Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କୁ ସଂଯୁକ୍ତ ଏବଂ ସୁରକ୍ଷିତ ରଖୁଛି ଜିଓ ନେଟୱାର୍କ
ଆଜିର ଖବର

ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କୁ ସଂଯୁକ୍ତ ଏବଂ ସୁରକ୍ଷିତ ରଖୁଛି ଜିଓ ନେଟୱାର୍କ

September 20, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କୁ ସଂଯୁକ୍ତ ଏବଂ ସୁରକ୍ଷିତ ରଖୁଛି ଜିଓ ନେଟୱାର୍କ
ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କୁ ସଂଯୁକ୍ତ ଏବଂ ସୁରକ୍ଷିତ ରଖୁଛି ଜିଓ ନେଟୱାର୍କ

ଭୁବନେଶ୍ୱର: ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସମୁଦ୍ର ସର୍ବଦା ଅନିଶ୍ଚିତତାର ସ୍ଥାନ ହୋଇ ରହିଆସିଛି। ପାରାଦୀପରୁ ବାହାରୁଥିବା ଏକ ଡଙ୍ଗା ଭରପୂର ମାଛ ଧରି ଚାରି ଦିନ ମଧ୍ୟରେ ଫେରିଆସିପାରେ। କିମ୍ବା ପଶ୍ଚିମବଙ୍ଗ ବା ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଇ ସମୁଦ୍ରରେ ମାଛ ଧରି ଦୁଇ ସପ୍ତାହ ବିତିଯାଇପାରେ। ପ୍ରତ୍ୟେକ ଯାତ୍ରାରେ ଡିଜେଲ୍, ଖାଦ୍ୟ ଏବଂ ପାନୀୟ ଜଳ ଇତ୍ୟାଦି ପାଇଁ ବଡ଼ ଅର୍ଥ ବିନିଯୋଗ କରିବାକୁ ପଡ଼ିଥାଏ; ଏଥିସହିତ ଡଙ୍ଗା ନ ଫେରିବା ପର୍ଯ୍ୟନ୍ତ କୂଳରେ ଥିବା ପରିବାରବର୍ଗ ଯାତ୍ରା କିପରି ଚାଲିଛି ସେ ବିଷୟରେ ପ୍ରାୟତଃ କିଛି ଜାଣିପାରନ୍ତି ନାହିଁ।

ବର୍ତ୍ତମାନ ଏହି ସ୍ଥିତି ଧୀରେ ଧୀରେ ବଦଳୁଛି। ସମୁଦ୍ର ହୁଏତ ଏବେ ମଧ୍ୟ ଅନିଶ୍ଚିତ ରହିଛି, କିନ୍ତୁ ଯୋଗାଯୋଗ ସଂଯୋଗ ବା କନେକ୍ଟିଭିଟି ଉପଲବ୍ଧ ହେବା ମତ୍ସ୍ୟଜୀବୀମାନଙ୍କୁ ସେହି ଅନିଶ୍ଚିତତାର ମୁକାବିଲା କରିବା ପାଇଁ ଏକ ଉପାୟ ଆଣିଦେଇଛି। ଉପକୂଳ ଅଞ୍ଚଳ ଏବଂ ସମୁଦ୍ର ଭିତରକୁ କିଛି କିଲୋମିଟର ପର୍ଯ୍ୟନ୍ତ ଜିଓ ନେଟୱାର୍କ ପହଞ୍ଚିବା ଫଳରେ, ମତ୍ସ୍ୟଜୀବୀମାନେ କୂଳରୁ ଦୂରରେ ଥିଲେ ମଧ୍ୟ ସଂଯୁକ୍ତ ରହିପାରୁଛନ୍ତି।

ପାରାଦୀପର ଜଣେ ମତ୍ସ୍ୟଜୀବୀ ହରେକୃଷ୍ଣ ମଲ୍ଲିକ, ଯିଏ ବର୍ଷ ବର୍ଷ ଧରି ସମୁଦ୍ରରେ ମାଛ ଧରିଆସୁଛନ୍ତି, ତାଙ୍କ ପାଇଁ ଏହି ପରିବର୍ତ୍ତନ ସରଳ ହେଲେ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସମୁଦ୍ର ମଧ୍ୟରେ ଥାଇ ଘରକୁ ଫୋନ୍ କରିପାରିବା ଅର୍ଥ ହେଉଛି ସେ ପରିବାର ସହ କଥା ହେଇ ସମସ୍ତେ ସୁସ୍ଥ ଥିବା ଜାଣିପାରୁଛନ୍ତି।

ତେବେ ସମୁଦ୍ରରେ ଯୋଗାଯୋଗ ସଂଯୋଗ ଉପଲବ୍ଧ ହେବା ତାଙ୍କ କାମ କରିବାର ଶୈଳୀକୁ ମଧ୍ୟ ବଦଳାଇ ଦେଇଛି। ସେ ଏବେ ଡଙ୍ଗା ଫେରିବା ସମୟରେ ଆଗୁଆ ଫୋନ୍ କରିପାରୁଛନ୍ତି, ଯାହା ଫଳରେ ଡଙ୍ଗା ମାଲିକ, ପରିବାର ଏବଂ କୂଳରେ ଥିବା ପ୍ରିୟଜନମାନଙ୍କୁ ପ୍ରସ୍ତୁତି ପାଇଁ ସମୟ ମିଳିପାରୁଛି। ଏଥିସହିତ ସମୁଦ୍ରର କେଉଁ ଅଂଚଳରେ ଅଧିକ ମାଛ ରହିଛନ୍ତି ସେ ବିଷୟରେ ଯାତ୍ରା ସମୟରେ ସୂଚନା ମଧ୍ୟ ପାଇପାରୁଛନ୍ତି, ଯାହା ପୂର୍ବରୁ କେବଳ ଅନୁମାନକୁ ଆଧାର କରୁଥିବା ବ୍ୟବସ୍ଥାରୁ ଏକ ଯୋଜନାବଦ୍ଧ ବ୍ୟବସ୍ଥାରେ ପରିଣତ ହୋଇଛି ଏବଂ ଭଲ ମାଛ ଧରାଯିବାର ଲକ୍ଷ୍ୟକୁ ସାକାର କରୁଛି। ମୋବାଇଲ ସଂଯୋଗ ଉପଲବ୍ଧ ହେବାପରେ ଯେତେବେଳେ ପାଗ ଖରାପ ହେଉଛି, ଡଙ୍ଗା ମାଲିକ ଘୂର୍ଣ୍ଣିବାତ୍ୟା କିମ୍ବା ଲଘୁଚାପ ବିଷୟରେ କର୍ମଚାରୀମାନଙ୍କୁ ସତର୍କ କରିପାରିବା ସହିତ ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ସମୟ ମିଳିବା ସମ୍ଭବ ହୋଇଛି। ମୋବାଇଲ ଯୋଗାଯୋଗରେ ସଂଯୁକ୍ତ ରହିବା ସମୁଦ୍ରରେ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରୁଥିବା ମଲ୍ଲିକ କହିଛନ୍ତି।

ସମୁଦ୍ରତଟରେ ମଧ୍ୟ ସୁବିଧା

ପାରାଦୀପରେ ଦୁଇଟି ମାଛଧରା ଡଙ୍ଗାର ମାଲିକ ଜ୍ଞାନରଞ୍ଜନ ମହାନ୍ତିଙ୍କ ପାଇଁ, ଉପକୂଳ ଓ ସମୁଦ୍ରରେ ଯୋଗାଯୋଗ ସଂଯୋଗ ବା ମୋବାଇଲ କନେକ୍ଟିଭିଟି ମିଳିବା ତାଙ୍କ ବ୍ୟବସାୟକୁ ଅଧିକ ନିଶ୍ଚିତତା ଆଣିଛି, ଯେଉଁଠାରେ ପାରମ୍ପରିକ ଭାବରେ ଅନେକ କିଛି ଅନୁମାନ ଓ ସୁଯୋଗ ଉପରେ ନିର୍ଭର କରିଥାଏ।

ଜ୍ଞାନରଞ୍ଜନଙ୍କ କହିବା ଅନୁଯାୟୀ ଉପକୂଳରେ ଜିଓର ନିର୍ଭରଯୋଗ୍ୟ ମୋବାଇଲ୍ ସଂଯୋଗ ରହିଥିବା କାରଣରୁ ଅଧିକାଂଶ ମତ୍ସ୍ୟଜୀବୀ ସେମାନଙ୍କ ଫୋନ ପାଇଁ ଜିଓ ସିମ୍ ବ୍ୟବହାର କରନ୍ତି। ଏବେ ଡଙ୍ଗା ସମୁଦ୍ରକୁ ଯିବା ପରେ କେବଳ ଫେରିବା ପାଇଁ ଅପେକ୍ଷା କରିବା ପରିବର୍ତ୍ତେ, ସେ ଧରା ହୋଇଥିବା ମାଛ ପରିମାଣ ଏବଂ ଗୁଣବତ୍ତା ସମେତ ମାଛ ଧରିବା ବିଷୟରେ ନିୟମିତ ସୂଚନା ପାଇପାରିଛନ୍ତି। କେତେକ ସମୟରେ, ସମୁଦ୍ରରେ ଥିବା ସମୟରେ ମତ୍ସ୍ୟଜୀବୀ ତାଙ୍କୁ ସିଧାସଳଖ ଡଙ୍ଗାରୁ ମାଛ ଦେଖାଇବା ପାଇଁ ଭିଡିଓ କଲ୍ ମଧ୍ୟ କରୁଥିବା ସେ କହିଛନ୍ତି।

ମୋବାଇଲ ସଂଯୋଗ ଯୋଗୁଁ ଆଗୁଆ ଡଙ୍ଗା ଫେରିବା ସୂଚନା ମିଳିବା ଫଳରେ ତାଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ସମୟ ମିଳିଯାଉଛି। ମାଛଧରି ଫେରିଆସୁଥିବା ଆଗୁଆ ସୂଚନା ମିଳିବା ଯୋଗୁଁ ସେ ଡଙ୍ଗା କୂଳରେ ପହଞ୍ଚିବା ପୂର୍ବରୁ ବରଫ, ପ୍ୟାକେଜିଂ ଏବଂ ଖଲାସ ଶ୍ରମିକ ବ୍ୟବସ୍ଥା କରିବା ସହଜ ହୋଇଛି। ମାଛ କିଣୁଥିବା ବ୍ୟବସାୟୀ ବା କ୍ରେତାମାନଙ୍କୁ ମଧ୍ୟ ଆଗୁଆ ସୂଚନା ଦିଆଯାଇପାରୁଛି, ଯାହା ଦ୍ଵାରା ଡଙ୍ଗା ପହଞ୍ଚିବା ସଂଗେ ସଂଗେ ମାଛ ବିକ୍ରି ହୋଇଯାଉଛି ଏବଂ ଗରମରେ ବାହାରେ ରହି ନଷ୍ଟ ହେବା ବେଶ କମ ହୋଇଯାଇଛି।

ଜ୍ଞାନରଞ୍ଜନଙ୍କ ପାଇଁ, ଏହି ଯୋଗାଯୋଗ ସଂଯୋଗ ମାଛ ଧରିବାର ଅର୍ଥନୀତିକୁ ଅଧିକ ବ୍ୟବସ୍ଥିତ ଓ ପୂର୍ବାନୁମାନଯୋଗ୍ୟ କରିଛି। ପ୍ରତି ଥର ଡିଜେଲ, ବରଫ ଏବଂ ଶ୍ରମିକ ଭଳି ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ରହିଥିବା ବେକେ ବିଳମ୍ବ କିମ୍ବା ମାଛ ପରିମାଣ କମ ହେବା ବ୍ୟବସାୟର ଲାଭ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଠିକ ସମୟରେ ସଠିକ ସୂଚନା ତାଙ୍କୁ ଅଧିକ ଦକ୍ଷତାର ସହିତ ଯୋଜନା କରିବାରେ ଏବଂ ଅପଚୟ ହ୍ରାସ କରିବାରେ ସାହାଯ୍ୟ କରୁଥିବା ସେ କହିଛନ୍ତି।

ସମୁଦ୍ରରେ ମୋବାଇଲ ସଂଯୋଗର ବାସ୍ତବ ଉପଯୋଗୀତା

ପ୍ରତ୍ୟେକ ଦିନ ଓଡ଼ିଶାର ଉପକୂଳରୁ ବାହାରୁଥିବା ହଜାର ହଜାର ମତ୍ସ୍ୟଜୀବୀଙ୍କ ମଧ୍ୟରେ ଏହି ଅଭିଜ୍ଞତାକୁ ଦେଖିଲେ ବଡ଼ ପ୍ରଭାବ ସ୍ପଷ୍ଟ ହେଉଛି। ଉପକୂଳରେ ଜିଓର ନେଟୱାର୍କ ସମୁଦ୍ରର ପ୍ରବୃତ୍ତିକୁ ପରିବର୍ତ୍ତନ କରିପାରିବ ନାହିଁ କିମ୍ବା ମାଛ ଧରିବାର ପରିମାଣ ସ୍ଥିର କରିପାରିବ ନାହିଁ; କିନ୍ତୁ ଏହା ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ପରିବାର ସହିତ ସମ୍ପର୍କରେ ରହିବା, ପରିବର୍ତ୍ତିତ ପାଣିପାଗ ପରିସ୍ଥିତିରେ ଯଥାଶୀଘ୍ର ପଦକ୍ଷେପ ନେବା, ସେମାନଙ୍କ ବ୍ୟବସାୟକୁ ଭଲ ଭାବରେ ଯୋଜନା କରିବା ଏବଂ ସମୁଦ୍ରରେ ଜୀବିକାର କିଛି ଅନିଶ୍ଚିତତାକୁ ହ୍ରାସ କରିବାରେ ସାହାଯ୍ୟ କରୁଛି। ପିଢ଼ି ପରେ ପିଢ଼ି ଧରି ଜୁଆରର ଅନିଶ୍ଚିତ ତାଳ ସହିତ ଜୀବିକା ନିର୍ବାହ କରୁଥିବା ଏକ ସମୁଦାୟ ପାଇଁ, ଏହା କୌଣସି ଛୋଟ କଥା ନୁହେଁ। ନୀରବରେ ଯାତ୍ରା କରିବା ଏବଂ ଜିଓ ଯୋଗାଯୋଗ ସଂଯୋଗ ସହିତ ଯାତ୍ରା କରିବା ମଧ୍ୟରେ ଏହା ହିଁ ପାର୍ଥକ୍ୟ।

ଓଡ଼ିଶାର ମତ୍ସ୍ୟଜୀବୀ ଜିଓ ନେଟୱାର୍କ
Share. Facebook Twitter LinkedIn Email WhatsApp Copy Link

Related Posts

ଏସ. ଜୟଶଙ୍କର ଏବଂ ସିବିଆଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଏସଆଇଆର ନୋଟିସ: ଜାଣନ୍ତୁ କାହିଁକି?

September 20, 2026

ବିଧାନସଭା ଅଧିବେଶନ ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୩୦ ପ୍ଲାଟୁନ୍ ପୁଲିସ

September 20, 2026

“ଦେଶର ବାତାବରଣ ନଷ୍ଟ କରିବାର ଷଡ଼ଯନ୍ତ୍ର”: ହମିଦ ଅନସାରୀଙ୍କୁ ଟାର୍ଗେଟ କଲେ ଇମାମ ଇଲିଆସି

September 20, 2026

ପୂର୍ବତନ ଟିଏମସି ବିଧାୟକଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆକ୍ରମଣ: ବିଜେପି ଉପରେ ଅଭିଯୋଗ

September 20, 2026
Latest News

ଏସ. ଜୟଶଙ୍କର ଏବଂ ସିବିଆଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଏସଆଇଆର ନୋଟିସ: ଜାଣନ୍ତୁ କାହିଁକି?

September 20, 2026

ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କୁ ସଂଯୁକ୍ତ ଏବଂ ସୁରକ୍ଷିତ ରଖୁଛି ଜିଓ ନେଟୱାର୍କ

September 20, 2026

ବିଧାନସଭା ଅଧିବେଶନ ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୩୦ ପ୍ଲାଟୁନ୍ ପୁଲିସ

September 20, 2026

“ଦେଶର ବାତାବରଣ ନଷ୍ଟ କରିବାର ଷଡ଼ଯନ୍ତ୍ର”: ହମିଦ ଅନସାରୀଙ୍କୁ ଟାର୍ଗେଟ କଲେ ଇମାମ ଇଲିଆସି

September 20, 2026

ପୂର୍ବତନ ଟିଏମସି ବିଧାୟକଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଆକ୍ରମଣ: ବିଜେପି ଉପରେ ଅଭିଯୋଗ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.