Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି
ଆଜିର ଖବର

ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

October 24, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି
ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଆଜି ଭୁବନେଶ୍ୱରରେ ଚାଲିଥିବା ଉନବିଂଶତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମଆଇ) ସମ୍ମିଳନୀ-୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି । ‘‘ଆଚରଣଗତ ପରିବର୍ତ୍ତନ ଏବଂ ଗଣଯୋଗାଯୋଗ-ଜନସଚେତନତା ମାଧ୍ୟମରେ ପରିବହନ ସାଧନରେ ପରିବର୍ତ୍ତନକୁ ପ୍ରୋତ୍ସାହନ’’ ବିଷୟବସ୍ତୁ ଉପରେ ଏହି ଅଧିବେଶନ ଆୟୋଜନ କରାଯାଇଥିଲା।

ଏଡିଜି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ, ସାଧାରଣ ଯାତ୍ରୀମାନଙ୍କର ଘରୋଇ ବାହନ ଉପରେ ନିର୍ଭରଶୀଳତା କମ୍ କରିବା ଏବଂ ଦୀର୍ଘସ୍ଥାୟୀ ସାର୍ବଜନୀନ ପରିବହନ ପ୍ରଣାଳୀର ଅଧିକରୁ ଅଧିକ ବ୍ୟବହାର ନିମନ୍ତେ ସେମାନଙ୍କୁ ସଚେତନ କରିବା ଲାଗି ରଣନୀତିକ ଗଣଯୋଗାଯୋଗ ଏବଂ ନିରନ୍ତର ଆଚରଣଗତ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଜରୁରୀ। ଏହି ପରିବର୍ତ୍ତନ ଲାଗି ଜନସାଧାରଣଙ୍କୁ ନିରନ୍ତର ଭାବେ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଆଲୋଚନାଚକ୍ରରେ ବହୁ ବିଶେଷଜ୍ଞ ସାମିଲ ହୋଇଥିଲେ। ସେମାନଙ୍କୁ ସମ୍ବୋଧିତ କରି ଶ୍ରୀ ମିଶ୍ର କହିଥିଲେ, ମହାନଗରଗୁଡ଼ିକର ସମ୍ପ୍ରସାରଣରେ ଆଧୁନିକ ଭୌତିକ ଭିତ୍ତିଭୂମି ଏକ ପ୍ରମୁଖ ଆଧାର। ତେବେ ସକ୍ରିୟ ଓ ସହାନୁଭୂତିପୂର୍ଣ୍ଣ ଜନ ସଚେତନତା ମାଧ୍ୟମରେ ନାଗରିକଙ୍କ ମଧ୍ୟରେ ବିଶ୍ୱାସ ଓ ଭରସା ଭାବନା ସୃଷ୍ଟି କରାଯାଇ ପାରିଲେ ସାର୍ବଜନୀନ ପରିବହନ କ୍ଷେତ୍ରରେ ପରିବର୍ତ୍ତନକୁ ସାକାର କରାଯାଇପାରିବ।

ବିଚାରବିମର୍ଶ ସମୟରେ ଗଣଯୋଗାଯୋଗକୁ କେବଳ ଏକ ସାଧାରଣ ପ୍ରଶାସନିକ ସୂଚନା ପ୍ରକ୍ରିୟା ପରିବର୍ତ୍ତେ ସହରୀ ପରିବହନ ପରିଚାଳନା ଏବଂ ବ୍ୟାପକ ପରିବହନ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ପ୍ରତିଷ୍ଠା କରିବା ଉପରେ ଆଲୋଚକମାନେ ଗୁରୁତ୍ୱାରୋପ କରିଥିଲେ । ଜଳବାୟୁ ସହ ଜଡ଼ିତ ଆହ୍ୱାନ, ବାୟୁ ଗୁଣବତ୍ତାରେ ଅବନତି ଏବଂ ସହରଗୁଡ଼ିକରେ ହେଉଥିବା କ୍ରମାଗତ ଟ୍ରାଫିକ୍ ଭିଡ଼କୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ସାର୍ବଜନୀନ ପରିବହନ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ। ଯାତ୍ରୀମାନଙ୍କୁ ସାର୍ବଜନୀନ ପରିବହନ ଆପଣାଇବା ଲାଗି ଅନୁପ୍ରାଣିତ କରିବା ଲାଗି ସେମାନଙ୍କର ଯାତ୍ରାକୁ ସହଜ ଓ ପାରଦର୍ଶୀ କରିବା ଜରୁରୀ ବୋଲି ସେମାନେ କହିଥିଲେ । ଏଥିପାଇଁ ଏପରି ଏକ ବ୍ୟବସ୍ଥା ରହିବା ଉଚିତ୍ ଯାହା ବାସ୍ତବ ସମୟ ବା ରିୟଲ୍ ଟାଇମ୍ରେ ଠିକ୍ ସୂଚନା ଦେଇପାରିବ । ଉଦାହରଣ ସ୍ୱରୂପ, ଭରସାଯୋଗ୍ୟ ସମୟ ସୂଚୀ, ସମନ୍ୱିତ ଟିକେଟ୍ ବ୍ୟବସ୍ଥା, ଭିନ୍ନ ଭିନ୍ନ ପରିବହନ ସାଧନ ମଧ୍ୟରେ ସହଜ ପରିବର୍ତ୍ତନ ଏବଂ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଗମନାଗମନ ସୁବିଧା । ସେହିପରି ସାର୍ବଜନୀନ ପରିବହନକୁ ଦୈନନ୍ଦିନ ଯାତ୍ରା ଲାଗି ଏକ ସୁବିଧାଜନକ, ଶସ୍ତା ଏବଂ ପରିବେଶ ଅନୁକୂଳ ବିକଳ୍ପ ରୂପେ ଉପସ୍ଥାପନ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ ।

ମୁଖ୍ୟ ଆଲୋଚନାର ସାରାଂଶ ଉପସ୍ଥାପନ କରି ଶ୍ରୀ ମିଶ୍ର କହିଥିଲେ, ଭରସା, ବିଭିନ୍ନ କ୍ଷେତ୍ର ମଧ୍ୟରେ ସହଯୋଗ, ବିସ୍ତୃତ ବ୍ୟାଖ୍ୟା ଏବଂ ମଞ୍ଚ ଜରିଆରେ ମତବିନିମୟ ଭଳି ପ୍ରସଙ୍ଗ ପ୍ୟାନେଲ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଛି, କିନ୍ତୁ ଜନ ଭାଗିଦାରୀର ପ୍ରକୃତ ସଫଳତା ‘‘ଯୋଗାଯୋଗର ଉଦ୍ଦେଶ୍ୟ ଏବଂ ଏହାର ଗଭୀରତା’’ ଉପରେ ନିର୍ଭର କରିଥାଏ। ସେ କହିଥିଲେ, ‘‘ଯଦି ନୀତି-ନିର୍ମାତା ଏବଂ କାମକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ନାଗରିକଙ୍କ ସହ ସମ୍ପର୍କ ସ୍ଥାପନ ଲାଗି ସଚ୍ଚୋଟ ଉଦ୍ଦେଶ୍ୟ ନାହିଁ, ତା’ହେଲେ ନିଶ୍ଚିତ ଭାବେ ସଂସ୍ଥାଗତ ଭରସା ତୁଟିଯିବ । କାରଣ ସଚ୍ଚୋଟତା ରହିଲେ ହିଁ ଯାଇ ଭରସା ତିଷ୍ଠି ପାରିବ ।’’

ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସମାନତା ଉପସ୍ଥାପନ କରି, ଶ୍ରୀ ମିଶ୍ର ପ୍ରାଚୀନ ସିନ୍ଧୁ ସଭ୍ୟତାର ଉଦାହରଣ ଦେଇଥିଲେ। ସେ କହିଥିଲେ, ସିନ୍ଧୁ ସଭ୍ୟତାରେ ସହରୀ ବିକାଶ ପ୍ରଶଂସନୀୟ ଥିଲା। ସେଠାରେ ମାନକୀକୃତ ଓଜନ ଓ ମାପ ବ୍ୟବସ୍ଥା, ସୁବ୍ୟବସ୍ଥିତ ପ୍ରତୀକ, ସୁବ୍ୟବସ୍ଥିତ ଜୋନ ବ୍ୟବସ୍ଥା ଭଳି ସୁବିଧା ରହିଥିଲା । ସେହିପରି ମହେଞ୍ଜୋଦାରୋର ଗ୍ରେଟ୍ ବାଥ୍ ବା ବୃହତ ସ୍ନାନାଗାର ଭଳି ଭିତ୍ତିଭୂମି ଜରିଆରେ ସହରୀ ଜୀବନକୁ ନାଗରିକଙ୍କ ପାଇଁ ଅଧିକ ସୁବିଧାଜନକ ଏବଂ ଯୋଗାଯୋଗ ଆଧାରିତ କରାଯାଇପାରିଥିଲା । ସ୍ପଷ୍ଟ ଏବଂ ସୁସଂଗତ ନାଗରିକ ଯୋଗାଯୋଗର ଏହି ଶାଶ୍ୱତ ସିଦ୍ଧାନ୍ତକୁ ବର୍ତ୍ତମାନର ପରିବହନ ପ୍ରଣାଳୀରେ ସାମିଲ କରିବା ଲାଗି ଏଡିଜି ଶ୍ରୀ ମିଶ୍ର ଆଧୁନିକ ପରିବହନ ଯୋଜନା ପ୍ରସ୍ତୁତକାରୀ ଏବଂ ପୌର ପ୍ରଶାସନଗୁଡ଼ିକୁ ନିବେଦନ କରିଥିଲେ ।

ଶ୍ରୀ ମିଶ୍ର ସହର ଯୋଜନା ପ୍ରସ୍ତୁତକାରୀମାନଙ୍କୁ ସାର୍ବଜନୀନ ପରିବହନ ବ୍ୟବସ୍ଥା ସହ ଜଡ଼ିତ ଗଭୀର ଭାବଗତ ଦିଗକୁ ହୃଦୟଙ୍ଗମ କରିବାକୁ ଅନୁରୋଧ କରିଥିଲେ। ବସ୍, ଟ୍ରେନ୍ କିମ୍ବା ଅଟୋ-ରିକ୍ସା କେବଳ ନିର୍ଜୀବ ଯାନ୍ତ୍ରିକ ଯାନ ନୁହେଁ ବୋଲି ଉଲ୍ଲେଖ କରି ସେ ସାର୍ବଜନୀନ ପରିବହନକୁ ଏକ ସମ୍ବେଦନଶୀଳ ‘ସାମାଜିକ ଜୀବନରେଖା’ ଭାବରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ, ଏହି ଜୀବନ ରେଖା ନାଗରିକମାନଙ୍କୁ ସେମାନଙ୍କ ଜୀବିକା, ଶିକ୍ଷା ଏବଂ ସମାଜ ସହିତ ଯୋଡ଼ିଥାଏ ।

ପ୍ରଶାସନିକ ସ୍ତରରେ ଥିବା ଏକ ବଡ଼ ଅଭାବ ବିଷୟରେ ଉଲ୍ଲେଖ କରି, ଶ୍ରୀ ମିଶ୍ର ଆଧୁନିକ ସହରଗୁଡ଼ିକରେ “ସୂଚନା ଅଭାବ” ବା ‘‘ଇନଫର୍ମେସନ୍ ଶାଡୋ’’ର ତୁରନ୍ତ ଦୂରୀକରଣ ପାଇଁ ମଧ୍ୟ ଆହ୍ୱାନ କରିଥିଲେ। ସୁସଂସ୍କୃତ ଡିଜିଟାଲ୍ ଇଣ୍ଟରଫେସର ପ୍ରସାର ସତ୍ତ୍ୱେ ସହରାଞ୍ଚଳ ନାଗରିକଙ୍କ ଏକ ବଡ଼ ଅଂଶ, ବିଶେଷକରି ଅନୌପଚାରିକ ଜନବସତି, ବସ୍ତି ଏବଂ ଅନୁନ୍ନତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକର ବାସିନ୍ଦା ସମୟୋଚିତ ପରିବହନ ସୂଚନାରୁ ବଞ୍ଚିତ ରହିଛନ୍ତି ବୋଲି ସେ କହିଥିଲେ । ଦୀର୍ଘସ୍ଥାୟୀ ପରିବହନ ବିତର୍କରୁ କୌଣସି ସମ୍ପ୍ରଦାୟ ଯେପରି ବାଦ ନପଡ଼ିବେ ତାହା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ, ସ୍ଥାନୀୟ ସ୍ତରର ଏବଂ ସମାବେଶୀ ପଦ୍ଧତି ଆପଣାଇବା ଲାଗି ସେ ସହରାଞ୍ଚଳ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଥିଲେ ।

‘ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସପୋର୍ଟେସନ୍ ଆଣ୍ଡ ଡେଭଲପମେଣ୍ଟ ପଲିସି’ (ଆଇଟିଡିପି)ର ଉପନିର୍ଦ୍ଦେଶିକା କଶ୍ମୀରା ଦୁବାଶଙ୍କ ଦ୍ୱାରା ପରିଚାଳିତ ଏହି ଅଧିବେଶନରେ ବିଭିନ୍ନ କ୍ଷେତ୍ରର ନେତୃବୃନ୍ଦ, ବିଶେଷଜ୍ଞ ଏବଂ ପ୍ରଶାସକମାନେ ସାମିଲ ହୋଇଥିଲେ। ଏହି ଆଲୋଚନା ପ୍ୟାନେଲରେ ଡ. ଭି.ପି. ଜୟସିଲନ୍, ଶିବସୁବ୍ରମଣ୍ୟମ ଜୟାରାମନ୍, ଜିଆଇଜେଡ୍ ଇଜ୍ ର ପ୍ରକଳ୍ପ ମୁଖ୍ୟ କର୍ଣ୍ଣେଲିଆ ଷ୍ଟୋଲଜେନବର୍ଗ, ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (ଡିଏମଆରସି) ର ପ୍ରମୁଖ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁଜ ଦୟାଲ୍, ‘ପର୍ପଜ୍’ର ସହ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହରପ୍ରୀତ ବାଗ୍ଗା, ଅଭିଜିତ୍ ଲୋକ୍ରେ, କୁମାର ମନୀଷ ଏବଂ ଆଶିଷ କୁମାର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅଖିଳ ମିଶ୍ର ପିଆଇବି ଏଡିଜି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ହେବାକୁ ଯାଉଛି ପୂର୍ବ ଭାରତ ପ୍ରଗତିର ମୁଖଶାଳା : ମନମୋହନ

October 24, 2026

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୯ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

October 24, 2026

ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ

October 24, 2026

ବାତ୍ୟା ମୁକାବିଲା ନିମନ୍ତେ ଖୋରଧା ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ଓ ସମୀକ୍ଷା

October 24, 2026
Latest News

ଓଡ଼ିଶା ହେବାକୁ ଯାଉଛି ପୂର୍ବ ଭାରତ ପ୍ରଗତିର ମୁଖଶାଳା : ମନମୋହନ

October 24, 2026

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୯ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

October 24, 2026

ସୋଆ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ

October 24, 2026

ସାର୍ବଜନୀନ ପରିବହନର ପ୍ରୋତ୍ସାହନ ଲାଗି ପ୍ରଭାବୀ ଗଣଯୋଗାଯୋଗ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

October 24, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.