Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ ଚିକିତ୍ସାର ଲୋକପ୍ରିୟତା ବଢ଼ିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ
ଆଜିର ଖବର

ଆୟୁଷ ଚିକିତ୍ସାର ଲୋକପ୍ରିୟତା ବଢ଼ିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

September 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Health and Family Welfare Minister Dr. Mukesh Mahaling and others on the occasion of the observance of the 11th Ayurveda Day.
Health and Family Welfare Minister Dr. Mukesh Mahaling and others on the occasion of the observance of the 11th Ayurveda Day.

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ଆୟୁର୍ବେଦ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଓ ଗୁଣବତ୍ତା ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ବ୍ୟୟରେ ୫୭୭ରୁ ଅଧିକ ଆୟୁଷ ପ୍ରକଳ୍ପ ଅନୁମୋଦିତ ହୋଇଛି। ମୟୂରଭଞ୍ଜର ରାଇରଙ୍ଗପୁରଠାରେ ୮୫.୭୮ କୋଟି ଟଙ୍କା ବ୍ୟୟରେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ। ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସ୍ପିଟାଲ ଏବଂ ଜଟଣୀରେ ୧୦୦ ଶଯ୍ୟା ବିଶିଷ୍ଟ ନେଚୁରୋପାଥି ହସ୍ପିଟାଲ ଭୂମିପୂଜନ ହୋଇସାରିଛି। ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ୩ଟି ନୂତନ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ନୂଆପଡ଼ା ଓ ନୟାଗଡ଼ରେ ୨ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସ୍ଥାପନ ପାଇଁ ୨୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ଏହା ଫଳରେ ଆୟୁଷ ଶିକ୍ଷା ଅଧିକ ବିକାଶ କରିବ ବୋଲି ୧୧ ତମ ଆୟୁର୍ବେଦ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କହିଛନ୍ତି।

ଭୁବନେଶ୍ୱର ସ୍ଥିତ ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି ଯେ ଆୟୁଷ ସେବାର ଗୁଣବତ୍ତା ବୃଦ୍ଧି ପାଇଁ ସମସ୍ତ ସରକାରୀ ଆୟୁଷ ମେଡ଼ିକାଲ କଲେଜ ଏବଂ ୧୧୯୧ଟି ଆୟୁଷ ଔଷଧାଳୟରେ ହାଉସକିପିଂ, ପରିଚ୍ଛନ୍ନତା, ସୁରକ୍ଷା ଓ ଲିନେନ୍ ବ୍ୟବସ୍ଥା ସୁଦୃଢ଼ କରାଯାଇଛି। ସରକାରୀ ଆୟୁର୍ବେଦ ଓ ହୋମିଓପାଥିକ ହସ୍ପିଟାଲରେ ୧୬ ପ୍ରକାରର ମାଗଣା ପାଥୋଲୋଜି ପରୀକ୍ଷା ଏବଂ ଆବଶ୍ୟକ ଆୟୁଷ ଔଷଧର ନିରବଚ୍ଛିନ୍ନ ଯୋଗାଣ ପାଇଁ ୨୧.୪୭ କୋଟି ଟଙ୍କା ବ୍ୟୟ କରାଯାଉଛି। କିଛି ଜିଲ୍ଲାରେ ପଞ୍ଚକର୍ମ ସୁବିଧା ଆରମ୍ଭ ହୋଇଥିବା ବେଳେ ଇ-ସଞ୍ଜୀବନୀ ମେଡ଼ିସିନ ସେବା ମାଧ୍ୟମରେ ୫୦ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶେଷଜ୍ଞ ପରାମର୍ଶ ଯୋଗାଇ ଦିଆଯାଉଛି।

ଏହା ସହ ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସୁଦୃଢ଼ କରାଯାଇଛି। ଆୟୁଷ ଶିକ୍ଷା ଓ ମାନବ ସମ୍ବଳ ବିକାଶ ଦିଗରେ ମଧ୍ୟ ଷ୍ଟାଇପେଣ୍ଡ ଓ ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି, ୪ ହଜାରରୁ ଊର୍ଦ୍ଧ୍ୱ ଆୟୁଷ ଡାକ୍ତରଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ ଭଳି ପଦକ୍ଷେପ ନିଆଯାଇଛି। ଯୋଗ, ଆୟୁର୍ବେଦ ଓ ହୋମିଓପାଥି ସମ୍ପର୍କରେ ଜନସଚେତନତା ପାଇଁ ବିଭିନ୍ନ ଶିବିର ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆୟୁଷ କ୍ଷେତ୍ରରେ ଭିତ୍ତିଭୂମି, ଚିକିତ୍ସା, ଶିକ୍ଷା, ମାନବ ସମ୍ବଳ ଓ ଡିଜିଟାଲ୍ ସେବାର ସମନ୍ୱିତ ବିକାଶ ମାଧ୍ୟମରେ ଓଡ଼ିଶା ଏକ ସୁଦୃଢ଼ ଓ ଲୋକାଭିମୁଖୀ ଆୟୁଷ ବ୍ୟବସ୍ଥା ଗଠନ ଦିଗରେ ଆଗକୁ ବଢ଼ୁଛି। ଏହି ପ୍ରୟାସ ‘ବିକଶିତ ଓଡ଼ିଶା–୨୦୩୬’ ଓ ‘ବିକଶିତ ଭାରତ–୨୦୪୭’ର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। ଏହି ଅବସରରେ ଖାରବେଳ ଭବନ, ଲୋକସେବା ଭବନ ଏବଂ ବିଧାନସଭା ପରିସରରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଏକାମ୍ର(ଭୁବନେଶ୍ୱର) ବାବୁ ସିଂ, ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ, ଆୟୁଷ ନିର୍ଦ୍ଦେଶିକା ଅର୍ଚ୍ଚନା ଦାସ ପଟ୍ଟନାୟକ, ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଡେପୁଟି ସୁପେରିଟେନଡେଣ୍ଟ ଚିତ୍ତ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଆୟୁର୍ବେଦ ଦିବସ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ନିଆଳି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ; ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ଅଧିକାରୀ

September 23, 2026

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

September 23, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026
Latest News

ଆୟୁଷ ଚିକିତ୍ସାର ଲୋକପ୍ରିୟତା ବଢ଼ିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

September 23, 2026

ନିଆଳି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ; ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ଅଧିକାରୀ

September 23, 2026

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

September 23, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ଲଗାଣ ବର୍ଷା ସ୍ଥିତିର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.