Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର
ଆଜିର ଖବର

ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର

September 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
The main entrance of the Konark Sun Temple has opened.
The main entrance of the Konark Sun Temple has opened.

ଭୁବନେଶ୍ବର: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ-ବିଦେଶର ହଜାର ହଜାର ପର୍ଯ୍ୟଟକଙ୍କ ସୁରକ୍ଷିତ, ସୁଗମ ଓ ଶୃଙ୍ଖଳିତ ଯାତାୟାତ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଏକ ସ୍ୱତନ୍ତ୍ର ଓ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପର୍ଯ୍ୟଟକଙ୍କ ଅତ୍ୟାଧିକ ଭିଡ଼କୁ ନଜରରେ ରଖି ସୋମବାରଠାରୁ ସୂର୍ଯ୍ୟମନ୍ଦିର ସମ୍ମୁଖ ମୁଖ୍ୟ ଗେଟ୍‌କୁ ସମ୍ପୂର୍ଣ୍ଣ ଭାବେ ଖୋଲି ଦିଆଯାଇଛି। ଅନ୍ୟପଟେ ନବଗ୍ରହ ମନ୍ଦିର ସମ୍ମୁଖ ଉତ୍ତର-ପୂର୍ବ କୋଣରେ ଥିବା ଜରୁରୀକାଳୀନ ପ୍ରସ୍ଥାନ ଗେଟ୍‌କୁ ଦୈନନ୍ଦିନ ବ୍ୟବହାର ପାଇଁ ବନ୍ଦ ରଖାଯାଇଛି ଏବଂ ଏହାକୁ କେବଳ ଆପାତକାଳୀନ ସମୟରେ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ପୂର୍ବପରି ସୂର୍ଯ୍ୟମନ୍ଦିରର ପୂର୍ବ ଦିଗ ସମ୍ମୁଖରେ ଥିବା ଗେଟ୍‌ ଦେଇ ହିଁ ପର୍ଯ୍ୟଟକମାନେ ପ୍ରବେଶ ଓ ପ୍ରସ୍ଥାନ କରିବେ। ଆଗାମୀ ଦିନରେ ଏହି ପ୍ରବେଶ ଦ୍ୱାରର ପୁନର୍ଗଠନ କରାଯାଇ ଏକା ସମୟରେ ଶତାଧିକ ପର୍ଯ୍ୟଟକ ଯାତାୟାତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଟିକେଟ କାଉଣ୍ଟରରେ ପ୍ରବଳ ଗହଳିକୁ ଏଡ଼ାଇବା ପାଇଁ ପୂର୍ବରୁ ଥିବା କାଉଣ୍ଟରଗୁଡ଼ିକର କ୍ଷମତା ମଧ୍ୟ ବୃଦ୍ଧି କରାଯିବ। ଏଏସଆଇ ପକ୍ଷରୁ ଏହାର ସମସ୍ତ ନକ୍ସା ଓ ମାନଚିତ୍ର ପ୍ରସ୍ତୁତ କରାଯାଇ ଅନୁମୋଦନ ମିଳିସାରିଛି। ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଠିକାଦାର ନିଯୁକ୍ତି ଦିଆଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସ୍ଥାନୀୟ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ସୂଚନା ଦେଇଛନ୍ତି।

ବର୍ତ୍ତମାନ ମନ୍ଦିର ସମ୍ମୁଖ ମୁଖ୍ୟ ପ୍ରବେଶ ପଥରେ ଥିବା ସ୍କାନର ଗେଟ୍‌ ବ୍ୟବସ୍ଥାକୁ ହଟାଇ ଦିଆଯାଇ ଟିକେଟ କାଉଣ୍ଟର ସମ୍ମୁଖ ରାସ୍ତାକୁ ଆହୁରି ୨୫ ଫୁଟ୍‌ ପ୍ରଶସ୍ତ କରାଯିବ। ଏଥିସହିତ ମୁଖ୍ୟ ଗେଟ୍‌କୁ ମଧ୍ୟ ଅଧିକ ଚଉଡ଼ା କରାଯିବ, ଯାହାଫଳରେ ପର୍ଯ୍ୟଟକମାନେ ଆରାମରେ ଯାତାୟାତ କରିପାରିବେ ଏବଂ ଦିବ୍ୟାଙ୍ଗମାନଙ୍କ ଯାତାୟାତ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହାବ୍ୟତୀତ ରାସ୍ତାର ଡାହାଣ ପାର୍ଶ୍ୱରେ ଏକା ସମୟରେ ୫ ହଜାର ପର୍ଯ୍ୟଟକଙ୍କ ସାମଗ୍ରୀ ରଖିବା କ୍ଷମତାବିଶିଷ୍ଟ ଏକ କ୍ଲକ୍‌ ରୁମ୍‌ ନିର୍ମାଣ କରାଯିବ। କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ପାଇଁ ଏକ ମଡ୍ୟୁଲାର୍‌ ସ୍ମାରକୀ ଗୃହ  ରଖାଯିବ। ଫଳରେ ପର୍ଯ୍ୟଟକମାନେ ଟିକେଟ୍‌ ନେଇ ଅଧିକ ସମୟ ଧାଡ଼ିରେ ନ ଛିଡ଼ା ହୋଇ ନିଜର ସାମଗ୍ରୀ ଅମାନତ ଗୃହରେ ରଖି ସିଧାସଳଖ ମନ୍ଦିର ପରିସରକୁ ପ୍ରବେଶ କରିପାରିବେ। ଏହାସହିତ ପ୍ରଥମ ଥର ପାଇଁ ଏଏସଆଇ ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ଏକ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଉଛି। ଏହି ସମସ୍ତ ପୁନର୍ଗଠନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଆଗାମୀ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଭିଡ଼କୁ ସଠିକ୍‌ ଭାବେ ନିୟନ୍ତ୍ରଣ ଓ ପରିଚାଳନା କରାଯାଇପାରିବ।

କୋଣାର୍କ ସୂର୍ଯ୍ୟମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଗରିବ ରୋଗୀଙ୍କୁ ମିଳିପାରେ ବଡ଼ ସହାୟତା, ଆୟୁଷ୍ମାନ ଯୋଜନାରେ ଅଙ୍ଗ ପ୍ରତିରୋପଣ ପ୍ରସ୍ତାବ

October 19, 2026

ନିର୍ବାଚନ କମିଶନ ବିବାଦରେ ନୂଆ ମୋଡ଼, ଜଗନଙ୍କ ମତକୁ ନେଇ ରାଜନୀତି ସରଗରମ

October 19, 2026

ଅର୍ଥନୈତିକ ସଙ୍କଟ ନା ରାଜନୈତିକ ଅସନ୍ତୋଷ? ଫ୍ରାନ୍ସରେ ଆନ୍ଦୋଳନର ପ୍ରକୃତ କାରଣ

October 19, 2026

ଶକ୍ତିପୀଠରେ ମହାନବମୀ ପୂଜା, ମଣ୍ଡପରେ ମହାଅଷ୍ଟମୀ; ଉତ୍ସବମୁଖର ପରିବେଶ

October 19, 2026
Latest News

ଗରିବ ରୋଗୀଙ୍କୁ ମିଳିପାରେ ବଡ଼ ସହାୟତା, ଆୟୁଷ୍ମାନ ଯୋଜନାରେ ଅଙ୍ଗ ପ୍ରତିରୋପଣ ପ୍ରସ୍ତାବ

October 19, 2026

ନିର୍ବାଚନ କମିଶନ ବିବାଦରେ ନୂଆ ମୋଡ଼, ଜଗନଙ୍କ ମତକୁ ନେଇ ରାଜନୀତି ସରଗରମ

October 19, 2026

ଅର୍ଥନୈତିକ ସଙ୍କଟ ନା ରାଜନୈତିକ ଅସନ୍ତୋଷ? ଫ୍ରାନ୍ସରେ ଆନ୍ଦୋଳନର ପ୍ରକୃତ କାରଣ

October 19, 2026

Tiger Shroff Firing Case: ଗୁଳିକାଣ୍ଡ ପରେ ଟାଇଗରଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

October 19, 2026

ଶକ୍ତିପୀଠରେ ମହାନବମୀ ପୂଜା, ମଣ୍ଡପରେ ମହାଅଷ୍ଟମୀ; ଉତ୍ସବମୁଖର ପରିବେଶ

October 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.