Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ
ଆଜିର ଖବର

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ
ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବ୍ରିକ୍‌-ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେସ୍‌ (ବିଆରଆଇସି- ଆଇଏଲ୍ଏସ) ପକ୍ଷରୁ ୧୫ ସେପ୍ଟେମ୍ବର ୨୦୨୬ରେ ପତ୍ର ସୂଚନା କାର୍ଯ୍ୟାଳୟ. (ପିଆଇବି), ଚଣ୍ଡିଗଡ଼ର ଏକ ଟିମ୍‌କୁ ସ୍ୱାଗତ କରାଯାଇଥିଲା। ଅନୁଷ୍ଠାନିକ ମିଡିଆ ଏକ୍ସପୋଜର ଓ ବିଜ୍ଞାନ ଜନସମ୍ପର୍କ କାର୍ଯ୍ୟକ୍ରମର ଅଂଶ ଭାବରେ ଆୟୋଜିତ ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ପ୍ରତିଷ୍ଠାନର ଗବେଷଣା, ସଫଳତା, ଭିତ୍ତିଭୂମି ଓ ସାମାଜିକ ପଦକ୍ଷେପ ସମ୍ପର୍କରେ ପ୍ରତ୍ୟକ୍ଷ ତଥ୍ୟ ପ୍ରଦାନ କରିବା।

ଏହି କାର୍ଯ୍ୟକ୍ରମରେ ପିଆଇବି ଚଣ୍ଡିଗଡ଼ର ନିର୍ଦ୍ଦେଶକ ପ୍ରୀତମ ସିଂହ ଓ ଧରମ ସିଂହଙ୍କ ସମେତ ସାମ୍ବାଦିକ ପୱନ ଶର୍ମା, ଅରୁଣ ନୈଥାନୀ, ସୁମେଶ କୁମାରୀ, କୁଲଦୀପ କୁମାର ଶୁକ୍ଳା, ପରମଜିତ କୌର, ରାକେଶ ଗୁପ୍ତା, ଚମନ ଲାଲ ଓ ପ୍ରୋସନ ବର୍ମନ ଅଂଶଗ୍ରହଣ କରିଥିଲେ।

ବ୍ରିକ-ଆଇଏଲ୍‌ଏସ୍‌ର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ “ବ୍ରିକ-ଆଇଏଲ୍‌ଏସ୍‌: ସଂକ୍ଷିପ୍ତ ବିବରଣୀ, ପ୍ରମୁଖ ସଫଳତା ଏବଂ କାର୍ଯ୍ୟକ୍ରମ” ଶୀର୍ଷକ ଉପରେ ଏକ ପ୍ରଦାନ କରିଥିଲେ। ସେହିପରି ଡକ୍ଟର ନିବେଦିତା ଜେନା ଆଇଏଲ୍‌ଏସ୍‌ ବାୟୋଇନ୍‌କ୍ୟୁବେଟର ସମ୍ପର୍କରେ ସୂଚନା ଦେବା ସହିତ ନବସୃଜନ ଓ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବାରେ ଏହାର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଡକ୍ଟର ସୋମା ଚଟ୍ଟୋପାଧ୍ୟାୟ ଓ ଡକ୍ଟର ପି. ଭି. ରାମଚନ୍ଦର ମଧ୍ୟ ନିଜ ନିଜ ଗବେଷଣା କାର୍ଯ୍ୟ ସମ୍ପର୍କରେ ପିଆଇବି ଟିମ୍‌କୁ ଅବଗତ କରାଇଥିଲେ। ଏଥିରେ ଯଥାକ୍ରମେ ଚିକନ୍‌ଗୁନିଆ ଓ ଶିଶୁମାନଙ୍କଠାରେ ଦେଖାଦେଉଥିବା ବିରଳ ଜେନେଟିକ୍‌ ରୋଗ ସମ୍ପର୍କିତ ଗବେଷଣା ଅନ୍ତର୍ଭୁକ୍ତ ଥିଲା।

ପିଆଇବି ଦଳ ଆଇଏଲ୍‌ଏସ୍‌ର ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିବା ସହିତ ପ୍ରତିଷ୍ଠାନର ବିଭିନ୍ନ ସୁବିଧା ଓ ଗବେଷଣାଗାର ପରିଦର୍ଶନ କରିଥିଲେ। ଏହି ଅବସରରେ ଚାଲିଥିବା ଗବେଷଣା, ବୈଜ୍ଞାନିକ ଅଗ୍ରଗତି ଓ ସାମାଜିକ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା। ବ୍ରିକ୍‌-ଆଇଏଲ୍‌ଏସ୍‌ରେ ହେଉଥିବା ବୈଜ୍ଞାନିକ କାର୍ଯ୍ୟ ପ୍ରତି ପିଆଇବି ଟିମ୍‌ ଗଭୀର ଆଗ୍ରହ ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ।

ଶେଷରେ ଏହି ପରିଦର୍ଶନ ଏକ ପାରସ୍ପରିକ ପ୍ରଶ୍ନୋତ୍ତର ଅଧିବେଶନ ସହିତ ଶେଷ ହୋଇଥିଲା। ଏହା ବୈଜ୍ଞାନିକ ସମ୍ପ୍ରଦାୟ ଓ ଗଣମାଧ୍ୟମ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ସହ ବୈଜ୍ଞାନିକ ସଫଳତା ଏବଂ ଏହାର ସାମାଜିକ ଗୁରୁତ୍ୱ ସମ୍ପର୍କରେ ବ୍ୟାପକ ଜନପ୍ରସାରରେ ସହାୟକ ହୋଇଥିଲା।

ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ପିଆଇବି ବିଜ୍ଞାନ ପ୍ରସାର ବ୍ରିକ-ଆଇଏଲ୍‌ଏସ୍‌ ଭୁବନେଶ୍ୱର ମିଡିଆ ଏକ୍ସପୋଜର
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି, ୫୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା

October 7, 2026

FD ଉପରେ ବ୍ୟାଙ୍କର ମନମାନି ଚଳିବନି! ସୁଧ ହାର ହ୍ରାସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ

October 7, 2026

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026
Latest News

ଚିଲିକା ମଝିରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି, ୫୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା

October 7, 2026

ୟୁରିକ୍ ଏସିଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଜାଣନ୍ତୁ କେଉଁ ଖାଦ୍ୟ ଖାଇବେ ଓ କାହାଠାରୁ ଦୂରେଇ ରହିବେ

October 7, 2026

FD ଉପରେ ବ୍ୟାଙ୍କର ମନମାନି ଚଳିବନି! ସୁଧ ହାର ହ୍ରାସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ

October 7, 2026

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.