Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟରେ ସୁଧାର: କ୍ୱାରେଣ୍ଟାଇନ୍‌ରେ ଚାଲିଛି ନିୟମିତ ଡାକ୍ତରୀ ଯାଞ୍ଚ
ଆଜିର ଖବର

୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟରେ ସୁଧାର: କ୍ୱାରେଣ୍ଟାଇନ୍‌ରେ ଚାଲିଛି ନିୟମିତ ଡାକ୍ତରୀ ଯାଞ୍ଚ

September 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟରେ ସୁଧାର: କ୍ୱାରେଣ୍ଟାଇନ୍‌ରେ ଚାଲିଛି ନିୟମିତ ଡାକ୍ତରୀ ଯାଞ୍ଚ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କ୍ୱାରେଣ୍ଟାଇନ୍‌ରେ ଥିବା ୫ଟି ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ବିଶେଷକରି ସେମାନଙ୍କ ହିମୋଗ୍ଲୋବିନ୍ ସ୍ତରରେ ସୁଧାର ଆସୁଥିବା ନେଇ ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ୍ତ ମୀରାସେ ସୂଚନା ଦେଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖାଯିବା ସହ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା ନିରନ୍ତର କରାଯାଉଛି। ଏହି କ୍ରମରେ ସମସ୍ତ ୫ ଶାବକଙ୍କର ‘ସିବିସି’ (କମ୍ପ୍ଲିଟ ବ୍ଲଡ୍‌ କାଉଣ୍ଟ) ପରୀକ୍ଷା ଶେଷ ହୋଇଛି, ଯାହା ମାଧ୍ୟମରେ ରକ୍ତର ବିଭିନ୍ନ ମାନଦଣ୍ଡକୁ ଯାଞ୍ଚ କରାଯାଉଛି। ଏଥିସହ ‘M3’ ଶାବକର ହିମୋଗ୍ଲୋବିନ୍ ବୃଦ୍ଧି ପାଇଁ ‘ଏରିଥ୍ରୋପୋଇଟିନ୍’ ଇଞ୍ଜେକ୍ସନ ଦିଆଯାଉଛି। ହିମୋଗ୍ଲୋବିନ୍ ସ୍ତର ବଢ଼ିବା ସେମାନଙ୍କ ଆରୋଗ୍ୟର ଏକ ସକାରାତ୍ମକ ସଙ୍କେତ ବୋଲି ଡାକ୍ତରୀ ଟିମ୍ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଭୋଗରାଇ ଅଞ୍ଚଳରୁ ଉଦ୍ଧାର କରାଯିବା ପରେ ଏହି ୫ ଓରାଙ୍ଗଉଟାନ୍ ଶାବକଙ୍କୁ ନନ୍ଦନକାନନ ଅଣାଯାଇଥିଲା। ସଂକ୍ରମଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ଦୂରରେ ରଖିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଲ୍‌ରେ ରଖାଯାଇଛି। ବିଶେଷଜ୍ଞ ଡାକ୍ତରୀ ଟିମ୍ ସେମାନଙ୍କ ଖାଦ୍ୟପେୟ, ଆଚରଣ ଓ ଶାରୀରିକ ସ୍ଥିତିକୁ ନିୟମିତ ମନିଟର କରୁଛନ୍ତି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ଭଲ ଥିବା ବେଳେ ଆଗାମୀ ଦିନରେ ମଧ୍ୟ ସେମାନଙ୍କ ବ୍ୟବହାର ଓ ଆହାର ଉପରେ କ୍ରମାଗତ ନଜର ରଖାଯିବ।

ଓରାଙ୍ଗଉଟାନ୍ କ୍ୱାରେଣ୍ଟାଇନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Latest News

ଖାଦ୍ୟ ବିଷାକ୍ତ କାରଣରୁ ୮୪ ସୀମା ସୁରକ୍ଷା ବଳ ଯବାନ ହସ୍ପିଟାଲରେ ଭର୍ତ୍ତି

October 15, 2026

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.