Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ
ଆଜିର ଖବର

ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

October 4, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ
ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସି. ଆର୍. ପାଟିଲ ୨ ଅକ୍ଟୋବର ୨୦୨୬ରେ ସ୍ୱଚ୍ଛ ଭାରତ ଦିବସ ଅବସରରେ ଗୁଜରାଟର ନବସାରୀ ଜିଲ୍ଲା ଚିଖଲି ବ୍ଲକ ଅନ୍ତର୍ଗତ ମଜିଗାମ ଗ୍ରାମରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ। ଏହି ସ୍ୱତନ୍ତ୍ର ଗ୍ରାମସଭାରେ ଗୁଜରାଟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ନରେଶ ପଟେଲ, ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ର ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ, ଐଶ୍ୱର୍ଯ୍ୟା ସିଂହ, ଜିଲ୍ଲାପାଳ ଓ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ସମେତ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସ୍ୱତନ୍ତ୍ର ଗ୍ରାମସଭା ଅବସରରେ କେନ୍ଦ୍ରମନ୍ତ୍ରୀ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେ ସମସ୍ତଙ୍କୁ ସ୍ୱଚ୍ଛତାକୁ କେବଳ ଗୋଟିଏ ଦିନର ଅଭିଯାନ ଭାବେ ନୁହେଁ, ବରଂ ଏହାକୁ ଏକ ସାମୂହିକ ପ୍ରତିଶ୍ରୁତି ତଥା ଆମ ଦୈନନ୍ଦିନ ଜୀବନ, ​​ଆଚରଣ ଓ ସାମୂହିକ ଦାୟିତ୍ୱର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ, ଆମକୁ ଏହି ସଂକଳ୍ପ ନେବାକୁ ହେବ ଯେ, ଆମେ ନିଜେ କେବେବି ଆବର୍ଜନା ପକାଇବୁ ନାହିଁ କିମ୍ବା ଅନ୍ୟମାନଙ୍କୁ ଆବର୍ଜନା ପକାଇବାକୁ ଦେବୁ ନାହିଁ।

ନିଜ ଅଭିଭାଷଣ ସମୟରେ କେନ୍ଦ୍ରମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ‘ସ୍ୱାଧୀନତା’ ସହିତ ‘ସ୍ୱଚ୍ଛତା’ ଉପରେ ଦିଆଯାଇଥିବା ଗୁରୁତ୍ୱକୁ ସ୍ମରଣ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ସ୍ୱାଧୀନତା ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱଚ୍ଛତା ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି। ଏହା ଅଧୀନରେ ‘ସ୍ୱଚ୍ଛ ଭାରତ ମିଶନ’ ଏକ ଦେଶବ୍ୟାପୀ ଜନଆନ୍ଦୋଳନର ରୂପ ନେଇ ଗ୍ରାମୀଣ ସ୍ୱଚ୍ଛତାର ଚିତ୍ରକୁ ପରିବର୍ତ୍ତନ କରିଛି। ସ୍ୱଚ୍ଛ ଭାରତ ପାଇଁ ଏହି ‘ଜନ-ଅଂଶଗ୍ରହଣ’ (ଜନଭାଗୀଦାରୀ) ତୃଣମୂଳ ସ୍ତରରେ ଏହି ମିଶନକୁ ଆଗେଇ ନେବାରେ ନିରନ୍ତର ଭାବେ ପ୍ରେରଣା ଯୋଗାଇ ଆସୁଛି।

ଅନ୍ୟାନ୍ୟ ବିଷୟ ସହିତ, ସ୍ୱତନ୍ତ୍ର ଗ୍ରାମସଭାରେ ସ୍ୱଚ୍ଛତା ହିଁ ସେବା (ଏସଏଚ୍‌ଏସ୍‌) ୨୦୨୬ର ସଫଳତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଏବଂ ସ୍ୱଚ୍ଛ ସେବା ଆକଳନ ସମ୍ପର୍କରେ ଆଲୋଚନା ହୋଇଥିଲା। ‘ସ୍ୱଚ୍ଛ ସେବା ଆକଳନ’ ହେଉଛି ଗ୍ରାମ ପଞ୍ଚାୟତ (ଜିପି) ସ୍ତରରେ ବାର୍ଷିକ ଡିଜିଟାଲ ସ୍ୱ-ମୂଲ୍ୟାଙ୍କନ ବ୍ୟବସ୍ଥା। ଏହା ଉପରେ ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ (JS&MD)ଙ୍କ ପକ୍ଷରୁ ଏକ ଉପସ୍ଥାପନା କରାଯାଇଥିଲା।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗ୍ରାମ ପଞ୍ଚାୟତର ‘ବର୍ଜ୍ୟବସ୍ତୁରୁ କଳାକୃତି’ (Waste to Art) ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀରେ ଫିଙ୍ଗି ଦିଆଯାଉଥିବା ସାମଗ୍ରୀର ସୃଜନଶୀଳ ପୁନଃବ୍ୟବହାରକୁ ପ୍ରଦର୍ଶିତ କରାଯାଇଥିଲା ଏବଂ ସମ୍ପ୍ରଦାୟ ମଧ୍ୟରେ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ପଦ୍ଧତିକୁ ପ୍ରୋତ୍ସାହିତ କରାଯାଇଥିଲା।

‘ଏକ ପେଡ୍ ମା’ କେ ନାମ’ (ମା’ଙ୍କ ନାମରେ ଗଛଟିଏ) ଅଭିଯାନ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମାନ୍ୟବର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର୍. ପାଟିଲ ଏବଂ ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ, ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଗଛ ଲଗାଇଥିଲେ। ସମସ୍ତ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଗ୍ରାମସଭାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନେ ମିଳିତ ଭାବେ ‘ସ୍ୱଚ୍ଛତା ଶପଥ’ ଗ୍ରହଣ କରିଥିଲେ।

୨ ଅକ୍ଟୋବର ୨୦୨୬ରେ ‘ସ୍ୱଚ୍ଛ ଭାରତ ଦିବସ’ ଅବସରରେ ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୬ ଅଧୀନରେ ଏକ ପ୍ରମୁଖ କାର୍ଯ୍ୟକଳାପ ଭାବେ ସମଗ୍ର ଗ୍ରାମୀଣ ଭାରତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଥିଲା। ଏହି ଗ୍ରାମସଭାଗୁଡ଼ିକ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମୀଣ ସମୁଦାୟକୁ ସ୍ଥାନୀୟ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ପ୍ରୟାସର ସମୀକ୍ଷା କରିବା, ଏସ୍‌ଏଚ୍‌ଏସ୍‌ ୨୦୨୬ର ଫଳାଫଳ ଉପରେ ଆଲୋଚନା କରିବା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଅନୁଯାୟୀ ଉତ୍ସସ୍ଥଳରେ ଚାରି ପ୍ରକାର ବର୍ଜ୍ୟବସ୍ତୁ ପୃଥକୀକରଣର ସ୍ଥିତି ସମୀକ୍ଷା କରିବା, ବହୁଳ ପରିମାଣର ବର୍ଜ୍ୟବସ୍ତୁ ଉତ୍ପାଦନକାରୀଙ୍କୁ ଚିହ୍ନଟ ଓ ପଞ୍ଜୀକୃତ କରିବା ଏବଂ ଓଡିଏଫ୍‌ ପ୍ଲସ୍‌ (ମଡେଲ) ଗ୍ରାମ ପଞ୍ଚାୟତଗୁଡ଼ିକରେ ସ୍ୱଚ୍ଛ ସେବା ଆକଳନ ଉପରେ ଆଲୋଚନା କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା।

ଏହି ସ୍ୱତନ୍ତ୍ର ଗ୍ରାମସଭା ତୃଣମୂଳ ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକୀୟ ପଦକ୍ଷେପଗୁଡ଼ିକୁ ଆକଳନ କରିବା ଏବଂ ସମ୍ପୃକ୍ତ କାର୍ଯ୍ୟଗୁଡ଼ିକୁ ପଞ୍ଚାୟତ ବିକାଶ ଯୋଜନା, ବିଶେଷକରି ‘ଜିପିଡିପି’ (ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା)’ରେ ସାମିଲ କରିବା ପାଇଁ ଏକ ସୁଯୋଗ ଓ ମଞ୍ଚ ପ୍ରଦାନ କରିଥିଲା।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଗ୍ରାମସଭା ଓ ସ୍ୱଚ୍ଛତା କାର୍ଯ୍ୟକଳାପରେ ବରିଷ୍ଠ ଡିଡିଡବ୍ଲ୍ୟୁଏସ୍‌ ଅଧିକାରୀଙ୍କ ଅଂଶଗ୍ରହଣ:

  • ଦାଦ୍ରା ଓ ନଗର ହାବେଲିରେ, ଡିଡିଡବ୍ଲ୍ୟୁଏସ୍‌’ର ଉପ-ସଚିବ ସାୟଲି ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ। ଏଥିରେ ‘ସ୍ୱଚ୍ଛତା ହିଁ ସେବା ୨୦୨୬’ ଓ ‘ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬’ ଉପରେ ଆଲୋଚନା, ସ୍ୱଚ୍ଛତା ଶପଥ ଗ୍ରହଣ ଏବଂ ସ୍ୱଚ୍ଛତା କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଗସ୍ତ ସମୟରେ ଏକ ଏସ୍‌ଟିପି ପରିଦର୍ଶନ ଏବଂ ‘ଏକ ପେଡ୍ ମା’ କେ ନାମ’ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
  • ଝାଡ଼ଖଣ୍ଡରେ, ଡିଡିଡବ୍ଲ୍ୟୁଏସ୍‌’ର ଉପସଚିବ ରାଞ୍ଚି ଜିଲ୍ଲାର ନାମକୁମ ବ୍ଲକ ଅନ୍ତର୍ଗତ ସିଥିୟୋ ଗ୍ରାମ ପଞ୍ଚାୟତର ପିଣ୍ଡରକୋମ ଗ୍ରାମରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ୱଚ୍ଛ ସେବା ଆକଳନର ଚିଠା ଏବଂ ଚିହ୍ନଟ ହୋଇଥିବା ଆବଶ୍ୟକତାଗୁଡ଼ିକର ସମାଧାନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ଏହାସହିତ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବା, ସ୍ୱଚ୍ଛତା ଶପଥ ଗ୍ରହଣ, ‘ଏକ ପେଡ୍ ମା’ କେ ନାମ’ ଅଧୀନରେ ବୃକ୍ଷରୋପଣ ଏବଂ ସ୍ୱଚ୍ଛତା ସମ୍ପର୍କିତ ଭିତ୍ତିଭୂମିଗୁଡ଼ିକର ଯାଞ୍ଚ କରାଯାଇଥିଲା।

ହରିୟାଣାରେ, ଡିଡିଡବ୍ଲ୍ୟୁଏସ୍‌’ର ଉପସଚିବ ପଲୱାଲ ଜିଲ୍ଲାର ପଲୱାଲ ବ୍ଲକ ଅନ୍ତର୍ଗତ ରତିପୁର ଗ୍ରାମରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଅଂଶଗ୍ରହଣ କରିଥିଲେ। ଏହି ଗସ୍ତ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ବର୍ଜ୍ୟବସ୍ତୁ ପୃଥକୀକରଣ ସେଡ୍‌ର ଯାଞ୍ଚ ଏବଂ ସ୍ୱଚ୍ଛ ସେବା ଆକଳନ, ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଓ ସ୍ଥାନୀୟ ସ୍ୱଚ୍ଛତା ପ୍ରୟାସ ସମ୍ପର୍କରେ ସମୁଦାୟ ସହ ଆଲୋଚନା କରାଯାଇଥିଲା।

ମଧ୍ୟପ୍ରଦେଶରେ, ଡିଡିଡବ୍ଲ୍ୟୁଏସ୍‌’ର ସହକାରୀ ପରାମର୍ଶଦାତା ଭୋପାଳ ଜିଲ୍ଲାର ଫନ୍ଦା ବ୍ଲକ ଅନ୍ତର୍ଗତ ମୁଗଲିଆ ହାଟ ଏବଂ ଝିରନିଆ ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ଯୋଗଦେଇଥିଲେ। ଗ୍ରାମସଭାରେ ଅଂଶଗ୍ରହଣକାରୀମାନେ ସ୍ୱଚ୍ଛତା ଶପଥ ନେବା ସହିତ ସ୍ୱଚ୍ଛତା ହିଁ ସେବା ୨୦୨୬, ଘନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬ ଏବଂ ସ୍ୱଚ୍ଛ ସେବା ଆକଳନ ଉପରେ ଆଲୋଚନା କରିଥିଲେ। ଏହି ଗସ୍ତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ ସେଡ୍‌ର ଯାଞ୍ଚ ମଧ୍ୟ ସାମିଲ ଥିଲା।

. ଆର୍. ପାଟିଲ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଡିଡିଡବ୍ଲ୍ୟୁଏସ୍‌ ସ୍ୱଚ୍ଛ ଭାରତ ଦିବସ ୨୦୨୬ ସ୍ୱତନ୍ତ୍ର ଗ୍ରାମସଭା
Share. Facebook Twitter LinkedIn Email WhatsApp Copy Link

Related Posts

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026

ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 4, 2026

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026
Latest News

ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

October 4, 2026

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026

ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 4, 2026

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.