Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ
ଆଜିର ଖବର

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ

October 6, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
CS Anu Garg visit Odisha State Pollution Control Board
CS Anu Garg visit Odisha State Pollution Control Board

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ର ଅଧ୍ୟକ୍ଷା ଅନୁ ଗର୍ଗ (ଓଏସପିସିବି) ପରିଦର୍ଶନ କରି ବୋର୍ଡର ବିଭିନ୍ନ କାର୍ଯ୍ୟକଳାପ, ନିୟାମକ ବ୍ୟବସ୍ଥା, ପରିବେଶ ନିରୀକ୍ଷଣ, ବର୍ଜ୍ୟ ପରିଚାଳନା, ମାନବ ସମ୍ବଳ, ବର୍ତ୍ତମାନର ଆହ୍ୱାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ମୁଖ୍ୟ ଶାସନ ସଚିବ, ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଲକ୍ଷ୍ୟରେ ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ।

ଓଡ଼ିଶାରେ ଇସ୍ପାତ, ଆଲୁମିନିୟମ୍, ବିଦ୍ୟୁତ୍, ଖଣିଜ, ପେଟ୍ରୋକେମିକାଲ୍ ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଦ୍ରୁତ ବିକାଶ ଘଟୁଥିବା ବେଳେ ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ରକ୍ଷା କରିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ । ଶିଳ୍ପକୁ କେବଳ ଅନୁମତି ପ୍ରଦାନ ଓ ନିୟମ ପାଳନର ଯାଞ୍ଚରେ ସୀମିତ ନ ରଖି ତଥ୍ୟଭିତ୍ତିକ, ପ୍ରଯୁକ୍ତିନିର୍ଭର ଓ ସ୍ୱଚ୍ଛ ପରିବେଶ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ବୋର୍ଡର ଭୂମିକା ଓ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା। ବୋର୍ଡର ଆଗାମୀ କାର୍ଯ୍ୟପନ୍ଥାରେ ନୀତିଗତ ସଂସ୍କାର, ପ୍ରତିଷ୍ଠାନଗତ କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପରୀକ୍ଷାଗାର ଓ ଗବେଷଣା ଭିତ୍ତିଭୂମିର ସୁଦୃଢ଼ୀକରଣ, ବର୍ଜ୍ୟର ପୁନଃବ୍ୟବହାର, ଜନସଚେତନତା ଓ ମାନବ ସମ୍ବଳ ବିକାଶକ ଆଦିକୁ ପ୍ରାଥମିକତା ଭିତ୍ତିରେ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଓଏସପିସିବିର କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ନେଇ ମୁଖ୍ୟ ସଚିବ ବୋର୍ଡ ସଦସ୍ୟ ସଦସ୍ୟାମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଅବସରରେ ବୋର୍ଡ ପକ୍ଷରୁ ବର୍ତ୍ତମାନର ନିୟାମକ ବ୍ୟବସ୍ଥା ଓ ଭବିଷ୍ୟତ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରୋଡମ୍ୟାପକୁ ଆଧାର କରି ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା।

ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠାକୁ ସୁଗମ କରିବା ଲକ୍ଷ୍ୟରେ ଅନୁକୂଳ ପରିବେଶ ସୃଷ୍ଟି (ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍) କରିବା ଦିଗରେ ପରିବେଶ ସମ୍ବନ୍ଧୀୟ ଅନୁମୋଦନ ଓ ଅନୁପାଳନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ପୂର୍ବାନୁମାନଯୋଗ୍ୟ, ସମୟବଦ୍ଧ ଓ ପ୍ରଯୁକ୍ତିଭିତ୍ତିକ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ଏହା ଶିଳ୍ପଗୁଡ଼ିକୁ ଆବଶ୍ୟକ ପରିବେଶ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ସହିତ ରାଜ୍ୟରେ ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବ।

ମୁଖ୍ୟ ଶାସନ ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା ସମସ୍ତ ପଦକ୍ଷେପ ‘ବିକଶିତ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ର ବ୍ୟାପକ ଦୃଷ୍ଟିକୋଣ ସହ ସଂଯୋଜିତ ହେବା ସଂପର୍କରେ ଗୁରୁତ୍ୱାରୋପ କରି କରିଥିଲେ। ସେ ପରିବେଶ ସୁରକ୍ଷାକୁ ଦୃଷ୍ଟିଦେଇ ସ୍ଥାୟୀ ଆର୍ଥିକ ବିକାଶ, ଶିଳ୍ପ ବିକାଶ, ନିବେଶ, ନବସୃଜନ ଓ ରୋଜଗାର ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମସହ ସଂଯୋଜିତ କରିବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ସର୍କୁଲାର ଇକୋନୋମି ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ବର୍ଜ୍ୟକୁ କେବଳ ଫିଙ୍ଗିଦେବା କିମ୍ବା ନଷ୍ଟ କରିବାର ଉପାଦାନ ଭାବେ ନ ଦେଖି, ଏହାକୁ ପୁନଃବ୍ୟବହାର, ପୁନଃଚକ୍ରଣ, ସମ୍ପଦ ପୁନରୁଦ୍ଧାର ଏବଂ ମୂଲ୍ୟଯୁକ୍ତ ଉତ୍ପାଦନ ମାଧ୍ୟମରେ ଏକ ଆର୍ଥିକ ସମ୍ପଦରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ବିଭିନ୍ନ ବର୍ଜ୍ୟବସ୍ତୁ ସଂପର୍କିତ ବୈଜ୍ଞାନିକ ଓ ସୁଚିନ୍ତିତ ପରିଚାଳନା ଉପରେ ସେ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ପୌର ବର୍ଜ୍ୟ, ଶିଳ୍ପ ବର୍ଜ୍ୟ, ପ୍ଲାଷ୍ଟିକ ବର୍ଜ୍ୟ, ଇ-ବର୍ଜ୍ୟ, ନିର୍ମାଣ ଓ ଭଙ୍ଗା ବର୍ଜ୍ୟ, ବିପଜ୍ଜନକ ବର୍ଜ୍ୟ ଆଦିର ପୃଥକୀକରଣ, ସଂଗ୍ରହ, ପ୍ରକ୍ରିୟାକରଣ, ପୁନଃଚକ୍ରଣ ଓ ସମ୍ପଦ ପୁନରୁଦ୍ଧାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ପରିପ୍ରେକ୍ଷୀରେ ସେ ଓ୍ୱେଷ୍ଟ ଟୁ ଓ୍ୱେଲଥ ବା ଓ୍ୱେଷ୍ଟ ଟୁ ଇକୋନୋମିକୁ ଆଗେଇ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଗୋଟିଏ କ୍ଷେତ୍ରରେ ବର୍ଜ୍ୟ ଭାବେ ପରିତ୍ୟକ୍ତ ହେଉଥିବା ସାମଗ୍ରୀକୁ ଅନ୍ୟ କ୍ଷେତ୍ରରେକଞ୍ଚାମାଲ କିମ୍ବା ଉପଯୋଗୀ ସମ୍ପଦ ଭାବେ ବ୍ୟବହାର କରିବା ପାଇଁ ନୂତନ ପ୍ରଯୁକ୍ତି, ଉଦ୍ୟୋଗ ଓ ବ୍ୟବସାୟିକ ମଡେଲକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ଏହା ଦ୍ୱାରା ବର୍ଜ୍ୟ ହ୍ରାସ ସହିତ ନୂତନ ଉଦ୍ୟୋଗ, ରୋଜଗାର ଓ ଆୟର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ଆଲୋକପାତ କରିଥିଲେ । ସମଗ୍ରିକ ଭାବେ, ମୁଖ୍ୟ ଶାସନ ସଚିବଏହାକୁ ଏକ ପରିବର୍ତ୍ତନଶୀଳ ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱ ଦେଇଥିଲେ ।ପରିବେଶ ସୁରକ୍ଷା, ଇଜ୍ ଅଫ୍ ଡୁଇଂ ବିଜନେସ୍, ଶିଳ୍ପ ବିକାଶ, ସର୍କୁଲାର ଇକୋନୋମି ଓ ରୋଜଗାର ସୃଷ୍ଟି-ଏସବୁକୁ ସମନ୍ୱିତ କରି ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ଲକ୍ଷ୍ୟ ହାସଲ ଦିଗରେ ଆଗେଇବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାରେ ଖଣିଜ ସଂପଦର ଉପଯୋଗ କରି କେବଳ ବିକାଶ କଲେ ହେବ ନାହିଁ, ଆଗାମୀ ଦିନରେ ପର୍ଯ୍ୟଟନ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଓଡ଼ିଶାରେ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ ଆଦି ସାମଗ୍ରିକ ବିକାଶ କରି ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗୁରୁତ୍ୱପୂଣ୍ଣ ଭୁମିକା ରହୁଥିବା ମୁଖ୍ୟ ଶାସନ ସଚିବ ଉଲ୍କେଖ କରିଥିଲେ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ. ମନୋଜ ଭି. ନାୟାର ଯୋଗଦେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ। ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଅନ୍ଲାଇନ୍ ନିରୀକ୍ଷଣ, ସ୍ୱୟଂଚାଳିତ ତଥ୍ୟ ସଂଗ୍ରହ, ଶିଳ୍ପଗୁଡ଼ିକର ନିୟମ ପାଳନର ଡିଜିଟାଲ୍ ନିରୀକ୍ଷଣ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ବୋର୍ଡର କେନ୍ଦ୍ରୀୟ ପରୀକ୍ଷାଗାର, ଉପକୂଳ ପରିବେଶ ନିରୀକ୍ଷଣ କେନ୍ଦ୍ର ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର ପରୀକ୍ଷାଗାରକୁ ଆଧୁନିକୀକରଣ କରିବା ସହ ଗବେଷଣା କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଜାତୀୟ ଓ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶେଷଜ୍ଞ ସଂସ୍ଥାଗୁଡ଼ିକ ସହ ଗବେଷଣା ଓ ବୈଷୟିକ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଫ୍ଲାଏ ଆଶ୍, ସ୍ଲାଗ୍, ରେଡ୍ ମଡ୍ ଓ ଫସ୍ଫୋଜିପସମ୍ ଭଳି ଶିଳ୍ପ ଉପ-ଉତ୍ପାଦର ପୁନଃବ୍ୟବହାର ଓ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବର୍ଜ୍ୟ ପରିଚାଳନାକୁ କେବଳ ନିଷ୍କାସନରେ ସୀମିତ ନରଖି ସର୍କୁଲାର ଅର୍ଥନୀତି ଦିଗରେ ଆଗେଇ ନେବା, ଶିଳ୍ପ ଉପ-ଉତ୍ପାଦକୁ ନିର୍ମାଣ, ରାଜପଥ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣରେ ଉପଯୋଗ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରାଯିବାକୁ ଆଲୋଚନା ହୋଇଥିଲା।

ବିଶ୍ୱ ପରିବେଶ ଦିବସ, ବିଶ୍ୱ ଓଜୋନ୍ ଦିବସ, ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ, ପରିବେଶ ସଚେତନତା ସପ୍ତାହ, ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଓ ଜାତୀୟ ପ୍ରଦୂଷଣ ନିରୋଧ ଦିବସ ଆଦି ଅବସରରେ ଜନସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍କୁଲ୍, କଲେଜ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ସହ ତୁରନ୍ତ ବାୟୁ ଗୁଣବତ୍ତା ଓ ଜଳ ଗୁଣବତ୍ତା ସମ୍ପର୍କିତ ସୂଚନା ଉପଲବ୍ଧ କରାଇବା ଏବଂ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଶିଳ୍ପ ଓ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ସମୟବଦ୍ଧ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଅନୁମୋଦନ ବ୍ୟବସ୍ଥାକୁ ସିଙ୍ଗିଲ୍ ୱିଣ୍ଡୋ ଅନ୍ଲାଇନ୍ ବ୍ୟବସ୍ଥା ସହ ସମନ୍ୱିତ କରିବା, ଅନ୍ଲାଇନ୍ ପ୍ରମାଣପତ୍ର ଯାଞ୍ଚ ଓ କାଗଜବିହୀନ କାର୍ଯ୍ୟପ୍ରଣାଳୀ ଭଳି ପଦକ୍ଷେପ ନିଆଯାଇଛି। ବୋର୍ଡର ବୈଷୟିକ ଓ ପ୍ରଶାସନିକ ମାନବ ସମ୍ବଳର ଉପଲବ୍ଧତା, ଖାଲି ପଦ ପୂରଣ, ପଦୋନ୍ନତି ଏବଂ ଆଗାମୀ ଦିନର ଆବଶ୍ୟକତା ଅନୁଯାୟୀ ମାନବ ସମ୍ବଳ ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ବୋର୍ଡର ବିଭିନ୍ନ ଶାଖା, ଆଞ୍ଚଳିକ କାର୍ଯ୍ୟାଳୟ, ପରୀକ୍ଷାଗାର, ଆଇନ ଶାଖା ଓ ସୂଚନା ପ୍ରଯୁକ୍ତି ଶାଖାକୁ ଆହୁରି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ପରିବେଶ ସୁରକ୍ଷା, ଦାୟିତ୍ୱସମ୍ପର୍ଣ୍ଣ ଶିଳ୍ପାୟନ ଓ ସ୍ଥାୟୀ ବିକାଶ ମଧ୍ୟରେ ସୁସମନ୍ୱୟ ସ୍ଥାପନ କରି ଓଡ଼ିଶାକୁ ଏକ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ରାଜ୍ୟ ଭାବେ ଆଗେଇ ନେବା ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ।

CS Anu Garg Odisha State Pollution Control Board
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଜରାଟର ଏକତା ନଗରରେ ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 6, 2026

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026
Latest News

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରିଦର୍ଶନ

October 6, 2026

BJPର ରାଜ୍ୟସଭା ରଣନୀତିରେ ବଡ଼ ପରିବର୍ତ୍ତନ! ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ନାମ ନାହିଁ

October 6, 2026

ଗୁଜରାଟର ଏକତା ନଗରରେ ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 6, 2026

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.