ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ପୁନଃଗଠନ ହେଲା କମିଟି, ଉନ୍ନୟନ କମିଶନର ହେଲେ ଅଧ୍ୟକ୍ଷ

Published: Aug 29, 2019, 5:30 pm IST

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପ୍ରସଙ୍ଗରେ ରାଜ୍ୟ ସରକାର ସ୍ବତନ୍ତ୍ର କମିଟିକୁ ପୁନଃଗଠନ କରିଛନ୍ତି । ଏହି କମିଟିରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । ଉନ୍ନୟନ କମିଶନର ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ । ଏହା ସହ ଗୃହ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଏହି ହାଇକୋର୍ଟ ସ୍ଥାୟୀ ବେଞ୍ଚ କମିଟିର ସଦସ୍ୟ ଆବାହକ ଭାବେ ନିଯୁକ୍ତ କରାଯାଇଛି । ଏହି ପୁନଃଗଠିତ କମିଟିରେ ଗୃହ ,ଅର୍ଥ ,ରାଜସ୍ୱ, ଆଇନ ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି । ସ୍ଥାୟୀ ବେଞ୍ଚ ଦାବି ନେଇ ବିଭିନ୍ନ ଦିଗ ଉପରେ ଏହି ସ୍ୱତନ୍ତ୍ର କମିଟି ତର୍ଜମା କରିବ । ସ୍ଥାୟୀ ବେଞ୍ଚ ଦାବିର ବିଭିନ୍ନ ଦିଗ ଉପରେ ଏହି ସ୍ୱତନ୍ତ୍ର କମିଟି ତର୍ଜମା କରିବ। ଦୀର୍ଘ ଦିନ ହେବ ଓକିଲ ମହାସଂଘ ପକ୍ଷରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ କରାଯାଉଛି । ଏନେଇ ତଦାରଖ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି ।

Related posts