Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର
ଆଜିର ଖବର

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର
ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

ଭୁବନେଶ୍ୱର: ଆଇନର କ୍ଷେତ୍ର ଓ ପରିସର ଦିନକୁ ଦିନ ବ୍ୟାପକ ହେଉଥିବାରୁ ବର୍ତ୍ତମାନ ଆଇନ ଶିକ୍ଷା ପ୍ରତି ଆକର୍ଷଣ ବୃଦ୍ଧି ପାଇଛି ବୋଲି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର କହିଛନ୍ତି।

“ଆଇନ ପେସା ଆପଣଙ୍କୁ ନ୍ୟାୟ ସପକ୍ଷରେ ଛିଡ଼ା ହେବା ଏବଂ ନ୍ୟାୟରୁ ବଂଚିତ ଲୋକଙ୍କ ନିମନ୍ତେ ସ୍ୱର ହେବାର ସୁଯୋଗ ପ୍ରଦାନ କରେ,” ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସ୍‌ଏନ୍‌ଆଇଏଲ୍‌)ର୧୬ତମ ଅନୁସ୍ଥାପନ କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଜଷ୍ଟିସ୍ ମହାପାତ୍ର ଏହା କହିଥିଲେ।

“ଆଇନର ଏହି ଅଦ୍ଭୁତ ଜଗତକୁ ଆପଣମାନଙ୍କୁ ସ୍ୱାଗତ,” ବୋଲି କହିବା ସହ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ପାଂଚଟି ମୂଳମନ୍ତ୍ର ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ଆଇନ କ୍ଷେତ୍ରରେ ସଫଳତା ପାଇଁ ନିଷ୍ଠା, ଧୈର୍ଯ୍ୟ ଓ ଦୃଢ଼ତା ସହିତ ଅଭ୍ୟାସ ଓ କାର୍ଯ୍ୟଦକ୍ଷତା ଆବଶ୍ୟକ। ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ।

ବିଶିଷ୍ଟ ଆଇନ ବିଶେଷଜ୍ଞ ଫାଲି ଏସ୍‌. ନାରିମାନଙ୍କ ଉକ୍ତିକୁ ଉଦ୍ଧୃତ କରି ଜଷ୍ଟିସ୍ ମହାପାତ୍ର କହିଥିଲେ ଯେ, ଥରେ ଆଇନର ଛାତ୍ର ହେଲେ ଜୀବନବ୍ୟାପୀ ଆଇନର ଛାତ୍ର ହୋଇ ରହିବାକୁ ପଡ଼ିଥାଏ।

ଯେକୌଣସି କ୍ଷେତ୍ରରେ ସଫଳତା ପାଇଁ ନିଷ୍ଠା ଓ ଆଗ୍ରହ ଆବଶ୍ୟକ ଏବଂ ଆଇନ ପେସା ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ ବୋଲି ସେ କହିଥିଲେ। ସମାଜ ଆଇନର ଶାସନ ଦ୍ୱାରା ପରିଚାଳିତ ହେଉଥିବାରୁ ଛାତ୍ରଛାତ୍ରୀମାନେ ଧୈର୍ଯ୍ୟର ସହ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଆଇନ ପେସାରେ ଆଗକୁ ବଢ଼ିବା ପାଇଁ ଦୃଢ଼ତା ଆବଶ୍ୟକ। ନିଜର ଦକ୍ଷତାକୁ ଶାଣିତ କରିବା ପାଇଁ ନିରନ୍ତର ଅଭ୍ୟାସ ସହ ପେସାଗତ ସଚ୍ଚୋଟତା ବଜାୟ ରଖି ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଜଣେ ଆଇନଜୀବୀଙ୍କୁ ପ୍ରଥମେ ମହକିଲଙ୍କ କଥା ଧ୍ୟାନର ସହ ଶୁଣିବା, ଆଇନଗତ ପ୍ରସଙ୍ଗଗୁଡ଼ିକୁ ପରୀକ୍ଷା କରିବା ଏବଂ ଅଦାଲତରେ ମାମଲା ଯୁକ୍ତି କରିବା ପୂର୍ବରୁ ସମ୍ଭାବନାଗୁଡ଼ିକୁ ତର୍ଜମା କରିବା ଆବଶ୍ୟକ ବୋଲି ସେ କହିଥିଲେ।
“ଅଦାଲତକୁ ବୁଝାଇବା ପୂର୍ବରୁ ଆପଣଙ୍କୁ ନିଜେ ନିଶ୍ଚିତ ହେବାକୁ ପଡ଼ିବ ଯେ ଆପଣଙ୍କ ଯୁକ୍ତିର ଦୃଢ଼ ଆଧାର ରହିଛି। ଏହାକୁ ଦସ୍ତାବିଜ ଓ ପୂର୍ବର ରାୟ ଦ୍ୱାରା ସମର୍ଥନ କରିବାକୁ ପଡ଼ିବ। ଅଦାଲତକୁ ନିଜ ଯୁକ୍ତି ସହ ଏକମତ କରାଇବାର ଦକ୍ଷତା ଜଣେ ଆଇନଜୀବିଙ୍କ ନିକଟରେ ରହିବା ଆବଶ୍ୟକ,”ବୋଲି ସେ କହିଥିଲେ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଏହି ବିଶ୍ୱବିଦ୍ୟାଳୟ ଉଚ୍ଚମାନର ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱାରୋପ କରେ ବୋଲି କହିଥିଲେ।
ଏସ୍‌ଏନ୍‌ଆଇଏଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରି କହିଥିଲେ ଯେ ଆଇନ ଏଭଳି ଏକ ପେସା ଯେଉଁଥିରେ ବୌଦ୍ଧିକ ସଚ୍ଚୋଟତା, ସମ୍ବିଧାନ ପ୍ରତି ପ୍ରତିବଦ୍ଧତା, ନୈତିକ ଦାୟିତ୍ୱ ଓ ନ୍ୟାୟ ଆଶା କରୁଥିବା ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଆବଶ୍ୟକ।

ଏସ୍‌ଏନ୍‌ଆଇଏଲ୍ ଏହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଲୋଚନାତ୍ମକ ଭାବେ ପଢ଼ିବା, ଯୁକ୍ତିସଙ୍ଗତ ଚିନ୍ତା କରିବା, ଦାୟିତ୍ୱର ସହ ଯୁକ୍ତି ଉପସ୍ଥାପନ କରିବା, ପ୍ରଭାବଶାଳୀ ଭାବେ ସଂସୂଚୀତ କରିବା ସହ ସମ୍ବିଧାନ ଓ ଆଇନର ଶାସନର ମର୍ଯ୍ୟାଦା ବଜାୟ ରଖିବାର ମନୋଭାବ ବିକଶିତ କରିବାକୁ ଚେଷ୍ଟିତ ବୋଲି ସେ କହିଥିଲେ। ଏସ୍‌ଏନ୍‌ଆଇଏଲ୍‌ର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଆକାଶ ତ୍ରିଖା ଧନ୍ୟବାଦ ଅର୍ପଣ କରିଥିଲେ।

ଆଦିତ୍ୟ କୁମାର ମହାପାତ୍ର ଓଡିଶା ହାଇକୋର୍ଟ ସୋଆ ହାଇକୋର୍ଟର ବିଚାରପତି
Share. Facebook Twitter LinkedIn Email WhatsApp Copy Link

Related Posts

ସାମୂହିକ ପଦକ୍ଷେପ ଓ ଆଚରଣ ପରିବର୍ତ୍ତନରେ ରୂପାନ୍ତରିତ ହେଉଛି ଗ୍ରାମୀଣ ପରିମଳ ବ୍ୟବସ୍ଥା

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଜଙ୍ଗଲି ଭାଲୁ ଆକ୍ରମଣରେ ଦୁଇ ଗୁରୁତର: ଜଣେ ଆହତ

September 21, 2026

ତ୍ରୁଟିମୁକ୍ତ ନୂଆ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ: ବିଦ୍ୟାଳୟଗୁଡ଼ିକରେ ପହଞ୍ଚିଲା ସଂଶୋଧିତ ବହି

September 21, 2026
Latest News

ନ୍ୟାୟରୁ ବଂଚିତଙ୍କ ସ୍ୱର ହୁଅନ୍ତୁ: ଆଇନ ଛାତ୍ରଛାତ୍ରୀଙ୍କୁ ଜଷ୍ଟିସ୍ ମହାପାତ୍ର

September 21, 2026

ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ

September 21, 2026

ସାମୂହିକ ପଦକ୍ଷେପ ଓ ଆଚରଣ ପରିବର୍ତ୍ତନରେ ରୂପାନ୍ତରିତ ହେଉଛି ଗ୍ରାମୀଣ ପରିମଳ ବ୍ୟବସ୍ଥା

September 21, 2026

ଗଭୀର ଅବପାତର ରୂପ ନେବ ଲଘୁଚାପ, ସର୍ବାଧିକ ୭୫ କିଲୋମିଟର ବେଗରେ ବହିବ ପବନ

September 21, 2026

ଜଙ୍ଗଲି ଭାଲୁ ଆକ୍ରମଣରେ ଦୁଇ ଗୁରୁତର: ଜଣେ ଆହତ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.