Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»MMDR ବିଲ୍‌କୁ ନେଇ ତେଜ ହେଲା ଲଢ଼େଇ: ୪ ଦଫା ଦାବିରେ ଓଡ଼ିଶା ବନ୍ଦ
ଆଜିର ଖବର

MMDR ବିଲ୍‌କୁ ନେଇ ତେଜ ହେଲା ଲଢ଼େଇ: ୪ ଦଫା ଦାବିରେ ଓଡ଼ିଶା ବନ୍ଦ

October 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସକାଳୁ ସକାଳୁ ରାଜରାସ୍ତାରେ ଆନ୍ଦୋଳନର ତାତି। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ, ଟାୟାର ଜାଳି ପ୍ରତିବାଦ ଏବଂ ପିକେଟିଂ। ବସ୍‌, ଅଟୋ ଓ ଟ୍ରେନ୍‌ ସେବା ପ୍ରଭାବିତ ହେବା ସହ ଅନେକ ସ୍ଥାନରେ ଶହ ଶହ ଗାଡ଼ି ଅଟକି ରହିଛି। ୪ ଦଫା ଦାବିକୁ ନେଇ କଂଗ୍ରେସ ସମେତ ୯ଟି ବିରୋଧୀ ଦଳର ଡାକରାରେ ଆଜି ସାରା ଓଡ଼ିଶାରେ ‘ବନ୍ଦ’ର ପ୍ରଭାବ ଦେଖିବାକୁ ମିଳିଛି।

ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଘରୋଇ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନବଜାର ବନ୍ଦ ରହିଛି। ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦକୁ ସମର୍ଥନ କରିଛନ୍ତି। ଅନ୍ୟପଟେ ବିଭିନ୍ନ ଜିଲ୍ଲାରେ ମଧ୍ୟ ବିରୋଧୀ ଦଳର କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି।

କାହିଁକି ଡାକରା ଦିଆଯାଇଛି ‘ଓଡ଼ିଶା ବନ୍ଦ’?

MMDR ବିଲ୍‌ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର (CEC)ଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ସମେତ ୪ ଦଫା ଦାବିକୁ ନେଇ ଇଣ୍ଡିଆ ଆଲାଏନ୍ସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏଥିରେ ସାମିଲ ହୋଇଥିବାରୁ ଆନ୍ଦୋଳନର ପ୍ରଭାବ ବିଭିନ୍ନ ସ୍ଥାନରେ ଅଧିକ ଦେଖାଯାଉଛି।

MMDR ବିଲ୍‌କୁ ନେଇ ନରସିଂହଙ୍କ ଟାର୍ଗେଟ୍‌

ବନ୍ଦ ମଧ୍ୟରେ MMDR ବିଲ୍‌କୁ ନେଇ ସରକାରଙ୍କୁ ଘେରିଛନ୍ତି ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ ନୂଆ ଆଇନକୁ ନେଇ ସେ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ତଥ୍ୟ ରଖିଛନ୍ତି।

ନରସିଂହ ମିଶ୍ରଙ୍କ କହିବା ଅନୁସାରେ, ଖଣିଜ ସମ୍ପଦ ଉପରେ ରାଜ୍ୟର ଟିକସ ଓ ରାଜସ୍ୱ ଅଧିକାରକୁ ନେଇ ପୂର୍ବରୁ ଅନେକ ଆଇନଗତ ଲଢ଼େଇ ହୋଇଛି। ସେ ନିଜେ ଆଇନ ମନ୍ତ୍ରୀ ଥିବା ସମୟର ଘଟଣାକୁ ମଧ୍ୟ ଉଦାହରଣ ଭାବେ ରଖିଛନ୍ତି।

‘ଓଡ଼ିଶାର ୯୮ ହଜାର କୋଟି ଟଙ୍କାର ଦାବି’

ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଖଣି ଓ ଖଣିଜ ସମ୍ପଦ ଉପରେ ରାଜ୍ୟର କିଛି ଅଧିକାର ସ୍ପଷ୍ଟ ହୋଇଥିବା ନରସିଂହ ମିଶ୍ର କହିଛନ୍ତି। ଏହି ଆଧାରରେ ଓଡ଼ିଶା ପ୍ରାୟ ୯୮ ହଜାର କୋଟି ଟଙ୍କାର ରାଜସ୍ୱ ପାଇବାର ଦାବି ରହିଥିବା ସେ ଦାବି କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, ନୂଆ MMDR ଆଇନ ଯୋଗୁଁ ରାଜ୍ୟର ଏହି ଅଧିକାର ଏବଂ ବକେୟା ରାଜସ୍ୱ ପ୍ରଭାବିତ ହୋଇପାରେ। ନୂଆ ବ୍ୟବସ୍ଥାରେ ଖଣିଜ ସମ୍ପଦ ଉପରେ ଟିକସ ଆଦାୟରେ କେନ୍ଦ୍ରର ଭୂମିକା ବଢ଼ିବ ବୋଲି ସେ ଅଭିଯୋଗ କରିଛନ୍ତି।

ବକେୟା ଖଣିଜ ଟିକସ ମିଳିବ ତ?

ନୂଆ ଆଇନକୁ ନେଇ ବିରୋଧୀଙ୍କ ଆଉ ଏକ ବଡ଼ ଆଶଙ୍କା ହେଉଛି ପୂର୍ବରୁ ବକେୟା ଥିବା ଖଣିଜ ଟିକସ। ରାଜ୍ୟର ଏହି ବକେୟା ରାଜସ୍ୱ ଆଦାୟ ଉପରେ ନୂଆ ବ୍ୟବସ୍ଥା ପ୍ରଭାବ ପକାଇପାରେ ବୋଲି ବିରୋଧୀ ଦଳଗୁଡ଼ିକ ଯୁକ୍ତି ରଖୁଛନ୍ତି।

ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ତାତି ବଢ଼ିଛି। ଖଣି ଓ ଖଣିଜ ସମ୍ପଦ ଓଡ଼ିଶାର ରାଜସ୍ୱର ଏକ ବଡ଼ ଉତ୍ସ ହୋଇଥିବାରୁ MMDR ଆଇନର ପ୍ରଭାବକୁ ନେଇ ରାଜନୈତିକ ତର୍କ ତୀବ୍ର ହୋଇଛି।

ସରକାର ବନାମ ବିରୋଧୀ: କାହାର ଦାବି କ’ଣ?

MMDR ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟର ରାଜସ୍ୱ ଅଧିକାର କ୍ଷୁଣ୍ଣ ହେବାର ଅଭିଯୋଗ ଆଣୁଥିବା ବେଳେ ସରକାରୀ ପକ୍ଷରୁ ରାଜ୍ୟର ରାଜସ୍ୱ କ୍ଷତି ହେବ ନାହିଁ ବୋଲି ଦାବି କରାଯାଉଛି।

ଏହି ଦାବି ଓ ପ୍ରତିଦାବି ମଧ୍ୟରେ ଆଜିର ‘ଓଡ଼ିଶା ବନ୍ଦ’ ରାଜନୈତିକ ଲଢ଼େଇକୁ ଆହୁରି ତୀବ୍ର କରିଛି। ରାଜରାସ୍ତାରେ ବିରୋଧୀଙ୍କ ଆନ୍ଦୋଳନ ଏବଂ MMDR ଆଇନକୁ ନେଇ ଉଠିଥିବା ପ୍ରଶ୍ନ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ କେତେ ବଡ଼ ପ୍ରସଙ୍ଗ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

#MMDRBill #OdishaBandh2026
Share. Facebook Twitter LinkedIn Email WhatsApp Copy Link

Related Posts

UPI MDR ନିୟମରେ ବଡ଼ ପରିବର୍ତ୍ତନ: ଜାନୁଆରୀ ୧, ୨୦୨୭ରୁ ଲାଗୁ ହୋଇପାରେ ନୂଆ ଫ୍ରେମୱାର୍କ

October 8, 2026

କ୍ୟାମ୍ପସରେ ପୁଣି ବାଜିଲା ନିର୍ବାଚନୀ ବିଗୁଲ୍: କିଏ ହେବ ଛାତ୍ରନେତା? ୧୫ରେ ହେବ ଫଇସଲା

October 8, 2026

ବଲିଉଡ୍‌ରେ ଶୋକର ଛାୟା, ୭୫ ବର୍ଷରେ ଚାଲିଗଲେ ନାନା ପାଟେକର

October 8, 2026

ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

October 8, 2026
Latest News

MMDR ବିଲ୍‌କୁ ନେଇ ତେଜ ହେଲା ଲଢ଼େଇ: ୪ ଦଫା ଦାବିରେ ଓଡ଼ିଶା ବନ୍ଦ

October 8, 2026

UPI MDR ନିୟମରେ ବଡ଼ ପରିବର୍ତ୍ତନ: ଜାନୁଆରୀ ୧, ୨୦୨୭ରୁ ଲାଗୁ ହୋଇପାରେ ନୂଆ ଫ୍ରେମୱାର୍କ

October 8, 2026

କ୍ୟାମ୍ପସରେ ପୁଣି ବାଜିଲା ନିର୍ବାଚନୀ ବିଗୁଲ୍: କିଏ ହେବ ଛାତ୍ରନେତା? ୧୫ରେ ହେବ ଫଇସଲା

October 8, 2026

ବଲିଉଡ୍‌ରେ ଶୋକର ଛାୟା, ୭୫ ବର୍ଷରେ ଚାଲିଗଲେ ନାନା ପାଟେକର

October 8, 2026

ରାଜନୀତିରୁ ସନ୍ନ୍ୟାସ ନେଲେ ହୁମାୟୁନ୍ କବିର

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.