Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ
ଆଜିର ଖବର

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ
ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ତୁର୍କୀରୁ କୁଖ୍ୟାତ ନିଶାଦ୍ରବ୍ୟ ଚାଲାଣକାରୀ  ମାଫିଆ ନବପ୍ରୀତ ସିଂହକୁ ଭାରତକୁ ଫେରାଇ ଆଣିବାରେ ଐତିହାସିକ ସଫଳତା ହାସଲ କରିଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ସମସ୍ତ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଶ୍ରୀ ଶାହ ଲେଖିଛନ୍ତି, “ତୁର୍କୀରୁ କୁଖ୍ୟାତ ନିଶାଦ୍ରବ୍ୟ ଚୋରାଚାଲାଣକାରୀ ନବପ୍ରୀତ ସିଂହକୁ ଭାରତକୁ ଫେରାଇ ଆଣିବାରେ ମୋଦୀ ସରକାର ଐତିହାସିକ ସଫଳତା ହାସଲ କରିଛି। ‘ନବାବ ବିର୍କ’ ନାମକ ଜାଲ ପରିଚୟରେ ତୁର୍କୀର ନାଗରିକତା ହାସଲ କରି ସେ ଆଫଗାନିସ୍ତାନରୁ ଭାରତକୁ ହେରୋଇନ୍ ଓ ମେଥାମ୍ଫେଟାମିନ୍ ଚୋରାଚାଲାଣ ଜାରି ରଖିଥିଲା। ଆମର ଏଜେନ୍ସିଗୁଡ଼ିକ ତାକୁ ଟ୍ରାକ୍ କରିବା ସହ ତାର ପ୍ରକୃତ ପରିଚୟକୁ ସାମ୍ନାକୁ ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ପରଦା ହଟାଇଥିଲେ ଏବଂ ତାକୁ ଭାରତକୁ ଫେରାଇ ଆଣିବା ସୁନିଶ୍ଚିତ କରିଥିଲେ। ଆଜି ତାକୁ ଭାରତକୁ ଅଣାଯାଇଛି ଏବଂ ନିଶାଦ୍ରବ୍ୟ ଚୋରାଚାଲାଣ ସମେତ ଅନ୍ୟାନ୍ୟ ଅପରାଧିକ ମାମଲାରେ ତାକୁ ଜେଲ୍‌ରେ ରଖାଯାଇଛି। ଏହି ସଫଳତା ପାଇଁ ସମସ୍ତ ଏଜେନ୍ସିମାନଙ୍କୁ ଅଭିନନ୍ଦନ। ଡିସେମ୍ବର ୨୦୨୯ ସୁଦ୍ଧା ସବୁ ନିଶା ଚୋରାଚାଲାଣକାରୀ ସଂଗଠନକୁ ଧ୍ବଂସ କରିବାକୁ ପ୍ରତିବଦ୍ଧ। ’’

ପଳାତକ ଅପରାଧୀଙ୍କୁ ଆଣିବାକୁ ସରକାର ଏକ ସମନ୍ବିତ ଅଭିଯାନ ଚଳାଇଛନ୍ତି। ୨୦୧୯ରୁ ଅଗଷ୍ଟ ୨୦୨୬ ମଧ୍ୟରେ ୩୬ଟି ଦେଶରୁ ମୋଟ ୨୮୮ ଜଣ ପଳାତକ ଅପରାଧୀଙ୍କୁ ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି।

ପୂର୍ବ ସରକାରଗୁଡ଼ିକ ପଳାତକ ଅପରାଧୀମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ରାଜନୈତିକ ଇଚ୍ଛାଶକ୍ତି ଦେଖାଇନଥିଲେ। ମୋଦୀ ସରକାର ପଳାତକ ଅପରାଧୀମାନଙ୍କ ପ୍ରତ୍ୟର୍ପଣକୁ ‘ଜାତୀୟ ପ୍ରାଥମିକତା’ରେ ପରିଣତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରା ଅନୁସାରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ ପଳାତକ ଅପରାଧୀମାନଙ୍କ ବିରୋଧରେ ତିନିସୂତ୍ରୀ ରଣନୀତି ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ହେଉଛି—ବିଶ୍ୱସ୍ତରୀୟ ପହଞ୍ଚ, ଦୃଢ଼ ସମନ୍ୱୟ ଏବଂ ସ୍ମାର୍ଟ କୂଟନୀତି।

ଶ୍ରୀ ଶାହ କହିଛନ୍ତି ଯେ ପଳାତକ ଅପରାଧୀମାନଙ୍କ ପ୍ରସଙ୍ଗ ଦେଶର ସାର୍ବଭୌମତ୍ୱ, ଅର୍ଥନୈତିକ ସ୍ଥିରତା, ଆଇନଶୃଙ୍ଖଳା ଏବଂ ଜାତୀୟ ସୁରକ୍ଷା ସହ ଅନ୍ତର୍ନିହିତ ଭାବେ ଜଡ଼ିତ। ମୋଦୀ ସରକାର ୨୦୧୯ରେ ଏନ୍‌ଆଇଏ (ସଂଶୋଧନ) ଆଇନ ଏବଂ ୟୁଏପିଏ (ସଂଶୋଧନ) ଆଇନ ପ୍ରଣୟନ କରିଥିଲା। ୨୦୨୦ରୁ ପଳାତକ ଅପରାଧୀମାନଙ୍କୁ ଭାରତକୁ ଫେରାଇ ଆଣିବା ପ୍ରକ୍ରିୟାକୁ ‘ମିଶନ୍ ମୋଡ୍‌’ରେ କାର୍ଯ୍ୟକାରୀ କରାଯାଇଥିଲା। ଏହାର ପରିଣାମସ୍ୱରୂପ, ପ୍ରବର୍ତ୍ତନମୂଳକ କାର୍ଯ୍ୟାନୁଷ୍ଠାନ କେବଳ ନିଷିଦ୍ଧ ସଂଗଠନଗୁଡ଼ିକ ମଧ୍ୟରେ ସୀମିତ ରହିଲା ନାହିଁ। ଏହାର ପରିସର ବିଦେଶରେ ରହି କାର୍ଯ୍ୟ କରୁଥିବା ବ୍ୟକ୍ତିଗତ ଆତଙ୍କବାଦୀ, ହ୍ୟାଣ୍ଡଲର୍‌, ଆର୍ଥିକ ସହାୟତା ନେଟୱର୍କ ଏବଂ ସହାୟକ ବ୍ୟବସ୍ଥା ପର୍ଯ୍ୟନ୍ତ ବ୍ୟାପକ କରାଯାଇଥିଲା। ଏହା ଫଳରେ ପଳାତକ ଅପରାଧୀମାନଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କ ନେଟୱର୍କକୁ ଧ୍ୱଂସ କରିବାରେ ଭାରତର କ୍ଷମତା ଉଲ୍ଲେଖନୀୟ ଭାବେ ସୁଦୃଢ଼ ହୋଇଛି।

ଭାରତ ଏବଂ ବିଶ୍ୱର ବିଭିନ୍ନ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ମଧ୍ୟରେ ସମନ୍ୱୟ, ଯୋଗାଯୋଗ ଏବଂ ସୂଚନା ଆଦାନପ୍ରଦାନକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୫ ଜାନୁଆରୀରେ ‘ଭାରତପୋଲ୍’ର ଶୁଭାରମ୍ଭ କରିଥିଲେ। ଭାରତପୋଲ୍ ମାଧ୍ୟମରେ ସିବିଆଇ, ରାଜ୍ୟ ପୁଲିସ ମୁଖ୍ୟାଳୟ (ଇଣ୍ଟରପୋଲ୍ ଲିଆଜନ୍ ଅଫିସର୍‌-ILOଙ୍କ ଜରିଆରେ) ଏବଂ ଜିଲ୍ଲା ପୁଲିସ ମୁଖ୍ୟାଳୟଗୁଡ଼ିକୁ ଏକକ ପ୍ଲାଟଫର୍ମରେ ଯୋଡ଼ି ଏକ ବ୍ୟାପକ ସୂଚନା ଭିତ୍ତିଭୂମି ସୃଷ୍ଟି କରାଯାଇଛି। ଏହି ପଦକ୍ଷେପ ଅଧୀନରେ ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ୧,୪୦୦ରୁ ଅଧିକ ୟୁନିଟ୍‌କୁ ପୋର୍ଟାଲ୍ ସହ ଯୋଡ଼ାଯାଇଛି, ଯାହା ଫଳରେ ସୂଚନାର ନିରବଚ୍ଛିନ୍ନ ଆଦାନପ୍ରଦାନ ସୁନିଶ୍ଚିତ ହୋଇଛି।

ଏହାର ପରିଣାମରେ ସିବିଆଇ ଏବଂ ଅନ୍ୟ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସି ମଧ୍ୟରେ ସୂଚନା ଆଦାନପ୍ରଦାନର ସମୟ ଉଲ୍ଲେଖନୀୟ ଭାବେ କମିଛି। ବର୍ତ୍ତମାନ ସିବିଆଇ ପକ୍ଷରୁ ଚାହିଁଥିବା ସୂଚନା ସାଧାରଣତଃ ଅନ୍ୟ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିଗୁଡ଼ିକ ୧୦ରୁ ୨୦ ଦିନ ମଧ୍ୟରେ ଏବଂ କେତେକ କ୍ଷେତ୍ରରେ ୩ରୁ ୧୦ ଦିନ ମଧ୍ୟରେ ଯୋଗାଇ ଦେଉଛନ୍ତି। ଏହା ତଦନ୍ତ ଓ ପ୍ରତ୍ୟର୍ପଣ ପ୍ରକ୍ରିୟାର ଦକ୍ଷତାକୁ ବହୁଗୁଣିତ କରିଛି।

ମୋଦୀ ସରକାର ‘ବେଆଇନ ଅର୍ଥକାରବାର ନିବାରଣ ଆଇନ (ପିଏମଏଲଏ)’କୁ ଅଧିକ କଠୋର ଭାବେ ଲାଗୁ କରିଛନ୍ତି। ପିଏମଏଲଏର କଠୋର ପ୍ରବର୍ତ୍ତନ ମାଧ୍ୟମରେ ୨୦୧୯ରୁ ୨୦୨୬ ମଧ୍ୟରେ ପଳାତକ ଅପରାଧୀମାନଙ୍କର ୧୭,୮୭୪ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି।

ଗତ ତିନି ବର୍ଷ ମଧ୍ୟରେ ପଳାତକ ଅପରାଧୀମାନଙ୍କ ବିରୋଧରେ ୪୦୧ଟି ରେଡ୍ କର୍ଣ୍ଣର ନୋଟିସ୍  ଜାରି କରାଯାଇଛି। କେବଳ ୨୦୨୬ ଜୁଲାଇ ପର୍ଯ୍ୟନ୍ତ ୧୮୨ଟି ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଛି।

ଅମିତ ଶାହ କୁଖ୍ୟାତ ନିଶା ମାଫିଆ ତୁର୍କୀ ନବପ୍ରୀତ ସିଂହ ସଫଳ ପ୍ରତ୍ୟାର୍ପଣ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

October 4, 2026

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026

ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 4, 2026

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026
Latest News

ତୁର୍କୀରୁ କୁଖ୍ୟାତ ନିଶା ମାଫିଆର ସଫଳ ପ୍ରତ୍ୟାର୍ପଣ ଲାଗି ସମସ୍ତ ସମ୍ପୃକ୍ତ ଏଜେନ୍ସିକୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଅଭିନନ୍ଦନ

October 4, 2026

ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନର ନେତୃତ୍ୱ ନେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ

October 4, 2026

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026

ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 4, 2026

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.