ଭୁବନେଶ୍ୱର: ଚକ୍ରଧରପୁର ମଣ୍ଡଳରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଧାରିତ ତାରିଖଗୁଡ଼ିକରେ କେତେକ ଟ୍ରେନର ଚଳାଚଳରେ ପରିବର୍ତ୍ତନ କରାଯାଇଛି।
ନିମ୍ନଲିଖିତ ଟ୍ରେନ ଗୁଡ଼ିକ ବାତିଲ ରହିବ:
ଟ୍ରେନ୍ ନଂ ୧୮୩୦୯ ସମ୍ବଲପୁର -ଜାମ୍ମୁ ତୱି ସେପ୍ଟେମ୍ବର ୨୨, ୨୪ ଏବଂ ୨୬ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୮୩୧୦ ଜମ୍ମୁ ତୱି-ସମ୍ବଲପୁର ସେପ୍ଟେମ୍ବର ୨୫, ୨୭ ଏବଂ ୨୯ ତାରିଖରେ ବାତିଲ ରହିବ।
ସେହିପରି, ଟ୍ରେନ ନଂ ୨୨୮୬୧ ହାୱାଡ଼ା – କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ସେପ୍ଟେମ୍ବର ୨୫, ୨୭, ୨୯ ଏବଂ ଅକ୍ଟୋବର ୧ ଓ ୨ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୨୨୮୬୨ କଣ୍ଟାବାଞ୍ଜି- ହାୱାଡ଼ା ଇସ୍ପାତ ଏକ୍ସପ୍ରେସ ସେପ୍ଟେମ୍ବର ୨୬, ୨୮, ୩୦ ଏବଂ ଅକ୍ଟୋବର ୨ ଓ ୩ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୨୮୭୧ ହାୱାଡ଼ା- ଜୁନାଗଡ଼ ରୋଡ୍ ସେପ୍ଟେମ୍ବର ୨୬, ୨୮ ଏବଂ ୩୦ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୨୮୭୨ ଜୁନାଗଡ଼ ରୋଡ୍- ହାୱାଡ଼ା ସେପ୍ଟେମ୍ବର ୨୭, ୨୯ ଏବଂ ଅକ୍ଟୋବର ୧ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୫୦୨୮ ଗୋରଖପୁର-ସମ୍ବଲପୁର ମୌର୍ଯ୍ୟ ଏକ୍ସପ୍ରେସ ଅକ୍ଟୋବର ୧ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୫୦୨୭ ସମ୍ବଲପୁର – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ ଅକ୍ଟୋବର ୩ ତାରିଖରେ ବାତିଲ ରହିବ।
ଟ୍ରେନ ନଂ ୧୮୪୫୨/୧୮୪୫୧ ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ଉଭୟ ପଟୁ ଅକ୍ଟୋବର ୨ ତାରିଖରେ ବାତିଲ ରହିବ।
ଟ୍ରେନ ପଥ ପରିବର୍ତ୍ତନ
ନିମ୍ନଲିଖିତ ଟ୍ରେନ ଗୁଡ଼ିକ ଅସ୍ଥାୟୀ ଭାବେ ପରିବର୍ତ୍ତିତ ମାର୍ଗ (ଡାଇଭର୍ସନ) ଦେଇ ଚଳାଚଳ କରିବ :
ଟ୍ରେନ ନଂ ୨୦୮୧୮ ନୂଆଦିଲ୍ଲୀ- ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସେପ୍ଟେମ୍ବର ୨୭, ୨୦୨୬ରେ ଯାତ୍ରା ଆରମ୍ଭ କରିବାକୁ ଥିବା ଏହି ଟ୍ରେନ୍ଟି ଏହାର ପୂର୍ବ ନିର୍ଦ୍ଧାରିତ ପଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ୍-ଗୋମୋ-ଆନାରା-ପୁରୁଲିଆ ଜଙ୍କସନ୍-ଚାଣ୍ଡିଲ ଜଙ୍କସନ୍-ଚକ୍ରଧରପୁର- ରାଉରକେଲା-ଝାରସୁଗୁଡ଼ା-କଟକ ବଦଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ୍–ଗୋମୋ–ଆଦ୍ରା–ମେଦିନୀପୁର–ହିଜଳୀ–ଭଦ୍ରକ–କଟକ ଦେଇ ଚଳାଚଳ କରିବ।
ସେହିପରି, ଟ୍ରେନ ନଂ ୧୮୪୭୭ ପୁରୀ–ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧, ୨୦୨୬ରେ ଯାତ୍ରା ଆରମ୍ଭ କରିବାକୁ ଥିବା ଏହି ଟ୍ରେନଟି ଏହାର ପୂର୍ବ ନିର୍ଦ୍ଧାରିତ ପଥ କଟକ-ଭଦ୍ରକ-ହିଜଳୀ-ଟାଟାନଗର-ରାଉରକେଲା-ଝାରସୁଗୁଡ଼ା- ଇବ୍ ବଦଳରେ କଟକ–ସମ୍ବଲପୁର ସିଟି–ଝାରସୁଗୁଡ଼ା ରୋଡ଼–ଇବ୍ ଦେଇ ଚଳାଚଳ କରିବ।
ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନଗୁଡ଼ିକ ଧ୍ୟାନରେ ରଖି ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ୍ର ଅଧିକ ସୂଚନା ପାଇଁ ଯାତ୍ରୀମାନେ ନ୍ୟାସନାଲ୍ ଟ୍ରେନ ଏନ୍କ୍ୱାରି ସିଷ୍ଟମ୍ (NTES) କିମ୍ବା ଅଧିକୃତ ରେଳ ଅନୁସନ୍ଧାନ ସେବା ବ୍ୟବହାର କରିପାରିବେ।


