Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଇଡୁ କମିଶନ ଫାଇଲ ଗାଏବ ଘଟଣା: ୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ
ଆଜିର ଖବର

ନାଇଡୁ କମିଶନ ଫାଇଲ ଗାଏବ ଘଟଣା: ୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

October 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ
୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଗୃହ ବିଭାଗ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ସମ୍ବଳିତ ‘ନାଇଡୁ କମିଶନ’ ଫାଇଲ୍ ନିଖୋଜ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ ନୋଟିସ ପାଇଥିବା ୩ ଜଣ ପ୍ରମୁଖ ବ୍ୟକ୍ତିଙ୍କ ବୟାନ କ୍ରାଇମବ୍ରାଞ୍ଚ ରେକର୍ଡ କରିଥିବା ନେଇ ଆଇଜିପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ପୂର୍ବତନ ସରକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରେ କାର୍ଯ୍ୟରତ ଥିବା ଭିକେ ପାଣ୍ଡିୟାନ, ମନୋଜ ମିଶ୍ର ଓ ରାଜେଶ ବର୍ମାଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ କରାଯାଇଥିଲା। ବୟାନ ରେକର୍ଡ ବେଳେ ଉକ୍ତ ଫାଇଲ୍ ଗୃହ ବିଭାଗରୁ ସିଏମ୍‌ଓରେ ପହଞ୍ଚିବା ପରେ ରିସିଭ୍ ହୋଇଥିବା ନେଇ ସେମାନେ ସ୍ୱୀକାର କରିଛନ୍ତି। ତଦନ୍ତ ବେଳେ ଏହାର ରିସିଭିଂ ରସିଦ ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ତେବେ ଫାଇଲ୍‌ଟି କେଉଁଆଡ଼େ ଗଲା, ସେନେଇ ସସପେନ୍ସ ଜାରି ରହିଛି। ଏପର୍ଯ୍ୟନ୍ତ ଫାଇଲଟି ନିଖୋଜ ଅଛି ବୋଲି କୁହାଯାଇପାରେ, ମାତ୍ର ଏହା ଚୋରି ହୋଇଛି କି ନାହିଁ ସେ ନେଇ ତଦନ୍ତ ଶେଷ ନ ହେବା ଯାଏଁ ସ୍ପଷ୍ଟ କରିବା ଠିକ୍ ହେବନି ବୋଲି କ୍ରାଇମବ୍ରାଞ୍ଚ କହିଛି।

ଉଲ୍ଲେଖଯୋଗ୍ୟ ଯେ, ୨୦୦୮ ମସିହାରେ ହୋଇଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା କାଣ୍ଡର ତଦନ୍ତ ବିଚାରପତି ଶରତ ଚନ୍ଦ୍ର ନାଇଡୁ କରିଥିଲେ ଏବଂ ୨୦୧୬ ସେପ୍ଟେମ୍ବର ୧୯ରେ ଏହି ରିପୋର୍ଟ ଗୃହ ବିଭାଗକୁ ଦିଆଯାଇଥିଲା। ସେହିପରି ସମ୍ ହସ୍ପିଟାଲ୍ ଆର୍‌ଡିସି ତଦନ୍ତ ରିପୋର୍ଟ ମେ’ ୨୩, ୨୦୧୮ରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମେ’ ୨୪ରେ ସିଏମ୍‌ଓକୁ ଯାଇଥିଲା। ମାତ୍ର ବର୍ତ୍ତମାନର ସରକାରଙ୍କୁ ଏହି ଦୁଇଟି ଯାକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ମିଳୁ ନଥିବାରୁ ତଦନ୍ତ ଆରମ୍ଭ ହୋଇଛି।

କ୍ରାଇମବ୍ରାଞ୍ଚ ନାଇଡୁ କମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ

October 5, 2026

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

October 5, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

October 5, 2026
Latest News

ନାଇଡୁ କମିଶନ ଫାଇଲ ଗାଏବ ଘଟଣା: ୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

October 5, 2026

ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ

October 5, 2026

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

October 5, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.