Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍
ଆଜିର ଖବର

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

October 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
train
ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ କେତେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନ୍‌କୁ ଆଂଶିକ ଭାବେ ବାତିଲ କରାଯାଇ କୋରାପୁଟରୁ ଯାତ୍ରା ଆରମ୍ଭ କିମ୍ବା କୋରାପୁଟଠାରେ ଯାତ୍ରା ସମାପ୍ତ କରାଯିବ।

ବାତିଲ ହୋଇଥିବା ଟ୍ରେନ୍

ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ବାତିଲ ରହିବ:

ଟ୍ରେନ୍ ନମ୍ବର ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ ୪ ଅକ୍ଟୋବରରୁ ୮ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

ଟ୍ରେନ୍ ନମ୍ବର ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ ୩ ଅକ୍ଟୋବରରୁ ୭ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

୪ ଅକ୍ଟୋବରରୁ ୭ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ନିମ୍ନଲିଖିତ ଟ୍ରେନ୍‌ଗୁଡ଼ିକ ବାତିଲ ରହିବ:

* ଟ୍ରେନ୍ ନମ୍ବର ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ

* ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ

କୋରାପୁଟଠାରେ ଯାତ୍ରା ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) କରାଯିବ।

* ଟ୍ରେନ୍ ନମ୍ବର ୧୮୦୦୫ ହାୱଡା–ଜଗଦଲପୁର ଏକ୍ସପ୍ରେସ, ୨ ଅକ୍ଟୋବରରୁ ୭ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ହାୱଡାରୁ ଯାତ୍ରା ଆରମ୍ଭ କରି କୋରାପୁଟରେ ଆଂଶିକ ଭାବେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

* ଟ୍ରେନ୍ ନମ୍ବର 18006 ଜଗଦଲପୁର–ହାୱଡା ଏକ୍ସପ୍ରେସ, ୪ ଅକ୍ଟୋବରରୁ ୯ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

* ଟ୍ରେନ୍ ନମ୍ବର ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ, ୩ ଅକ୍ଟୋବରରୁ ୭ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରି କୋରାପୁଟରେ ଆଂଶିକ ଭାବେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

* ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ, ୪ ଅକ୍ଟୋବରରୁ ୮ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

* ଟ୍ରେନ୍ ନମ୍ବର ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ, ୪ ଅକ୍ଟୋବରରୁ ୭ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରି କୋରାପୁଟରେ ଆଂଶିକ ଭାବେ ଯାତ୍ରା ଶେଷ କରିବ। କୋରାପୁଟ–ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

* ଟ୍ରେନ୍ ନମ୍ବର ୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର ଏକ୍ସପ୍ରେସ, ୪ ଅକ୍ଟୋବରରୁ ୭ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ କିରଣ୍ଡୁଲ ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର–କୋରାପୁଟ ମଧ୍ୟରେ ଏହି ଟ୍ରେନ୍‌ର ସେବା ବାତିଲ ରହିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

ପୂର୍ବତଟ ରେଳପଥ ରାୟଗଡ଼ା ଡିଭିଜନ
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

October 3, 2026

ଜଳ ସଙ୍କଟ ଦୂର ପାଇଁ ପଦକ୍ଷେପ: କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ

October 3, 2026

କଂଗ୍ରେସରେ ଯୋଗଦେଲେ ଆପ ମୁଖପାତ୍ର ପ୍ରିୟଙ୍କା କକ୍କର: ଦଳ ଛାଡିବାର କହିଲେ କାରଣ

October 3, 2026

‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

October 3, 2026
Latest News

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

October 3, 2026

ପଞ୍ଚମ କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଉଦବୋଧନ ଦେଲେ ଡକ୍ଟର ପି.କେ. ମିଶ୍ର

October 3, 2026

ଜଳ ସଙ୍କଟ ଦୂର ପାଇଁ ପଦକ୍ଷେପ: କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ

October 3, 2026

କଂଗ୍ରେସରେ ଯୋଗଦେଲେ ଆପ ମୁଖପାତ୍ର ପ୍ରିୟଙ୍କା କକ୍କର: ଦଳ ଛାଡିବାର କହିଲେ କାରଣ

October 3, 2026

‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.