Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍
ଆଜିର ଖବର

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍
ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ କେତେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନ୍‌କୁ ଆଂଶିକ ଭାବେ ବାତିଲ କରାଯାଇ କୋରାପୁଟରୁ ଯାତ୍ରା ଆରମ୍ଭ କିମ୍ବା କୋରାପୁଟଠାରେ ଯାତ୍ରା ସମାପ୍ତ କରାଯିବ।

ବାତିଲ ହୋଇଥିବା ଟ୍ରେନ୍

ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ବାତିଲ ରହିବ:

୨୬ ସେପ୍ଟେମ୍ବର ୨୦୨୬ରେ ଟ୍ରେନ୍ ନଂ. ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ୍

୨୭ ସେପ୍ଟେମ୍ବର ୨୦୨୬ରେ:

ଟ୍ରେନ୍ ନଂ. ୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର୍
ଟ୍ରେନ୍ ନଂ. ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର୍
ଟ୍ରେନ୍ ନଂ. ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ୍
ଟ୍ରେନ୍ ନଂ. ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ୍
ଟ୍ରେନ୍ ନଂ. ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ୍

କୋରାପୁଟଠାରେ ଯାତ୍ରା ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) କରାଯିବ।

ଟ୍ରେନ୍ ନଂ. ୧୮୦୦୫ ହାୱଡ଼ା–ଜଗଦଲପୁର ଏକ୍ସପ୍ରେସ୍, ଯାହା ୨୫ ସେପ୍ଟେମ୍ବର ୨୦୨୬ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିଛି, ଏହାର ଯାତ୍ରା କୋରାପୁଟଠାରେ ସମାପ୍ତ ହେବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

ସେହିଭଳି ଟ୍ରେନ୍ ନଂ. ୧୮୦୦୬ ଜଗଦଲପୁର–ହାୱଡ଼ା ଏକ୍ସପ୍ରେସ୍, ଯାହା ୨୭ ସେପ୍ଟେମ୍ବର ୨୦୨୬ରେ ଜଗଦଲପୁର ପରିବର୍ତ୍ତେ ଏହା କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

ଟ୍ରେନ୍ ନଂ. ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍, ଯାହା ୨୬ ସେପ୍ଟେମ୍ବର ୨୦୨୬ରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ, ଏହାର ଯାତ୍ରା କୋରାପୁଟଠାରେ ସମାପ୍ତ ହେବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

ଟ୍ରେନ୍ ନଂ. ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍, ଯାହା ୨୭ ସେପ୍ଟେମ୍ବର ୨୦୨୬ରେ ଜଗଦଲପୁର ପରିବର୍ତ୍ତେ ଏହା କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

ଏଥିସହିତ, ଟ୍ରେନ୍ ନଂ. ୨୨୮୩୯/୨୨୮୪୦ ଭୁବନେଶ୍ୱର–ରାଉରକେଲା–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ୨୭ ସେପ୍ଟେମ୍ବର ୨୦୨୬ରେ ଲିଙ୍କ୍ ଟ୍ରେନ୍ ବିଳମ୍ବ ହେତୁ ବାତିଲ ରହିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

ପୂର୍ବତଟ ରେଳପଥ ବାତିଲ ହେଲା ଟ୍ରେନ୍ ଭୂସ୍ଖଳନ ମାଲିଗୁଡ଼ା–ଛତଡିପୁଟ ଷ୍ଟେସନ ରାୟଗଡ଼ା ଡିଭିଜନ ରେଳ ସେବା ପ୍ରଭାବିତ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ସୋଆ ଏସ୍‌ପିଏସ୍‌ରେ ବିଶ୍ୱ ଫାର୍ମାସିଷ୍ଟିସ ଦିବସ ପାଳିତ

September 26, 2026

ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୬୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ

September 26, 2026

‘ଅର୍ଣ୍ଣବ’ ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ

September 26, 2026
Latest News

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

September 26, 2026

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ସୋଆ ଏସ୍‌ପିଏସ୍‌ରେ ବିଶ୍ୱ ଫାର୍ମାସିଷ୍ଟିସ ଦିବସ ପାଳିତ

September 26, 2026

ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୬୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ

September 26, 2026

‘ଅର୍ଣ୍ଣବ’ ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.