Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗଜପତି ଜିଲ୍ଲାରେ ସ୍ଥାପନ ହେବ ଭୂସ୍ଖଳନ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସ୍ଥାପନ ହେବ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା। ଜିଲ୍ଲାରେ ବାତ୍ୟା ସମୟରେ ଭୂସ୍ଖଳନ ବା ଲ୍ୟାଣ୍ଡ ସ୍ଲାଇଡ୍ ସଂପର୍କରେ ଏହା ବିଶେଷ କରି ଆଗୁଆ ସୂଚନା ପ୍ରଦାନ କରିବାରେ ସହାୟକ ହେବ। “ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍” ବିଶ୍ୱ ବିଦ୍ୟାଳୟ, କେରଳ ତରଫରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସଂପର୍କରେ ଓଡିଶା ସରକାରଙ୍କ ସହିତ ଆଲୋଚନା କରାଯାଇଛି ।

ଆଜି ଏହି ପରିପ୍ରେକ୍ଷୀରେ ମନିଷା ଭି. ରମେଶ, ସ୍କୁଲ ଫର ସଷ୍ଟେନେବଲ ଡେଭଲପମେଣ୍ଟ ତଥା ନିର୍ଦ୍ଦେଶକ, ଅମ୍ରିତା ସେଣ୍ଟର ଫର ଓ୍ୱେରଲେସ୍ ନେଟଓ୍ୱର୍କ ଆଣ୍ଡ ଆପ୍ଲିକେସନସ୍ ଏବଂ ଡଃ. ସୁଦେଶ କେ.ଓ୍ୱାଧାଓ୍ୱାନ୍ , ଏହି କେନ୍ଦ୍ରର  ଭୁ ବିଜ୍ଞାନ ପରାମର୍ଶଦାତା ତଥା ଅଧ୍ୟାପକ ଆଜି ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆଲୋଚନା କରିଛନ୍ତି।

ଏହା ପୂର୍ବରୁ ସେମାନେ ଗଜପତି ଜିଲ୍ଲା ପରିଦର୍ଶନରେ ଯାଇଥିଲେ। ଏ ସଂପର୍କରେ ମଧ୍ୟ ସେମାନେ  ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ  ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପରିଚାଳନା  ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଥିଲେ।

ଏହି ବିଶ୍ୱବିଦ୍ୟାଳୟ ତରଫରୁ ବ୍ୟବସ୍ଥାର କାର୍ଯ୍ୟକାରିତା ସଂପର୍କରେ ଆବଶ୍ୟକ ଜ୍ଞାନ କୌଶଳ ପ୍ରଦାନ କରାଯିବା ସଂପର୍କରେ ଆଲୋଚନା ହୋଇଛି। ଆଜିର ଏହି ଆଲୋଚନା ସମୟରେ ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ଏବଂ ଓସଡମାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟ ଯୋଗୁଁ ପ୍ରଭାବିତ ହେବ ଟ୍ରେନ୍ ସେବା

ଭୁବନେଶ୍ଵର: ପୂର୍ବତଟ ରେଳପଥର କୋଟ୍ଟଭଲସା – କୋରାପୁଟ-କିରନ୍ଦୁଲ ରେଳ ମାର୍ଗରେ ମାନବାର ଓ ଜରତି ରେଳ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଜନିତ ପୁନଃରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ଟ୍ରେନ୍ ସେବା ପ୍ରଭାବିତ ହୋଇଅଛି…

01. ରାଉରକେଲା ଠାରୁ 27 & 28.09.2023 ରେ ଛାଡିବାକୁ ଥିବା 18107 ରାଉରକେଲା-ଜଗଦଳପୁର ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ।

02. ଜଗଦଳପୁରରୁ 28 ଏବଂ 29.09.2023 ରେ ଛାଡ଼ିବାକୁଥିବା 18108 ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଳପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ।

03. ଭୁବନେଶ୍ୱରରୁ 27 ଏବଂ 28.09.2023 ରେ ଛାଡ଼ିବାକୁଥିବା ଭୁବନେଶ୍ୱର-ଜଗଦଳପୁର ହିରାଖଣ୍ଡ ଏକ୍ସପ୍ରେସ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ।

04. ଜଗଦଲପୁରରୁ 28 ଏବଂ 29.09.2023 ରେ ଛାଡିବାକୁ ଥିବା 18448 ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ ଏବଂ ଜଗଦଲପୁରରୁ କୋରାପୁଟ ପର୍ଯ୍ୟନ୍ତ ବାତିଲ ରହିବ।

05. କିରଣ୍ଡୁଲ ଠାରୁ 28 ଏବଂ 29.09.2023 ରେ ଛାଡ଼ିବାକୁଥିବା କିରାଣ୍ଡୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରାଣ୍ଡୁଲ୍ ପରିବର୍ତ୍ତେ ଆରାକୁ ଠାରୁ ଯାତ୍ରା ପ୍ରାରମ୍ଭ କରିବ। କିରାଣ୍ଡୁଲରୁ ଆରାକୁ ପର୍ଯ୍ୟନ୍ତ ଏହା ବାତିଲ ରହିବ।

06.08551 ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 28 ଏବଂ 29.09.2023 ରେ ଆରାକୁ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଆରାକୁରୁ କିରାଣ୍ଡୁଲ୍ ପର୍ଯ୍ୟନ୍ତ ବାତିଲ୍ ହୋଇ ରହିବ।

07. ହାଓଡ଼ା ଠାରୁ 27 ଏବଂ 28.09.2023 ରେ ଛାଡୁଥିବା 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ଟିଟିଲାଗଡ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଟିଟିଲାଗଡରୁ ଜଗଦଳପୁର ପର୍ଯ୍ୟନ୍ତ ବାତିଲ ରହିବ।

08. ଜଗଦଲପୁରରୁ 28 ଏବଂ 29.09.2023 ରେ ଛାଡ଼ିବାକୁଥିବା 18006 ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଜଗଦଳପୁର ପରିବର୍ତ୍ତେ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରିବ। ଜଗଦଳପୁରରୁ ଟିଟିଲାଗଡ ପର୍ଯ୍ୟନ୍ତ ଏହି ଟ୍ରେନ ବାତିଲ ରହିବ।

09. ବିଶାଖାପାଟନମ୍ ରୁ 27 ଏବଂ 28.09.2023 ରେ ଛାଡିବାକୁ ଥିବା 18514 ବିଶାଖାପାଟନମ୍-କିରାଣ୍ଡୁଲ୍ ଏକ୍ସପ୍ରେସ୍ କୋରାପୁଟ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ କୋରାପୁଟରୁ କିରାଣ୍ଡୁଲ ପର୍ଯ୍ୟନ୍ତ ବାତିଲ ରହିବ।

10. କିରାଣ୍ଡୁଲରୁ 28 ଏବଂ 29.09.2023 ରେ ଛାଡିବାକୁ ଥିବା 18513 କିରାଣ୍ଡୁଲ-ବିଶାଖାପାଟନମ୍ ଏକ୍ସପ୍ରେସ କିରାଣ୍ଡୁଲ ପରିବର୍ତ୍ତେ କୋରାପୁଟରୁ ଯାତ୍ରା ପ୍ରାରମ୍ଭ କରିବ। କିରାଣ୍ଡୁଲରୁ କୋରାପୁଟ ପର୍ଯ୍ୟନ୍ତ ଏହି ଟ୍ରେନ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର

ମଣିପୁରର ନୋନେରେ ଭୂସ୍ଖଳନ: ୭ ମୃତ, ୨୫ ଯବାନ ନିଖୋଜ

ନୂଆଦିଲ୍ଲୀ: ମଣିପୁରର ଇମ୍ଫାଲ-ଜିରିବମ୍ ରେଳ ଲାଇନର ସୁରକ୍ଷା ପାଇଁ ନିୟୋଜିତ ଏକ ସ୍ଥାନରେ ଭାରତୀୟ ସେନାର ଟେରିଟେରାଲ୍ ଆର୍ମି ଭୂସ୍ଖଳନ ହେତୁ ବଡ଼ କ୍ଷୟକ୍ଷତିର ସମ୍ଭାବନା ରହିଛି। ଗତକାଲି ରାତିରେ ମଣିପୁରର ନୋନେ ଜିଲ୍ଲାରେ ଘଟିଥିବା ଏହି ଭୂସ୍ଖଳନରେ ଅତି କମରେ ୨୫ ସୈନିକ ଦବି ରହିଥିବା ଜଣାପଡିଛି। ଖରାପ ପାଣିପାଗ ଏବଂ ବାରମ୍ବାର ଭୂସ୍ଖଳନ ଯୋଗୁଁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

ଭାରତୀୟ ସେନା ଅନୁଯାୟୀ, ୨୯-୩୦ ଜୁନ୍ ରାତିରେ ନୋନେ ଜିଲ୍ଲାର ଟୁପଲ୍ ରେଳ ଷ୍ଟେସନ୍ ନିକଟରେ ଟିଏ ର ୧୦୭ କମ୍ପାନୀ ଏକ ଭାରି ଭୂସ୍ଖଳନରେ ପ୍ରଭାବିତ ହୋଇଥିଲେ। ନିର୍ମାଣାଧୀନ ମଣିପୁର-ଜିରିବାମ ରେଳରେ ନିୟୋଜିତ ସୈନିକମାନେ ଉପସ୍ଥିତ ଥିଲେ। ଭୂସ୍ଖଳନ ପରେ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।