ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ସନ୍ଧ୍ୟା ୫ଟାରେ ରେଢ଼ାଖୋଲ ମିନି ଷ୍ଟାଡିୟମ ନିକଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ସୂଚନା ମୁତାବକ, ରେଢ଼ାଖୋଲ କଲେଜ ପଟୁ ଏକ କାର ସହର ଆଡ଼କୁ ଯାଉଥିଲା। ସହର ପଟୁ ଏକ ବାଇକ ପେଟ୍ରୋଲ ଟାଙ୍କି ଆଡ଼କୁ ରାସ୍ତା ପାର ହୋଇଯାଉଥିବା ବେଳେ କାର ସହ ମୁହାଁମୁହିଁ ହୋଇ ଯାଇଥିଲା। ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ କାର ଚାଳକ କାରକୁ ରାସ୍ତା ପାର୍ଶ୍ୱକୁ ନେଇଯାଇଥିଲେ। ଯାହାଫଳରେ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ହେଲେ କାର ଚାଳକ ଓ ବାଇକ ଚାଳକ ମୃତୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି।


