ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ର ପିଇଓ (ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ) କାର୍ତ୍ତିକେଶ୍ୱର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଜି ସକାଳୁ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। କାର୍ତ୍ତିକେଶ୍ୱର ବର୍ତ୍ତମାନ କଟାଭାଲ ଗ୍ରାମ ପଞ୍ଚାୟତରେ ପିଇଓ ଭାବେ କାର୍ଯ୍ୟରତ ଥିବା ବେଳେ ଫିରିଙ୍ଗିମାଲ ଓ ଗୌରେନମୁଣ୍ଡା ପଞ୍ଚାୟତର ଅତିରିକ୍ତ ପିଇଓ (ଇନ୍-ଚାର୍ଜ) ଦାୟିତ୍ୱ ମଧ୍ୟ ତୁଲାଉଥିଲେ। ବରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ତଲାସୀ ଅଭିଯାନ ଚାଲିଛି। ଭିଜିଲାନ୍ସ ବିଭାଗରର ୫ ଜଣ DSP, ୮ ଜଣ ଇନ୍ସପେକ୍ଟର, ୨ ଜଣ ASI ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଦ୍ୱାରା ଏହି ଚଢ଼ାଉ ଜାରି ରହିଛି ।


