ଭୁବନେଶ୍ଵର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ସଙ୍ଗମ-୨୦୨୬ରେ ହିମାଚଳ ପ୍ରଦେଶରୁ ୫୦ ଜଣିଆ ଯୁବ ଛାତ୍ର ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଦଳ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡ଼େବ୍ରୀଗଡ଼ ଅଭୟାରଣ୍ୟ ଓ ଐତିହାସିକ ବାରବଖରା ଗୁମ୍ଫା ପରିଦର୍ଶନ କରିଛନ୍ତି। ଚଢ଼େଇଗାଁସ୍ଥିତ ଇମ୍ପିରିଆଲ କଲେଜ ପକ୍ଷରୁ ପ୍ରତିନିଧି ଦଳଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଓ ପିଠାପଣାରେ ଆପ୍ୟାୟିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ଯୋଗଦେଇ ରଙ୍ଗବତୀ ଗୀତ ପରିବେଷଣ କରିଥିଲେ। ଏହି ପ୍ରତିନିଧି ଦଳ ଘୁଡ଼ୁକା, ଡାଲଖାଇ ଓ ସମ୍ବଲପୁରୀ ନୃତ୍ୟଗୀତର ମଧ୍ୟ ମଜା ନେଇଥିଲେ।


