ଦିଲ୍ଲୀଠାରେ ବିଜ୍ଞାନ ଭବନ ପରିସରରେ ଆୟୁର୍ବେଦ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗର ସମ୍ବର୍ଦ୍ଧନ ଓ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଛନ୍ତି। ଏହି ଅବସରରେ ୧୨ଜଣ ଆୟୁଷ ବିଶେଷଜ୍ଞଙ୍କ ନାଁରେ ସ୍ମାରକ ଡାକଟିକେଟ୍ ଜାରି ମଧ୍ୟ କରିଛନ୍ତି । ଏହି ପୁରସ୍କାରର ଘୋଷଣା ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କରାଯାଇଥିଲା । ଏହି ଅବସରରେ ମୋଦି କହିଛନ୍ତି ଯେ, ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ପାଇଁ ଯୋଗ ଓ ଆୟୁଷ୍ ଦୁଇଟି ମୁଖ୍ୟ ସ୍ତମ୍ବ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଜୀବନର ଅଧିକାଂଶ ସମୟ ଭଲ କାମ ପାଇଁ ଦେଇଛନ୍ତି ସେହିଭଳି ବ୍ୟକ୍ତିଙ୍କ ଉପରେ ଡାକ ଟିକେଟ ଜାରି କରାଯିବ ବୋଲି କହିଛନ୍ତି । ଯୋଗର ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି ମୋଦି । ଏହି ଅବସରରେ ୧୦ଟି ଆୟୁଷ ସ୍ବାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି ।
Tags: