରଦାୟର ଦୁର୍ବାର ସଂଘର୍ଷ ପ୍ରଦର୍ଶିତ ହୋଇଛି। ଏଠାରେ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ସେହି ଦୃଢ଼ ସଂକଳ୍ପ ପ୍ରଦର୍ଶିତ ହୋଇଛି ଯାହା ବଳରେ ସେମାନେ ନିଜ ଜମି, ସଂସ୍କୃତି ଏବଂ ସମ୍ମାନର ରକ୍ଷା କରିଛନ୍ତି।

ଏହି ସଂଗ୍ରହାଳୟରେ ହାଲବା କ୍ରାନ୍ତି, ସରଗୁଜା କ୍ରାନ୍ତି, ପାରାଲକୋଟ କ୍ରାନ୍ତି, ଭୋପାଳପଟ୍ଟନମ୍ କ୍ରାନ୍ତି, ମୁରିଆ କ୍ରାନ୍ତି ଏବଂ ଭୂମକାଲ କ୍ରାନ୍ତି ସମେତ ଅନେକ ପ୍ରମୁଖ ଆଦିବାସୀ ଆନ୍ଦୋଳନର ଇତିହାସ ପ୍ରଦର୍ଶିତ ହୋଇଛି। ଛତିଶଗଡ଼ର ଜଣେ ପ୍ରମୁଖ ଆଦିବାସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଶହୀଦ ବୀର ନାରାୟଣ ସିଂହଙ୍କ ଜୀବନୀ ଓ ବଳିଦାନ ମଧ୍ୟ ଏହି ସଂଗ୍ରହାଳୟର ବିଷୟବସ୍ତୁରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି।

ଗଣମାଧ୍ୟମ ପ୍ରତିନିଧି ଦଳ ସଂଗ୍ରହାଳୟ ପରିଦର୍ଶନ କରିବା ସମୟରେ ଝଣ୍ଡା ସତ୍ୟାଗ୍ରହ ଏବଂ ଜଙ୍ଗଲ ସତ୍ୟାଗ୍ରହ ସମେତ ବ୍ୟାପକ ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟର ଅଂଶଗ୍ରହଣ ବିଷୟରେ ଜାଣିବାକୁ ପାଇଥିଲେ। ଏହିସବୁ ସତ୍ୟାଗ୍ରହ ଉପନିବେଶବାଦୀ ଶାସନ ବିରୋଧରେ ହୋଇଥିବା ବିପ୍ଳବରେ ଆଦିବାସୀଙ୍କର ସକ୍ରିୟ ଭୂମିକାକୁ ପ୍ରତିଫଳିତ ହୋଇଥିଲା।

ଟିଆରଟିଆଇର ସହକାରୀ ନିର୍ଦ୍ଦେଶକ ଡକ୍ଟର ଅନିଲ୍ ବିରୁଲକର ଏହି ପରିଦର୍ଶନ ସମୟରେ ମାର୍ଗଦର୍ଶନ କରିଥିଲେ। ସେ ସାମ୍ବାଦିକମାନଙ୍କୁ ପ୍ରଦର୍ଶିତ ସାମଗ୍ରୀ, ଐତିହାସିକ ଘଟଣାବଳୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଐତିହ୍ୟକୁ ସଂରକ୍ଷଣ କରିବାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ପରିଦର୍ଶନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପାରମ୍ପାରିକ ଧାରଣା ବାହାରକୁ ଯାଇ ଛତିଶଗଡ଼ର ଆଦିବାସୀ ସଂସ୍କୃତି ଓ ଐତିହ୍ୟ, ସେମାନଙ୍କ ବିପ୍ଳବର ଇତିହାସ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଗଭୀର ଜ୍ଞାନ ହାସଲ କରିବାର ସୁଯୋଗ ପ୍ରଦାନ କରିଥିଲା।

ଗଣମାଧ୍ୟମ ପ୍ରତିନିଧି ଦଳ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026

ଅପମିଶ୍ରିତ ଫଳ ବିକ୍ରି ଉପରେ ସିଏମ୍‌ସିର ଚଢାଉ: ବିଭିନ୍ନ ଦୋକାନରେ ଯାଞ୍ଚ ଜାରି

September 13, 2026

ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ

September 13, 2026
Latest News

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026

ଅପମିଶ୍ରିତ ଫଳ ବିକ୍ରି ଉପରେ ସିଏମ୍‌ସିର ଚଢାଉ: ବିଭିନ୍ନ ଦୋକାନରେ ଯାଞ୍ଚ ଜାରି

September 13, 2026

ମହାନଦୀ ସୁଅରେ ଭାସିଗଲେ ଯୁବକ: ୨ ଉଦ୍ଧାର, ଜଣେ ନିଖୋଜ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.