Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସାମର ମୋଇଦମ ଏବଂ ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ଆଜିର ଖବର

ଆସାମର ମୋଇଦମ ଏବଂ ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସାମର ମୋଇଦମ ଏବଂ ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି
ଆସାମର ମୋଇଦମ ଏବଂ ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର: ଆସାମ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ରାଜ୍ୟର ଦୁଇଟି ପ୍ରମୁଖ ଐତିହ୍ୟ ସ୍ଥଳୀ ପରିଦର୍ଶନ କରିଛନ୍ତି। ଓଡ଼ିଆ ସାମ୍ବାଦିକମାନେ ନୂତନ ଭାବେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ହାସଲ କରିଥିବା ଆସାମ ଚରାଇଦେଓସ୍ଥିତ ଆହୋମ ରାଜବଂଶର ପବିତ୍ର ମୋଇଦମ ବୁଲି ଦେଖିଛନ୍ତି। ଏହାସହିତ ସେମାନେ ଶିବସାଗର ସ୍ଥିତ ପ୍ରାଚୀନ ଐତିହ୍ୟ ପରିସର ମଧ୍ୟ ଗସ୍ତ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟ, (ପିଆଇବି) ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି ଆନ୍ତଃରାଜ୍ୟ ଗଣମାଧ୍ୟମ ଗସ୍ତର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ରାଜ୍ୟର ସାଂସ୍କୃତିକ ଓ ଐତିହାସିକ ତଥ୍ୟ ବିଷୟରେ ଜ୍ଞାନ ଆହରଣ କରିବା ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା। ଗସ୍ତ କାଳରେ ସାମ୍ବାଦିକମାନେ ଉତ୍ତର ପୂର୍ବ ଭାରତର ପ୍ରାଚୀନ ଐତିହ୍ୟ ସମ୍ପର୍କରେ ସବିଶେଷ ଜ୍ଞାନ ଆହରଣ କରିଥିଲେ। ଆସାମ ସରକାର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଏହି ପ୍ରାଚୀନ ଐତିହ୍ୟଗୁଡ଼ିକୁ ସଂରକ୍ଷଣ ପ୍ରୟାସ କରି ଆସୁଛନ୍ତି।

ଏଏସଆଇର ଅଧିକାରୀମାନେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳକୁ ଚରାଇଦେଓ ସ୍ଥିତ ପବିତ୍ର ସମାଧି ସ୍ଥଳ ପରିଦର୍ଶନ କରାଇଥିଲେ। ଏଏସଆଇ ଅଧିକାରୀମାନେ କହିଥିଲେ ଯେ, ତାଇ-ଆହୋମ ବଂଶର ପ୍ରତିଷ୍ଠାତା ଥଲେ ଚାଓ ଲୁଙ୍ଗ ସିଉ-କା-ଫା ଏବଂ ଦୀର୍ଘ ଛଅ ଶତାବ୍ଦୀ ଧରି ବ୍ରହ୍ମପୁତ୍ର ଉପତ୍ୟକା ଅଞ୍ଚଳରେ ତାଙ୍କ ରାଜବଂଶ ଶାସନ କରିଥିଲେ। ସେ ହିଁ ୧୨୫୩ ଖ୍ରୀଷ୍ଟାବ୍ଦରେ ଏହାକୁ ପ୍ରତିଷ୍ଠା କରିଥିଲେ। ଚାରାଇଦେଓ ମୋଇଦମଗୁଡ଼ିକ ହେଉଛନ୍ତି ମାଟି ନିର୍ମିତ ସମାଧି ସ୍ତୂପ। ଏଗୁଡ଼ିକ ଭାରତର ଏକ ଅନନ୍ୟ ପରମ୍ପରାକୁ ପ୍ରତିଫଳିତ କରିଥା’ନ୍ତି। ଭାରତର ୪୩ତମ ଐତିହ୍ୟ ସ୍ଥଳୀ ତଥା ଉତ୍ତର-ପୂର୍ବାଞ୍ଚଳର ପ୍ରଥମ ସାଂସ୍କୃତିକ ସ୍ଥଳ ଭାବେ ଏଗୁଡ଼ିକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିଛି। ପ୍ରତ୍ୟେକ ମୋଇଦମ ଭିତରେ ରାଜକୀୟ ଅବଶେଷ ରଖିବା ପାଇଁ ଏକ ଭୂତଳ ଗମ୍ବୁଜାକୃତି କକ୍ଷ ରହିଛି। ଏହା ଉପରେ ଏକ ଅର୍ଦ୍ଧ-ଗୋଲାକାର ମାଟି ସ୍ତୂପ ଏବଂ ଉପରିସ୍ତ ଭାଗରେ ଅଷ୍ଟଭୁଜାକୃତି ମଣ୍ଡପ ବା ଚୌ-ଚାଲି ରହିଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଅନନ୍ୟ ରାଜକୀୟ ସମାଧୀ ସ୍ଥଳ ସହ ଏହାକୁ ତୁଳନା କରାଯାଇପାରିବ ଯାହା ଅନ୍ତିମ ସଂସ୍କାର ସହ ଜଡ଼ିତ ଏକ ଅଭିନବ ପରମ୍ପରାର ନିଦର୍ଶନ।

ଏହାପରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧିମାନେ ଆହୋମ ରାଜବଂଶର ଐତିହାସିକ ରାଜଧାନୀ ଓ ରଙ୍ଗଘର ପରିଦର୍ଶନ କରିଥିଲେ। ଶିବସାଗରରେ ଥିବା ଏହି ସ୍ଥାନ ଆହୋମ ରାଜବଂଶର ଗୌରବଶାଳୀ ଇତିହାସର ବାର୍ତ୍ତା ଦେଇଥାଏ। ତଲାତାଲ ଘରରେ, ସାମ୍ବାଦିକମାନେ ରାଜପ୍ରାସାଦର ଅତ୍ୟାଧୁନିକ ସାମରିକ ସ୍ଥାପତ୍ୟ ଦେଖିଥିଲେ। ଏଥିରେ ମାଟି ତଳେ ଥିବା ସେନା ବାରାକ୍‌ ଏବଂ ପ୍ରତିରକ୍ଷା ସୁଡ଼ଙ୍ଗ ରହିଛି। ଏସିଆର ସର୍ବପ୍ରାଚୀନ ଧର୍ମନିରପେକ୍ଷ ଗୋଲାକାର କ୍ରୀଡ଼ା ମଞ୍ଚ ବା ଆମ୍ପିଥିଏଟର୍‌ ଦେଖି ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ। ସେମାନେ ଏହାର ଦୁଇ ମହଲା ବିଶିଷ୍ଟ ନୌକା ଆକୃତିର ମଣ୍ଡପ ବୁଲି ଦେଖିଥିଲେ। ଶେଷରେ ସେମାନେ ପବିତ୍ର ଶିବଡୋଲ ପରିସରକୁ ଯାଇଥିଲେ। ଏହାକୁ ସବୁଠୁ ଉଚ୍ଚ ଐତିହାସିକ ମନ୍ଦିର ଶିଖର କୁହାଯାଏ। ଏଠାରେ ବିଷ୍ଣୁ ଡୋଲ ଏବଂ ଦେବୀ ଡୋଲ ମନ୍ଦିର ମଧ୍ୟ ରହିଛି।

ପ୍ରାମାଣିକ ଆହୋମ ସ୍ଥାପତ୍ୟ ଗ୍ରନ୍ଥ ଚାଙ୍ଗରୁଙ୍ଗ ଫୁକାନରେ ଉଲ୍ଲେଖ ଥିବା ଜୈବିକ ଗୃହ ନିର୍ମାଣ ମିଶ୍ରଣ ଏବଂ ଏହି ଜାତୀୟ ଐତିହ୍ୟଗୁଡ଼ିକୁ ମଜବୁତ ରଖିବା ଲାଗି କରାଯାଇଥିବା ଆଧୁନିକ ବୈଜ୍ଞାନିକ ଉପାୟ ବିଷୟରେ ମଧ୍ୟ ସାମ୍ବାଦିକମାନଙ୍କୁ ଅବଗତ କରାଯାଇଥିଲା। ସେମାନେ ବାୟୋସାଇଡଲ୍‌ ସଫେଇ, ଜିଓଟେକ୍ନିକାଲ ଷ୍ଟାବିଲାଇଜେସନ ଏବଂ ପାରାମିଟର ଡ୍ରେନେଜ୍‌ ବ୍ୟବସ୍ଥା ବିଷୟରେ ମଧ୍ୟ ସୂଚନା ପାଇଥିଲେ।

 

ଐତିହ୍ୟ ସ୍ଥଳୀ ଡ଼ିଶା ଗଣମାଧ୍ୟମ ପ୍ରତିନିଧି ମୋଇଦମ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026
Latest News

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026

ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର, ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.