Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ
ଆଜିର ଖବର

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ
ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

ଭୁବନେଶ୍ୱର: ନିରାପଦ, ପ୍ରଭାବପୂର୍ଣ୍ଣ ଓ ରୋଗୀକେନ୍ଦ୍ରିକ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବାରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ ଅଲ୍‌ଟିମେଟ୍ ମେଡିକେୟାର (ସମ୍ମମ) ପକ୍ଷରୁ ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ ହୋଇଯାଇଛି।

“ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟ ମାନଙ୍କୁ ସଶକ୍ତ କରିବା” ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଓ ହସ୍ପିଟାଲର ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ମେଡିକାଲ ସୁପରିନ୍‌ଟେଣ୍ଡଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ଫାର୍ମାସିଷ୍ଟ ମାନଙ୍କ ବଦଳୁଥିବା ଦାୟିତ୍ୱ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନରେ ସେମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ।

ସ୍ୱାଗତ ଭାଷଣରେ ଫାର୍ମାସି ବିଭାଗର ମୁଖ୍ୟ ଦିଲ୍ଲୀପ କୁମାର ଦାସମହାପାତ୍ର କହିଥିଲେ ଯେ ଫାର୍ମାସିଷ୍ଟ ମାନଙ୍କ ଭୂମିକା କେବଳ ଔଷଧ ବଂଟନରେ ସୀମିତ ନୁହେଁ । ଔଷଧ ସୁରକ୍ଷା ସୁନିଶ୍ଚିତ କରିବା, ଔଷଧର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଦେବା, ରୋଗୀଙ୍କୁ ପରାମର୍ଶ ଦେବା ଓ ଉତମ ଚିକିତ୍ସା ଫଳାଫଳ ପାଇଁ ସହଯୋଗ କରିବା ମଧ୍ୟ ସେମାନଙ୍କ ଦାୟିତ୍ୱ।

ଏହି ଅବସରରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା-ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏକ ବାର୍ତା ଦେଇ କହିଥିଲେ ଯେ ଚିକିତ୍ସା ବିଷୟକ ଜ୍ଞାନ ଓ ଏହାର ନିରାପଦ ଏବଂ ପ୍ରଭାବଶାଳୀ ପ୍ରୟୋଗ ମଧ୍ୟରେ ଫାର୍ମାସିଷ୍ଟମାନେ ଏକ ଅତ୍ୟାବଶ୍ୟକ ସେତୁ ଭାବେ କାର୍ଯ୍ୟ କରିଥାନ୍ତି। ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଜ୍ଞାନ, ପ୍ରଯୁକ୍ତି ଓ ପେସାଗତ ବିକାଶର ସୁଯୋଗ ମାଧ୍ୟମରେ ଫାର୍ମାସିଷ୍ଟ ମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ନାୟକ କହିଥିଲେ।

ସମ୍ ଅଲ୍‌ଟିମେଟ୍ ମେଡିକେୟାରର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ତାଙ୍କ ବାର୍ତାରେ ରୋଗୀସେବା ପ୍ରତି ଫାର୍ମାସିଷ୍ଟ ମାନଙ୍କ ନିଷ୍ଠାକୁ ପ୍ରଶଂସା କରି ସେମାନଙ୍କୁ ବହୁବିଭାଗୀୟ ସ୍ୱାସ୍ଥ୍ୟସେବା ଦଳର ଅବିଚ୍ଛିନ୍ନ ଅଂଶ ବୋଲି ବର୍ଣ୍ଣନା କରିଥିଲେ। ରୋଗୀମାନଙ୍କୁ ସଠିକ୍ ଔଷଧ, ସଠିକ୍ ପ୍ରକ୍ରିୟାରେ ଓ ସଠିକ୍ ସମୟରେ ପହଂଚାଇବା ସୁନିଶ୍ଚିତ କରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରୋଗୀସେବା ଓ ସଂଗଠନ ପ୍ରତି ନିଷ୍ଠାପୂର୍ଣ୍ଣ ସେବା ଏବଂ ମୂଲ୍ୟବାନ ଅବଦାନ ପାଇଁ ଫାର୍ମାସିଷ୍ଟ ଓ ଅନ୍ୟ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା।

କ୍ଲିନିକାଲ ଫାର୍ମାକୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅତିଥି, ପରିଚାଳନା କର୍ତୃପକ୍ଷ, ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଓ ଅଂଶଗ୍ରହଣକାରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଆଧୁନିକ ସ୍ୱାସ୍ଥ୍ୟସେବାରେ ଫାର୍ମାସିଷ୍ଟମାନଙ୍କ ବୃଦ୍ଧି ପାଉଥିବା ଗୁରୁତ୍ୱକୁ ଉଜାଗର କରିଥିଲା। ଏକ ଅଧିକ ନିରାପଦ, ସୁଦୃଢ଼ ଓ ସୁସ୍ଥ ଭବିଷ୍ୟତ ଗଠନରେ ସେମାନଙ୍କ ଅବଦାନକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ସଶକ୍ତିକରଣର ଆବଶ୍ୟକତା ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା।

‘ଫାର୍ମାଭାନ୍‌ଟେଜ୍ ୨୦୨୬’ ବିଶ୍ୱ ଫାର୍ମାସିଷ୍ଟସ ଦିବସ ସମ୍ ଅଲ୍ଟିମେଟ୍ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026
Latest News

ଓଡ଼ିଶାରୁ ବିଦାୟ ନେଲେ ବିଦାୟୀ ରାଜ୍ୟପାଳ

October 16, 2026

ପ୍ରେମୀ ଯୁଗଳଙ୍କୁ ଫାଶୀଦଣ୍ଡ

October 16, 2026

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.