ଭୁବନେଶ୍ଵର: ‘ସାହିତ୍ୟ ସଂସ୍କୃତି ସମାରୋହ’ ଅନୁଷ୍ଠାନର ଷଷ୍ଠ ବାର୍ଷିକୋତ୍ସବ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚମ ଜାତୀୟ ସାହିତ୍ୟ ମହୋତ୍ସବ ଜୟଦେବ ଭବନ ଓ ଗୀତଗୋବିନ୍ଦ ଭବନ ପରିସରରେ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ବହୁଭାଷୀ କବି ସମ୍ମିଳନୀ ଓ ଜାତୀୟ ଆଲୋଚନାଚକ୍ରରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ୪୦ରୁ ଊର୍ଦ୍ଧ୍ୱ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ।
ଭାରତୀୟ ସଭ୍ୟତାକୁ ଏକାଠି କରିବା ଲାଗି ସମସ୍ତ ଭାଷାର କବିତା ଓ ସାହିତ୍ୟକୁ ଗୋଟିଏ ମଞ୍ଚକୁ ଆଣି ତାର ପ୍ରତିଧ୍ଵନି ସୃଷ୍ଟି କରିବା ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି। ଉତ୍ସବରେ ୨୦ ଟି ଅନୁବାଦିତ ପୁସ୍ତକର ଉନ୍ମୋଚନ କରାଯାଇଛି।


