Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଦେଶଭକ୍ତିର ଏକ ମନ୍ତ୍ର
ଆଜିର ଖବର

ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଦେଶଭକ୍ତିର ଏକ ମନ୍ତ୍ର

September 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ' ଦେଶଭକ୍ତିର ଏକ ମନ୍ତ୍ର
ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ' ଦେଶଭକ୍ତିର ଏକ ମନ୍ତ୍ର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଦର୍ଶନ ବିଭାଗ ପକ୍ଷରୁ “ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ର ଦାର୍ଶନିକ ପ୍ରତିଫଳନ ” ଶୀର୍ଷକ ଆଲୋଚନାଚକ୍ର ଆଜି ମହାବିଦ୍ୟାଳୟର ପ୍ରଜ୍ଞା ଭବନରେ ଆୟୋଜିତ ହୋଇଯାଇଛି। ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରରେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ଦର୍ଶନ ବିଭାଗ ମୁଖ୍ୟ ରମାକାନ୍ତ ନନ୍ଦ ମୁଖ୍ୟ ଅତିଥି ଓ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ୍ଦେ ମାତରଂ ଗୀତର ଦାର୍ଶନିକ, ନୈତିକ ଓ ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ଉପସ୍ଥାପିତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସମବେତ ରାଷ୍ଟ୍ରୀୟ ଗୀତ ଓ ରାଷ୍ଟ୍ରୀୟ ସଂଗୀତ ଗାନ ହେବା ପରେ ବିଭାଗ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଧ୍ୟାପିକା ଡକ୍ଟର ମନସ୍ବିନୀ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ସରସ୍ବତୀ ଘଟୁଆଳି “ବନ୍ଦେ ମାତରଂ ଗୀତରେ ଦାର୍ଶନିକ ବିଶ୍ଳେଷଣ ଓ ପ୍ରତିଫଳନ”, ସନ୍ଧ୍ୟାରାଣୀ ପାଇକରାୟ “ବନ୍ଦେ ମାତରଂ ଗୀତରେ ଭାରତୀୟ ଦର୍ଶନର ସ୍ପନ୍ଦନ”, ଲକ୍ଷ୍ମୀପ୍ରିୟା ପ୍ରଧାନ “ରାଷ୍ଟ୍ରୀୟ ଗୀତ ଓ ରାଷ୍ଟ୍ରୀୟ ସଂଗୀତର ତୁଳନାତ୍ମକ ଅଧ୍ୟୟନ”, ରୁପାଲୀ ଜେନା “ବନ୍ଦେ ମାତରମ ଗୀତରେ ପରିବେଶୀୟ ଚେତନା”, ସୋନାଲି ବିଶ୍ୱାସ “ବନ୍ଦେ ମାତରମ ଗୀତ ଓ ଶ୍ରୀଅରବିନ୍ଦଙ୍କ ବନ୍ଦେ ମାତରମ ପତ୍ରିକାର ପ୍ରତିଫଳନ”, ଝରଣା ବେହେରା “ରାଷ୍ଟ୍ରୀୟ ଗୀତରେ ଦେଶପ୍ରେମର ଆହ୍ୱାନ” ଆଦି ବିଷୟ ଉପରେ ସେମାନଙ୍କର ଦାର୍ଶନିକ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ରମାକାନ୍ତ ନନ୍ଦ ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତିକା, ବନ୍ଦେ ମାତରମ ନାରା ଓ ବନ୍ଦେ ମାତରମ ପତ୍ରିକା କିପରି ଭାରତୀୟ ଜାତୀୟ ସଂଗ୍ରାମର ରୂପରେଖ ପରିବର୍ତ୍ତନ କରିବା ସହ ଜନ ସାଧାରଣଙ୍କ ବୌଦ୍ଧିକ ଓ ଆତ୍ମିକ ଉତ୍ତରଣକୁ ପ୍ରଭାବିତ କରିଥିଲା, ତାହା ଆଲୋଚନା କରିଥିଲେ। ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ବନ୍ଦେ ମାତରମ ଗୀତର ଭିତ୍ତିଭୂମି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ବନ୍ଦେ ମାତରମ ଗୀତିକା ଦେଶଭକ୍ତି ଓ ଧର୍ମ ନିରପେକ୍ଷତାର ଏକ ମନ୍ତ୍ର ଓ ସ୍ପନ୍ଦନ ତଥା ଭାରତ ମାତାଙ୍କ ପାଇଁ ଯଥାର୍ଥ ବନ୍ଦନା ବୋଲି ଅଭିହିତ କରିଥିଲେ। ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ଛାତ୍ର ସୁଶୀଲ ମାଝି। ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟାପକ ପ୍ରବୀଣ ଜେନା, ଅଧ୍ୟାପିକା ରୀନା ରାଉତଙ୍କ ସମେତ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ଦେଶଭକ୍ତିର ଏକ ମନ୍ତ୍ର ବନ୍ଦେ ମାତରମ ବାଲୁଗାଁ ମହାବିଦ୍ୟାଳୟ ରାଷ୍ଟ୍ରୀୟ ଗୀତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ଇଣ୍ଡିଆ ବ୍ଲକର ବିକ୍ଷୋଭ, ଚାରିଟି ଦାବୀ ନେଇ ଗର୍ଜ୍ଜିଲେ କଂଗ୍ରେସ ଓ ସମର୍ଥିତ ଦଳର କର୍ମି

September 29, 2026

ରାୟଗଡ଼ା ପୌର ଉପ-ନିର୍ବାଚନ ଶେଷ: ଶ୍ରମିତା ପାଢ଼ୀ ହେଲେ ନୂତନ ଉପାଧ୍ୟକ୍ଷା

September 29, 2026

ଅକ୍ଟୋବର ୨ରୁ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ: ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

September 29, 2026

ଏସୀୟ କ୍ରୀଡ଼ାରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ଚମତ୍କାର କଲେ ଦେଶର ଝିଅ

September 29, 2026
Latest News

ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ଦେଶଭକ୍ତିର ଏକ ମନ୍ତ୍ର

September 29, 2026

ରାଜଧାନୀରେ ଇଣ୍ଡିଆ ବ୍ଲକର ବିକ୍ଷୋଭ, ଚାରିଟି ଦାବୀ ନେଇ ଗର୍ଜ୍ଜିଲେ କଂଗ୍ରେସ ଓ ସମର୍ଥିତ ଦଳର କର୍ମି

September 29, 2026

ରାୟଗଡ଼ା ପୌର ଉପ-ନିର୍ବାଚନ ଶେଷ: ଶ୍ରମିତା ପାଢ଼ୀ ହେଲେ ନୂତନ ଉପାଧ୍ୟକ୍ଷା

September 29, 2026

ଅକ୍ଟୋବର ୨ରୁ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ: ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

September 29, 2026

ଏସୀୟ କ୍ରୀଡ଼ାରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ଚମତ୍କାର କଲେ ଦେଶର ଝିଅ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.