Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେରଟର ଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡ: ସ୍ତ୍ରୀ ମୁସ୍କାନ ଓ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ
ଆଜିର ଖବର

ମେରଟର ଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡ: ସ୍ତ୍ରୀ ମୁସ୍କାନ ଓ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ

September 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମେରଟର ଚର୍ଚ୍ଚିତ 'ନୀଳ ଡ୍ରମ୍' ହତ୍ୟାକାଣ୍ଡ: ସ୍ତ୍ରୀ ମୁସ୍କାନ ଓ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ

ମେରଟ: ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମେରଟର ବହୁଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡ ମାମଲାରେ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସୌରଭ ରାଜପୁତଙ୍କୁ ନିର୍ମମ ଭାବେ ହତ୍ୟା କରି ତାଙ୍କ ମୃତଦେହକୁ ଖଣ୍ଡବିଖଣ୍ଡ କରି ଡ୍ରମରେ ପୂରାଇବା ଅଭିଯୋଗରେ ତାଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଏବଂ ପ୍ରେମିକ ସାହିଲଙ୍କୁ ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଦୋଷୀଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୧୪ ତାରିଖରେ ଘୋଷଣା କରାଯିବ। ଦୀର୍ଘ ୧୩ ମାସ ଧରି ଚାଲିଥିବା ଏହି ଆଇନଗତ ବିଚାର ପ୍ରକ୍ରିୟାରେ କୋର୍ଟ ମୋଟ ୧୨୬ଟି ଶୁଣାଣି କରିବା ସହ ୨୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ସୌରଭଙ୍କ ପରିବାର ପକ୍ଷରୁ ଦୋଷୀଙ୍କ ପାଇଁ କଠୋରରୁ କଠୋର ଦଣ୍ଡ ଦାବି କରାଯାଇଥିବା ବେଳେ, ଏବେ ସମସ୍ତଙ୍କ ନଜର ଅକ୍ଟୋବର ୧୪ର ଦଣ୍ଡ ଘୋଷଣା ଉପରେ ରହିଛି।
ଘଟଣାବଳୀ ଅନୁଯାୟୀ, ୨୦୨୫ ମାର୍ଚ୍ଚ ୩ ତାରିଖରେ ମୁସ୍କାନ ଓ ସାହିଲ ମିଶି ସୌରଭଙ୍କୁ ହତ୍ୟା କରିବା ପରେ ମୃତଦେହକୁ ନୀଳ ଡ୍ରମରେ ରଖି ଫରାର ହୋଇଯାଇଥିଲେ ଏବଂ ଶିମଲା ବୁଲିବାକୁ ପଳାଇଥିଲେ। ପରବର୍ତ୍ତୀ ସମୟରେ, ମାର୍ଚ୍ଚ ୧୭ ତାରିଖରେ ମେରଟସ୍ଥିତ ବାସଭବନରୁ ଏକ ନୀଳ ଡ୍ରମ୍ ଭିତରୁ ସୌରଭଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ତଦନ୍ତ ଚଳାଇ ମାର୍ଚ୍ଚ ୧୯ ତାରିଖରେ ମୁସ୍କାନ ଓ ସାହିଲଙ୍କୁ ଗିରଫ କରିଥିଲା। ଏହା ପରେ ଜୁଲାଇ ୨୦୨୫ରୁ ଜିଲ୍ଲା ଜଜ୍ କୋର୍ଟରେ ଏହି ମାମଲାର ଆନୁଷ୍ଠାନିକ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ନୀଳ ଡ୍ରମ୍ ମେରଟ ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ସେବା ସଙ୍କଳ୍ପ ଅଭିଯାନ: ରକ୍ତଦାନ ଶିବିର ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 30, 2026

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

ସେବା ପକ୍ଷ ଅଭିଯାନରେ ପରିବେଶ ସୁରକ୍ଷାର ବାର୍ତ୍ତା

September 30, 2026

ରାୟଗଡ଼ା ଡିଭିଜନରେ ରେଳ ସେବା: ଆଗାମୀ ଦୁଇ ଦିନ ପାଇଁ ବାତିଲ ହେଲା ଏହି ଟ୍ରେନ୍

September 30, 2026
Latest News

ମେରଟର ଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡ: ସ୍ତ୍ରୀ ମୁସ୍କାନ ଓ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ

September 30, 2026

ବାଣପୁରରେ ସେବା ସଙ୍କଳ୍ପ ଅଭିଯାନ: ରକ୍ତଦାନ ଶିବିର ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 30, 2026

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

ସେବା ପକ୍ଷ ଅଭିଯାନରେ ପରିବେଶ ସୁରକ୍ଷାର ବାର୍ତ୍ତା

September 30, 2026

ରାୟଗଡ଼ା ଡିଭିଜନରେ ରେଳ ସେବା: ଆଗାମୀ ଦୁଇ ଦିନ ପାଇଁ ବାତିଲ ହେଲା ଏହି ଟ୍ରେନ୍

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.