Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 
ଆଜିର ଖବର

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 
୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

ଭୁବନେଶ୍ୱର: ପୂର୍ବତଟ ରେଳପଥ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଶକ୍ତି ସଂରକ୍ଷଣ ଓ କାର୍ବନ ନିର୍ଗମନ ହ୍ରାସ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛି। ଏହି କ୍ରମରେ ପୂର୍ବତଟ ରେଳପଥର ବିଭିନ୍ନ ରେଳ ପ୍ରତିଷ୍ଠାନରେ ମୋଟ ୪୮୬.୮୪ କିଲୋୱାଟ୍‌ ପିକ୍ (kWp) ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। ଏହି ପଦକ୍ଷେପ ରେଳ ପରିଚାଳନାରେ ସ୍ୱଚ୍ଛ ଶକ୍ତିର ବ୍ୟବହାର ବୃଦ୍ଧି ସହିତ ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ଦିଗରେ ପୂର୍ବ ତଟ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ରାୟଗଡା ଡିଭିଜନର ବିଭିନ୍ନ ସ୍ଥାନରେ ଏହି ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି। ଖୋର୍ଦ୍ଧା ରୋଡ ଡିଭିଜନରେ ସର୍ବାଧିକ ୩୨୬.୮୪ kWp, ସମ୍ବଲପୁର ଡିଭିଜନରେ ୧୫୦ kWp ଏବଂ ରାୟଗଡା ଡିଭିଜନରେ ୧୦ kWp ସୌର ଶକ୍ତି କ୍ଷମତା ସ୍ଥାପନ କରାଯାଇଛି।

ଏହା ବ୍ୟତୀତ, ପୂର୍ବ ତଟ ରେଳପଥର ୨୩୨ଟି ରେଳ ଷ୍ଟେସନରେ ରୁଫଟପ୍ ସୋଲାର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରେ ଖୋର୍ଦ୍ଧା ରୋଡ ଡିଭିଜନର ୧୧୦ଟି, ସମ୍ବଲପୁର ଡିଭିଜନର ୬୮ଟି ଏବଂ ରାୟଗଡା ଡିଭିଜନର ୫୪ଟି ଷ୍ଟେସନ ରହିଛି। ଷ୍ଟେସନଗୁଡିକରେ ସୌର ଶକ୍ତିର ବ୍ୟବହାର ଦ୍ୱାରା ରେଳ ପରିଚାଳନାରେ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ସହିତ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ପୂର୍ବ ତଟ ରେଳପଥର ପ୍ରୟାସକୁ ଆହୁରି ସୁଦୃଢ଼ କରୁଛି।

ଏହି ସୌର ଶକ୍ତି ବ୍ୟବସ୍ଥାଗୁଡିକ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖୁଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ୬୭,୦୨,୭୦୭.୯୮ ୟୁନିଟ୍ ସୌର ଶକ୍ତି ଉତ୍ପାଦନ ରେକର୍ଡ କରାଯାଇଛି। ସୌର ଶକ୍ତିର ଏହି ବର୍ଦ୍ଧିତ ବ୍ୟବହାର ପାରମ୍ପରିକ ବିଦ୍ୟୁତ ଉତ୍ସ ଉପରେ ପୂର୍ବ ତଟ ରେଳପଥର ନିର୍ଭରଶୀଳତା ହ୍ରାସ କରିବା ସହିତ ଏହାର ବିଭିନ୍ନ ପ୍ରତିଷ୍ଠାନରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରୁଛି।

ସୌର ଶକ୍ତିର ବ୍ୟବହାର ଦ୍ୱାରା ପୂର୍ବତଟ ରେଳପଥ ଉଲ୍ଲେଖନୀୟ ଆର୍ଥିକ ସଞ୍ଚୟ ହାସଲ କରୁଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସୌର ଶକ୍ତି ଉତ୍ପାଦନ ଯୋଗୁଁ ପ୍ରାୟ ୪.୫୧ କୋଟି ଟଙ୍କା ସଞ୍ଚୟ ହୋଇଛି। ସୌର ଶକ୍ତିର ବ୍ୟବହାର ଦ୍ୱାରା ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ ଶକ୍ତି ବ୍ୟୟ ହ୍ରାସ ଓ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଉଲ୍ଲେଖନୀୟ ଲାଭ ମିଳୁଛି।

ପୂର୍ବ ତଟ ରେଳପଥ ଏହାର ଷ୍ଟେସନ, କାର୍ଯ୍ୟାଳୟ, କାରଖାନା ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନରେ ନବୀକରଣଯୋଗ୍ୟ ଶକ୍ତି ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ନିରନ୍ତର ଭାବେ ନୂତନ ସୁଯୋଗ ଅନ୍ୱେଷଣ କରୁଛି। ସୌର ଶକ୍ତିର ବର୍ଦ୍ଧିତ ବ୍ୟବହାର ଶକ୍ତି ଦକ୍ଷତା ବୃଦ୍ଧି, କାର୍ବନ ନିର୍ଗମନ ହ୍ରାସ ଏବଂ ଅଧିକ ସ୍ଥାୟୀ ରେଳ ବ୍ୟବସ୍ଥା ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ସମସ୍ତ ପଦକ୍ଷେପ ଶକ୍ତି ଦକ୍ଷତା, ପରିବେଶଗତ ସ୍ଥାୟିତ୍ୱ ଏବଂ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ନିମନ୍ତେ ଭାରତୀୟ ରେଳବାଇର ବ୍ୟାପକ ଦୂରଦୃଷ୍ଟି ସହ ସମ୍ପୂର୍ଣ୍ଣ ଆବଦ୍ଧ।

ପୂର୍ବତଟ ରେଳପଥ ସବୁଜ ଶକ୍ତି ସୌର ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ

October 7, 2026

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

October 7, 2026

Chintan Shivir: ଗୁଜରାଟ ଚିନ୍ତନ ଶିବିରର ଶେଷ ଦିବସରେ ଅଧ୍ୟକ୍ଷତା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

October 7, 2026
Latest News

ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

October 7, 2026

୪୮୦ କିଲୋୱାଟ୍ ପିକ୍ ରୁ ଅଧିକ ସୌର ଶକ୍ତି କ୍ଷମତାର ବ୍ୟବହାରକୁ ସୁଦୃଢ଼ କରୁଛି ପୂର୍ବ ତଟ ରେଳପଥ 

October 7, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ

October 7, 2026

ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ହେଲେ ଆଶୁତୋଷ ଦୀକ୍ଷିତ

October 7, 2026

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.