ଖୋର୍ଦ୍ଧା: ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ (NVBDD)-୨୦୨୬ ଅବସରରେ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ଗୁରୁଜଙ୍ଗ, ଖୋରଧା ପରିସରରେ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଏନ୍.ସି. ଚକ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ରକ୍ତଦାନ କରିଥିଲେ।
ଶିବିରରେ ମୋଟ ୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାତାମାନଙ୍କୁ ସେମାନଙ୍କ ମାନବୀୟ ଅବଦାନ ପାଇଁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।
ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠତମ ଚିକିତ୍ସକ ଡା. ବିଶ୍ୱନାଥ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଏବଂ ଷ୍ଟାଫ୍ ନର୍ସ ଶ୍ରୀମତୀ ସୁମତୀ ବାରିକଙ୍କ ସହଯୋଗରେ ରକ୍ତଦାନ ପ୍ରକ୍ରିୟା ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଏହି ମହତ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିବାରର ସକ୍ରିୟ ସହଯୋଗ ଓ ସ୍ୱେଚ୍ଛାକୃତ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା।
‘One Drop of Humanity. Give Blood. Save Lives.’ ବାର୍ତ୍ତାକୁ ସାର୍ଥକ କରିଥିବା ଏହି ରକ୍ତଦାନ ଶିବିର ମାନବସେବା ଓ ସାମାଜିକ ଦାୟିତ୍ୱବୋଧର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛି।


