Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଧ୍ରମୁହାଁ ବାତ୍ୟା : ଓଡ଼ିଶାରେ ବର୍ଷା
ଆଜିର ଖବର

ଆନ୍ଧ୍ରମୁହାଁ ବାତ୍ୟା : ଓଡ଼ିଶାରେ ବର୍ଷା

October 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ। ବାତ୍ୟାର ଆଶଙ୍କା ମଧ୍ୟରେ ଓଡ଼ିଶା ଉପରେ ପ୍ରବଳ ବର୍ଷା ଓ ପବନର ବିପଦ ଘନେଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଅବପାତଟି ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ପରେ ବାତ୍ୟାର ରୂପ ନେଇପାରେ। ଅକ୍ଟୋବର ୨୮ ତାରିଖରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ପାଣିପାଗ ଆକଳନ ଅନୁଯାୟୀ, ଅକ୍ଟୋବର ୨୭ ତାରିଖରେ ଜଗତସିଂହପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ କିଲୋମିଟର ଯାଏଁ ପହଞ୍ଚିପାରେ। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା ଓ ନୟାଗଡ଼ ସମେତ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବା ସମୟରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି। ଅକ୍ଟୋବର ୨୮ ତାରିଖ ପାଇଁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।

ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ଯାଏଁ ରହିପାରେ। ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ହେବା ସମ୍ଭାବନା ରହିଛି।

ଅକ୍ଟୋବର ୨୯ ତାରିଖରେ ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଓ ପବନକୁ ନେଇ ସତର୍କ କରାଯାଇଛି। ବାତ୍ୟାର ଗତିପଥ ଏବଂ ତୀବ୍ରତା ଅନୁଯାୟୀ ପାଗରେ ପରିବର୍ତ୍ତନ ହୋଇପାରେ। ବଙ୍ଗୋପସାଗର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଲୋକମାନେ ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ନଜର ରଖିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ।

#BayOfBengal CycloneAlert
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026

ବିଜେପିକୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି?

October 25, 2026

‘ନୀତୀଶ ଗଲେ ପାର୍ଟି ଶେଷ’: ଜେଡିୟୁରୁ ବହିଷ୍କାର ପରେ ଅନନ୍ତ ସିଂହଙ୍କ ବଡ଼ ବୟାନ

October 25, 2026
Latest News

ସୁନାବେଡ଼ା ବନଖଣ୍ଡରେ ୨.୬୦ କୋଟି ହଡ଼ପ: ଫେରାର ବରିଷ୍ଠ ସହାୟକ ଗିରଫ

October 25, 2026

Pahlé India Foundation Report: ସ୍ଥାୟୀ ଉତ୍ପାଦନରୁ ରାଜ୍ୟ ମଧ୍ୟରେ ଅଧିକ ମୂଲ୍ୟ ସୃଷ୍ଟି କରିପାରିବ ଓଡିଶା

October 25, 2026

ବିଜେପିକୁ ଧନ୍ୟବାଦ ଦେଲେ ରାହୁଲ ଗାନ୍ଧୀ: ଜାଣନ୍ତୁ କାହିଁକି?

October 25, 2026

‘ନୀତୀଶ ଗଲେ ପାର୍ଟି ଶେଷ’: ଜେଡିୟୁରୁ ବହିଷ୍କାର ପରେ ଅନନ୍ତ ସିଂହଙ୍କ ବଡ଼ ବୟାନ

October 25, 2026

ସମ୍ପତ୍ତି ଲୋଭରେ ମା’କୁ ହତ୍ୟା ଅଭିଯୋଗ! ଝିଅ ଗିରଫ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.