ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳବାଇ ଥାନା ଅନ୍ତର୍ଗତ ଛତ୍ରପୁର ଉପକଣ୍ଠ ପୋଡାପଦର ରେଳ ରାସ୍ତା ତଦାରଖ କରିବା ବେଳେ ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଧକ୍କାରେ ଜଣେ ଟ୍ରାକମ୍ୟାନଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ କେ ଗୋବିନ୍ଦ ପାତ୍ର। ସେ ଓ ଅନ୍ୟ କିଛି କର୍ମଚାରୀ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଏହିଭଳି ପରିସ୍ଥିତିରେ ସ୍ଥାନୀୟ ପୋଲିସ, ଜିଆରପି ଓ ରେଳବାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।


