Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨ କଲରାପତରିଆ ଛାଲ ଜବତ, ୬ ଗିରଫ
ଆଜିର ଖବର

୨ କଲରାପତରିଆ ଛାଲ ଜବତ, ୬ ଗିରଫ

October 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Leopard skins seized; 6 arrested.
Leopard skins seized; 6 arrested.

ଭୁବନେଶ୍ବର: ଗଜପତି ଜିଲ୍ଲାରେ ଦୁଇ ପୃଥକ ସ୍ଥାନରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨ଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି। ବାଘଛାଲ ବେପାର ନିମନ୍ତେ ବ୍ୟବହାର କରୁଥିବା ୩ଟି ବାଇକ୍ ଓ ୬ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଗୁରୁବାର ଗୁଇନ୍ଦା ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଦେବଗିରି ବନାଞ୍ଚଳର ଟିମ୍ ଚଢ଼ଉ କରି ହାଡୁଭାଙ୍ଗି ଗ୍ରାମର ଗୋରିଲା ରବି (୪୦) ଓ ପାରିଡ଼ା ଗ୍ରାମର ପ୍ରଫୁଲ୍ଲ ଘାଣ୍ଟା (୪୨)ଙ୍କୁ ଧରିଥିଲା। ସେମାନଙ୍କଠାରୁ ଗୋଟିଏ ବାଘଛାଲ ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରିଥିଲା। ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ସେମାନଙ୍କ ଠାରୁ ମିଳିଥିବା ସୂଚନାନୁସାରେ ଶୁକ୍ରବାର ମୋହନା ବନାଞ୍ଚଳର ତୁଳସୀନଗର ନିକଟରେ ଚଢ଼ଉ କରାଯାଇ ଜଗା ମଲ୍ଲିକ (୩୬), ବିଜୟ ନନ୍ଦ ନାୟକ (୨୩), ତ୍ରିଲୋଚନ ପାତ୍ର (୩୫) ଓ ଦୀପକ କୁମାର ନାୟକ (୨୫)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଆଉ ଗୋଟିଏ କଲରାପତରିଆ ବାଘଛାଲ, ଦୁଇଟି ବାଇକ୍ ଓ ୪ଟି ମୋବାଇଲ ଜବତ ହୋଇଛି। ଏନେଇ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ନାଗରାଜୁ କହିଛନ୍ତି, ଏନେଇ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଆଇନାନୁସାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତି ଅଛି କି ନାହିଁ, ବାଘକୁ କେଉଁଠାରେ ଶିକାର କରାଯାଇଥିଲା, ବାଘ ଛାଲ କେଉଁଠାରୁ ଆଣିଥିଲେ, ଏଥିରେ ଅନ୍ତରାଷ୍ଟ୍ରୀୟ ରାକେଟର ସମ୍ପୃକ୍ତି ଅଛି କି ନାହିଁ ସେନେଇ ଖୋଳତାଡ଼ କରାଯାଉଛି ବୋଲି ଶ୍ରୀ ନାଗରାଜୁ କହିଛନ୍ତି।

କଲରାପତରିଆ ଛାଲ ଗଜପତି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026
Latest News

୨ କଲରାପତରିଆ ଛାଲ ଜବତ, ୬ ଗିରଫ

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.