Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଭଣ୍ଡାମୀର ବି ଏକ ସୀମା ଅଛି”: ରାହୁଲଙ୍କ ଶିବ ତାଣ୍ଡବ ବୟାନ ଉପରେ ହିମନ୍ତଙ୍କ ପାଲଟା ଜବାବ
ଆଜିର ଖବର

“ଭଣ୍ଡାମୀର ବି ଏକ ସୀମା ଅଛି”: ରାହୁଲଙ୍କ ଶିବ ତାଣ୍ଡବ ବୟାନ ଉପରେ ହିମନ୍ତଙ୍କ ପାଲଟା ଜବାବ

October 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସାମ ମୁଖ୍ୟମନ୍ତ୍ରୀ
"ଭଣ୍ଡାମୀର ବି ଏକ ସୀମା ଅଛି": ରାହୁଲଙ୍କ ଶିବ ତାଣ୍ଡବ ବୟାନ ଉପରେ ହିମନ୍ତଙ୍କ ପାଲଟା ଜବାବ

ଗୁଆହାଟୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶିବ ତାଣ୍ଡବ ବୟାନ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁମାନଙ୍କର ରାମ ମନ୍ଦିର ଯିବାକୁ ସାହସ ନାହିଁ, ସେମାନେ ଆଜି ଶିବ ତାଣ୍ଡବ କଥା କହୁଛନ୍ତି। ଭଣ୍ଡାମୀର ବି ଏକ ସୀମା ଅଛି।

ଏକ୍ସରେ ଏକ ଭିଡିଓ ଜାରି କରି ହିମନ୍ତ କହିଛନ୍ତି ଯେ, “ଯିଏ ଭଗବାନ ରାମଙ୍କୁ ବିରୋଧ କରିଥିଲେ, ସେ ଆଜି ଶିବଙ୍କ ନାଁ ନେଉଛନ୍ତି, କହୁଛନ୍ତି ମୁଁ ତାଣ୍ଡବ କରିବି। ତାଣ୍ଡବ କରିବା ପୂର୍ବରୁ ସନାତନ ଧର୍ମକୁ ସମ୍ମାନ କରିବା ଶିଖ। ଦିନସାରା ସନାତନକୁ ଗାଳି ଦେଉଛ, ରାମ ମନ୍ଦିରକୁ ଗାଳି ଦେଉଛ, ଆଉ ଆଜି ଶିବଜୀ ମନେ ପଡ଼ିଲେ, ତାଣ୍ଡବ ମନେ ପଡ଼ିଲା?”

ରାହୁଲଙ୍କୁ ପ୍ରଶ୍ନ କରି ହିମନ୍ତ କହିଛନ୍ତି ଯେ, “ଯଦି ସତରେ ସନାତନ ପ୍ରତି ସମ୍ମାନ ଅଛି, ତେବେ ଆପଣ ଏବେ ବି ରାମ ମନ୍ଦିର ଯାଇପାରିବେ କି? ଆପଣ ଆଜି ପର୍ଯ୍ୟନ୍ତ ରାମ ମନ୍ଦିର ଯାଇନାହାନ୍ତି। ସନାତନକୁ ଭାଙ୍ଗିବା ପାଇଁ ଆପଣ ଯେଉଁ ଉଦ୍ୟମ କରୁଛନ୍ତି, ଜନତା ତାହା ଭୁଲିନାହାନ୍ତି।

ଆଜି ନିଜେ ଶିବଜୀ ପାଲଟିଗଲେ, ଶିବ ବରଯାତ୍ରୀରେ ଆସିଲେ। ଶିବଜୀଙ୍କୁ କ’ଣ ରାଜନୈତିକ ହତିଆର କରାଯାଇଛି? ଯେଉଁ ବ୍ୟକ୍ତି ରାମ ମନ୍ଦିରକୁ ସ୍ୱୀକାର କରନ୍ତିନାହିଁ, ମଥୁରା-କାଶୀକୁ ମାନନ୍ତିନାହିଁ, ସେ ଆଜି ଶିବଙ୍କ ନାଁ ନେଇ ତାଣ୍ଡବ କରିବେ?”

ଏଥିସହ ରାହୁଲଙ୍କ ଭୋଟ୍ ଚୋରି ଅଭିଯୋଗ ଉପରେ ହିମନ୍ତ କହିଛନ୍ତି ଯେ, ଯଦି ନରେନ୍ଦ୍ର ମୋଦୀ ଭୋଟ୍ ଚୋରି କରି ପ୍ରଧାନମନ୍ତ୍ରୀ ହୋଇଛନ୍ତି, ତେବେ ରାହୁଲ ଗାନ୍ଧୀ ବି ସେହି ପ୍ରକ୍ରିୟାରେ ସାଂସଦ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡିଆ ମେଣ୍ଟର ସୋମବାରର ମାର୍ଚକୁ ନେଇ ସୁପ୍ରିମକୋର୍ଟ ଯିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଏହାକୁ ଶିବ ବରଯାତ୍ରୀ ଓ ଶିବ ତାଣ୍ଡବ ବୋଲି କହିଥିଲେ। ସେ କହିଥିଲେ ଯେ, ଏହି ରାଜନୈତିକ ଆନ୍ଦୋଳନ ପାଇଁ କୌଣସି ସ୍କ୍ରିପ୍ଟ ବା ଯୋଜନାର ଆବଶ୍ୟକତା ନାହିଁ, ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ, ଯେ କେହି ବି ଏଥିରେ ସାମିଲ ହୋଇପାରିବେ।

assam Himanta Biswa Sarma rahul gandhi Shiv Tandav
Share. Facebook Twitter LinkedIn Email WhatsApp Copy Link

Related Posts

ସାମ୍ବାଦିକ ସୁଧାଂଶୁ ରାଉତ ଗିରଫ

October 12, 2026

ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ନେଇ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚିତ

October 12, 2026

ବୋଲଗଡ଼ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର: ୬୮ ଅଭିଯୋଗ ମଧ୍ୟରୁ ୭ଟିର ତତ୍କାଳ ସମାଧାନ

October 12, 2026

ସତର୍କତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ତିନି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା

October 12, 2026
Latest News

“ଭଣ୍ଡାମୀର ବି ଏକ ସୀମା ଅଛି”: ରାହୁଲଙ୍କ ଶିବ ତାଣ୍ଡବ ବୟାନ ଉପରେ ହିମନ୍ତଙ୍କ ପାଲଟା ଜବାବ

October 12, 2026

ସାମ୍ବାଦିକ ସୁଧାଂଶୁ ରାଉତ ଗିରଫ

October 12, 2026

ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 12, 2026

ଓଡ଼ିଶାର ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀକୁ ନେଇ ୧୦ଟି ସ୍ଥାୟୀ ଚିତ୍ରଯୁକ୍ତ ଡାକ ମୋହର ଉନ୍ମୋଚିତ

October 12, 2026

ବୋଲଗଡ଼ରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର: ୬୮ ଅଭିଯୋଗ ମଧ୍ୟରୁ ୭ଟିର ତତ୍କାଳ ସମାଧାନ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.