ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କଟକ-ପୁରୀ ବାଇପାସ୍ରେ ଏକ କାର୍ର ସିରିଜ୍ ଦୁର୍ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏକ କାର୍ ରାସ୍ତାରେ ଥିବା ୭ଟି ବାଇକ୍କୁ ଧକ୍କା ଦେଇଥିବା ବେଳେ ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କଟକ-ପୁରୀ ବାଇପାସ୍ରେ କାର୍ଟି ଏକାଧିକ ବାଇକ୍କୁ ଧକ୍କା ଦେଇଥିଲା। ଏହାଫଳରେ ୭ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା କେଉଁ କାରଣରୁ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ।
ଘଟଣା ପରେ ବଡ଼ଗଡ଼ ଥାନା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ କାର୍ ଚାଳକଙ୍କୁ ଅଟକ ରଖିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି। ଏହି ଘଟଣାକୁ ନେଇ କଟକ-ପୁରୀ ବାଇପାସ୍ରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି।


