Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର
ଆଜିର ଖବର

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର
ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ‘ନଶାମୁକ୍ତି ଯୁବ-ବିକଶିତ ଭାରତ ୨.୦’ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଶାମୁକ୍ତ ଭାରତ ଅଭିଯାନର ଆହ୍ୱାନକ୍ରମେ, ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ବିଷୟରେ ସଚେତନ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ସେମାନଙ୍କର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି. କେ. ପାତ୍ର ଯୁବଶକ୍ତିକୁ ଦେଶ ଗଠନରେ ନିୟୋଜିତ କରିବା ସହ ନିଶା ଠାରୁ ଦୂରେଇ ରହି ସୁସ୍ଥ ଓ ଶୃଙ୍ଖଳିତ ଜୀବନ ବାଛିବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଏନଏସଏସର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହା ଯୋଗ ଦେଇ ନଶାମୁକ୍ତ ଭାରତ ଅଭିଯାନକୁ ଏକ ଜନଆନ୍ଦୋଳନ ବୋଲି ବର୍ଣ୍ଣନା କରିବା ସହ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଏହାର ଦୂତ ହୋଇ ଗାଁ, ବସ୍ତି ଓ ନିଜ ଶିକ୍ଷାନୁଷ୍ଠାନରେ ସଚେତନତାର ବାର୍ତା ପହଂଚାଇବାକୁ ଆହ୍ୱାନ ଦେଇଥିଲେ।

ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ଆପଣାଇବା ସହ ଖେଳ, ଯୋଗ ଓ ସାଂସ୍କୃତିକ କାର୍ଯ୍ୟକଳାପରେ ମନୋନିବେଶ କରି ନିଶା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଆଇଟିଇଆରର ଡିନ୍ ପ୍ରଫେସର ପି. କେ. ସାହୁ ସାଙ୍ଗସାଥୀଙ୍କ ଚାପ ଓ ଅନୁଚିତ ପ୍ରଲୋଭନ ପ୍ରତି ସତର୍କ ରହିବା ସହ ନିଶା ସେବନର ପ୍ରଥମ ପ୍ରସ୍ତାବକୁ ଦୃଢ଼ତାର ସହ ‘ନା’ କହିବାକୁ ପରାମର୍ଶ ଦେଇଥିଲେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ବିଶେଷଜ୍ଞ ଡାକ୍ତରମାନେ ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଯକୃତ, ହୃଦୟ ଓ ମସ୍ତିଷ୍କକୁ କିପରି କ୍ଷତି ପହଂଚାଏ, ସେ ବିଷୟରେ ବୁଝାଇଥିଲେ। ଏହାସହ ନିଶା, ଅବସାଦ, ଆର୍ଥିକ ସଙ୍କଟ, ପାଠପଢ଼ାରେ ବାଧା ଓ କ୍ୟାରିୟରରେ କ୍ଷତିର କାରଣ ହୋଇପାରେ ବୋଲି ସେମାନେ ସଚେତନ କରାଇଥିଲେ।

ଡାକ୍ତର ଅବିନାଶ ମିଶ୍ର ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ନିଶାକୁ ମନର ଶୂନ୍ୟତା ସହ ଯୋଡ଼ି ବ୍ୟାଖ୍ୟା କରିଥିଲେ ଏବଂ ଆତ୍ମସଂଯମ ଓ ସକାରାତ୍ମକ ଜୀବନଦୃଷ୍ଟି ଗଢ଼ିବା ପାଇଁ ପ୍ରତିଦିନ ଭଗବଦ୍‌ଗୀତା ପାଠ କରିବା ଓ ଆଧ୍ୟାତ୍ମିକ ଜୀବନ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ସୋଆ ଏନ୍‌ଏସ୍‌ଏସ୍‌ର କୋଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ ନିଜ ଉଦ୍‌ବୋଧନରେ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ି ଓ ଏନ୍‌ଏସ୍‌ଏସ୍ ସ୍ୱୟଂସେବକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସଚେତନତାର ବାର୍ତାକୁ ନିଜ ଜୀବନରେ ପାଳନ କରିବା ସହ ପରିବାର, ସାଙ୍ଗସାଥୀ ଓ ସମାଜ ମଧ୍ୟରେ ପହଂଚାଇବାକୁ ସେ ଉତ୍ସାହିତ କରିଥିଲେ। ଡକ୍ଟର କନକଲତା ଓଝା କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଶେଷରେ ଶତାଧିକ ଛାତ୍ରଛାତ୍ରୀ ନଶାମୁକ୍ତ ଭାରତ ଗଠନର ଶପଥ ନେଇଥିଲେ। ସଚେତନ, ସୁସ୍ଥ ଓ ନିଶାମୁକ୍ତ ଯୁବପିଢ଼ି ହିଁ ସୁଦୃଢ଼ ସମାଜ ଏବଂ ବିକଶିତ ଭାରତ ଗଠନର ଆଧାର-ଏହି ବାର୍ତା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

ଆଇଟିଇଆର ନରେନ୍ଦ୍ର ମୋଦୀ ନିଶାମୁକ୍ତ ଯୁବପିଢ଼ି ବିକଶିତ ଭାରତ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026

ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ

September 26, 2026

‘ବିକଶିତ ଭାରତ’ର ସଂକଳ୍ପକୁ ଆଗେଇ ନେବ ନବୋନ୍ମେଷର ତରଙ୍ଗ: ପ୍ରହ୍ଲାଦ ଯୋଶୀ

September 26, 2026
Latest News

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026

ଜେନ୍-ଜି ଯୁବପିଢ଼ିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’: ଖଞ୍ଜଣି ବଜାଇ ଗାଇଲେ ଭଜନ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.