Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଟୋବର ୧ରେ ୟୁପିଏସ୍‌ସିର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଅକ୍ଟୋବର ୧ରେ ୟୁପିଏସ୍‌ସିର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ଅକ୍ଟୋବର ୧ରେ ୟୁପିଏସ୍‌ସିର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ ଅକ୍ଟୋବର ୨୦୨୬ ପୂର୍ବାହ୍ନ ୧୧ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ୟୁନିଅନ୍ ପବ୍ଲିକ ସର୍ଭିସ୍ କମିଶନ (ୟୁପିଏସ୍‌ସି)ର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ ମଧ୍ୟ କରିବେ।

ୟୁପିଏସ୍‌ସିର ପ୍ରତିଷ୍ଠାକୁ ୧୦୦ ବର୍ଷ ପୂରଣ ହେବା ଉପଲକ୍ଷେ ଗତ ବର୍ଷ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଏହା ହେବ ସମାପନ ସମାରୋହ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୟୁପିଏସ୍‌ସିର ଶତବାର୍ଷିକୀ ସ୍ମାରକୀ ମୁଦ୍ରା, ଏକ ସ୍ମାରକୀ ଡାକଟିକଟ ଏବଂ ‘ଭାରତରେ ୟୁପିଏସ୍‌ସି ଏବଂ ଲୋକସେବା ଆୟୋଗଗୁଡିକର ନୀତି ନିର୍ଦ୍ଧାରଣରେ ୧୦୦ଟି ଗୁରୁତ୍ୱପୂର୍ଣ୍ଣ ରାୟ’ (୧୦୦ ଲ୍ୟାଣ୍ଡମାର୍କ ଜଜ୍‌ମେଣ୍ଟସ୍ – ସେପିଂ ଦ ପଲିସିଜ୍ ଅଫ୍ ୟୁପିଏସ୍‌ସି ଆଣ୍ଡ୍ ପବ୍ଲିକ୍ ସର୍ଭିସ୍ କମିଶନ୍ସ ଇନ୍ ଇଣ୍ଡିଆ) ଶୀର୍ଷକ ପୁସ୍ତକ ଉନ୍ମୋଚନ କରିବେ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ହିତାଧିକାରୀମାନେ ଅଂଶଗ୍ରହଣ କରିବେ, ଯେଉଁଥିରେ ରାଜ୍ୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟ, ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିକ୍ଷାବିତ୍‌, ୟୁପିଏସ୍‌ସି ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ସାମିଲ ହେବେ।

ଏହି କାର୍ଯ୍ୟକ୍ରମ ୟୁପିଏସ୍‌ସି ଦ୍ୱାରା ୨୦୨୬ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ତାରିଖରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମର ଏକ ଅଂଶ ଅଟେ। ପ୍ରଥମ ଦିନରେ ଭାରତ ମଣ୍ଡପମ୍‌ରେ ‘ଶତାବ୍ଦୀ ସମାରୋହ – ମନ୍ଥନ’ ଅନୁଷ୍ଠିତ ହେବ, ଯେଉଁଥିରେ ବିଶିଷ୍ଟ ବକ୍ତାମାନଙ୍କର ସମ୍ବୋଧନ ଏବଂ ବିଭିନ୍ନ ବିଷୟ ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ।

ଅକ୍ଟୋବର ୧ ଡାକଟିକଟ ଉନ୍ମୋଚନ ନରେନ୍ଦ୍ର ମୋଦୀ ଭାରତ ମଣ୍ଡପ ୟୁପିଏସ୍‌ସି ଶତବାର୍ଷିକୀ ସମାରୋହ ସ୍ମାରକୀ ମୁଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

‘୨୦୨୯ରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ’: ମେଣ୍ଟ ବୈଠକ ପରେ କହିଲେ ମେହବୁବା ମୁଫତି

September 30, 2026

ତୀରନ୍ଦାଜୀରେ ଭାରତକୁ ତୃତୀୟ ‘ସ୍ୱର୍ଣ୍ଣ’: ଚୀନକୁ ପରାସ୍ତ କଲେ ସାହିଲ, କୁଶଲ ଏବଂ ଗଣେଶ 

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

September 30, 2026

ଇଣ୍ଡିଆ ମେଣ୍ଟ ବୈଠକରେ କେଉଁ ଦଳ ଯୋଗ ଦେଲେ?: ସମ୍ପୂର୍ଣ୍ଣ ତାଲିକା ଜାରି କଲା କଂଗ୍ରେସ

September 30, 2026
Latest News

ଅକ୍ଟୋବର ୧ରେ ୟୁପିଏସ୍‌ସିର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 30, 2026

‘୨୦୨୯ରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ’: ମେଣ୍ଟ ବୈଠକ ପରେ କହିଲେ ମେହବୁବା ମୁଫତି

September 30, 2026

ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ, ଟାୟାର ଜାଳି ରାସ୍ତା ଅବରୋଧ

September 30, 2026

ତୀରନ୍ଦାଜୀରେ ଭାରତକୁ ତୃତୀୟ ‘ସ୍ୱର୍ଣ୍ଣ’: ଚୀନକୁ ପରାସ୍ତ କଲେ ସାହିଲ, କୁଶଲ ଏବଂ ଗଣେଶ 

September 30, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.