Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା : ବିଜେଡି
ଆଜିର ଖବର

କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା : ବିଜେଡି

October 25, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
BJP government lacks sincerity regarding Kotia: BJD

ଭୁବନେଶ୍ୱର: ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କୋଟିଆ ପ୍ରସଙ୍ଗରେ ତିଳେ ମାତ୍ର ଆନ୍ତରିକତା ଦେଖାଉ ନାହିିଁ । ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାରରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବା ସତ୍ତ୍ୱେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି । ଏନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦକ, ପୂର୍ବତନ ସାଂସଦ ତଥା ଜାତୀୟ ମୁଖପାତ୍ର ଶ୍ରୀ ପ୍ରଦୀପ ମାଝୀ ଓ ସାଧାରଣ ସମ୍ପାଦକ ତଥା ଜାତୀୟ ମୁଖପାତ୍ର ଶ୍ରୀ ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅନେକ ଦିଗକୁ ଉଲ୍ଲେଖିତ କରୁଛି । କୋଟିଆ ପ୍ରସଙ୍ଗରେ ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଲେ ନାହିଁ । କୋଟିଆ ରାଜ୍ୟର ଭୂସ୍ୱର୍ଗ । ପର୍ଯ୍ୟଟକ ମାନଙ୍କୁ ବିମୋହିତ କରିଥାଏ । ଓଡ଼ିଶାବାସୀ କୋଟିଆ ଆମର ବୋଲି କହୁଥିବା ବେଳେ କିନ୍ତୁ ଆଜି କୋଟିଆ ଅସହାୟ ହୋଇ ପଡିଛି । ତାହାର ଦୂରାବସ୍ଥା ଦେଖିବା ପାଇଁ କେହି ବି ନାହାଁନ୍ତି । ନିର୍ବାଚନ ପୂର୍ବରୁ ଓ ପରେ ବିଜେପି ସରକାର ମାଳ ମାଳ ପ୍ରତିଶ୍ରୁତି ଦେଇଥିବା ବେଳେ ପୂରଣ କରିବାକୁ ଭୁଲି ଗଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରିଥିଲେ । ମାଆକୁ ଆମ୍ଭେ ମାନେ କେବେ ମାଉସୀ ବୋଲି ଡାକିବୁ ନାହିଁ ବୋଲି କହିଥିଲେ । ଉକ୍ରଳ ଦିବସ ମଧ୍ୟ ସେଠାରେ ପାଳନ କରିଥିଲେ । ଆମ ମା ମାଟିକୁ ଆନ୍ଧ୍ର ପ୍ରଦେଶ ହାତକୁ ଯିବାକୁ ଦେବୁନାହିଁ ବୋଲି କହିଥିଲେ । କିନ୍ତୁ ତାହା କେବଳ ଲୋକ ଦେଖାଣିଆ ଥିଲା ବୋଲି ପ୍ରମାଣିତ ହୋଇଛି । ଉକ୍ତ ପ୍ରସଙ୍ଗରେ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସମେତ କେନ୍ଦ୍ରରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ରହିଛି । ସେମାନେ ଚାହିଁ ଥିଲେ ସିଧାସଳଖ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରି ପାରିଥାନ୍ତେ । କିନ୍ତୁ ତାହା କରିଲେ ନାହିଁ । ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଦ୍ୱାରା କୋଟିଆ ପ୍ରସଙ୍ଗର ସମାଧାନ ହେବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ମାଳ ମାଳ ମନ୍ତ୍ରୀ ମାନେ କୋଟିଆ ଗସ୍ତ କରି ସ୍ଥାୟୀ ସମାଧାନ କରିବେ ବୋଲି ବୟାନବାଜି କରିଥିଲେ । ତାହା ମଧ୍ୟ ପାଣିର ଗାର ସାଜିଲା । କୌଣସି ସ୍ଥାୟୀ ସମାଧାନ ହେଲା ନାହିଁ । ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀଙ୍କ ବାରମ୍ବାର କୋଟିଆ ଗସ୍ତ ହୋଇଥିଲେ ସୁଦ୍ଧା ଫଳାଫଳ ଶୂନ୍ୟ ରହିଛି । ଗତ ଅଢେଇ ବର୍ଷ ମଧ୍ୟରେ ରାଜ୍ୟ ସରକାର କୋଟିଆ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । କୋଟିଆ ଦୁର୍ଗମ ଓ ଅଗମ୍ୟ ହୋଇ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିକାଶ ମୂଳକ କାର୍ଯ୍ୟ ହୋଇଥିଲା । ସାରା ଦେଶ ପାଇଁ ବିକାଶର ଏକ ରୋଲ ମଡେଲ ସାଜିଥିଲା । ବିଦ୍ୟୁତ, ରାସ୍ତା, ବିଦ୍ୟାଳୟ, ଥାନା, ଜୀବନ ଜୀବିକା ଆଦି କରି ରୂପରେଖ ପରିବର୍ତନ କରାଇଥିଲେ । ବିଜେଡି ଶାସନ କାଳର ବିକାଶ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିଥିଲା । କୋଟିଆ ପାଇଁ ୧୬୪କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରାଯାଇଥିଲା । କିନ୍ତୁ ବିଜେପି ସରକାରରେ ତାହା ଅବହେଳିତ ହୋଇରହିଛି । କୋଟିଆ ଓଡ଼ିଶାର ହୋଇଥିବା ବେଳେ ମାତ୍ର କୋଟିଆ ଗାଁ ଗୁଡିକ ଉପରେ ଆନ୍ଧ୍ରର ଆଖି ରହିଛି । ଗତ ଅଢେଇ ବର୍ଷରେ ବିଜେପି ସରକାର କୋଟିଆରେ ରଙ୍ଗ ମଧ୍ୟ ମାରି ନାହାଁନ୍ତି । କୋଟିଆର ଉନ୍ନତି ମୂଳକ କାର୍ଯ୍ୟ ଦୂରରେ ଥାଉ । ଆଜି କୋଟିଆ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ବିଜେପି ସରକାରଙ୍କ ଖାଲି ଭାଷଣ ବାଜି, କାମରେ ହେଲେ ଜିରୋ । ଦୁଇଟି ରାଜ୍ୟ ମଧ୍ୟରେ କୋଟିଆ ପ୍ରସଙ୍ଗରେ ବିବାଦ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବସି ରହିଛନ୍ତି । ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ, ନେତା ଆଦି ଓଡ଼ିଶା ମଧ୍ୟକୁ ପ୍ରବେଶ କରି କୋଟିଆରେ ରାଜନୈତିକ ପ୍ରଚାର କରୁଛନ୍ତି । କିନ୍ତୁ ସବୁ ଦେଖି ବିଜେପି ସରକାର ଚୁପ୍ ରହିଛନ୍ତି । ବିଜେପି ସରକାରଙ୍କ ଓଡିଆ ଅସ୍ମିତାର ଦ୍ୱାହି ଏତେ ବେଳକୁ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି । କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି ନବୁଝି ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇ ମୁମ୍ୱାଇ ପଲେଇ ଗଲେ । ଜଣେ ଉପ ଜିଲ୍ଳାପାଳ କୋଟିଆ ବିବାଦ ବୁଝିବେ । ମୁଖ୍ୟମନ୍ତ୍ରୀ ମାଟିକୁ ଭୁଲି ପାର୍ଟିକୁ ଗୁରୁତ୍ୱ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ ଧର୍ମ ପାଳନ କରନ୍ତୁ, ରାଜନୈତିକ ପଶାପାଲିରୁ ଦୂରରେ ରୁହନ୍ତୁ । ବିଜେପି ସରକାରଙ୍କ ନିଦ ନଭାଙ୍ଗିଲେ କୋଟିଆ ଆନ୍ଧ୍ର ପ୍ରଦେଶ ସରକାରଙ୍କ ହୋଇଯିବ । କୋଟିଆରେ ୯୫ ପ୍ରତିଶତ ଆଦିବାସୀ ଲୋକେ ବସବାସ କରୁଛନ୍ତି । ତାଙ୍କୁ ଆନ୍ଧ୍ର ପ୍ରଦେଶ ପଠାଇ ଦେବାକୁ ବିଜେପି ସରକାର ଚକ୍ରାନ୍ତ କରୁଛନ୍ତି କି ପ୍ରଶ୍ନ ଉଠୁଛି । କୋଟିଆକୁ ସୁରକ୍ଷିତ ରଖିବା ପାଇଁ ବିଜେଡି ସର୍ବଦା ଲଢେଇ କରି ଆସୁଛି, ଆଗକୁ ମଧ୍ୟ ଲଢେଇ ଜାରି ରଖିବ ।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, କୋଟିଆ ବିବାଦକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗସ୍ତ କରିଥିଲେ । ସେଠାକାର ପ୍ରତିଟି ସ୍ଥିତି ଅନୁଧ୍ୟାନ କରିଥିଲେ । ଯାହାକୁ ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ଉପସ୍ଥାପନ କରାଯାଇଥିଲା । ରାଜ୍ୟ ସରକାର ତାହା ଜାଣି ମଧ୍ୟ ବିବାଦର ସମାଧାନ ନେଇ ମନ ନିବେଶ କରୁନାହାଁନ୍ତି । ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଥିବା ବେଳେ କୋଟିଆ ସୀମା ବିବାଦର ପ୍ରଧାନମନ୍ତ୍ରୀ ସମାଧାନ କରି ଦେଇପାରନ୍ତେ । ଓଡିଶାବାସୀଙ୍କ ସମସ୍ୟାକୁ ପ୍ରଧାନମନ୍ତ୍ରୀ ବୁଝନ୍ତୁ, ଏଥି ସହିତ ଏହାର ସମାଧାନ କରନ୍ତୁ । ବିଜେପି ସରକାର ନିର୍ବାଚନ ସମୟରେ କୋଟିଆ ସୀମା ବିବାଦର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହାକୁ ପୂରଣ କରିବାରେ ଭୁଲି ଯାଇଛନ୍ତି । ଓଡିଶା ଓ ଆନ୍ଧ୍ର ପ୍ରଦେଶ ସହ ସମସ୍ତ ବିବାଦ ଗତ ଅଢେଇ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ଯାହାର କୌଣସି ସମାଧାନ ହେଲା ନାହିଁ । ଟ୍ରିପଲ ଇଞ୍ଜିନ ସରକାର ଥିବା ବେଳେ ଓଡ଼ିଶା ସରକାର ଚୁପ ହୋଇ ବସିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାର ସପକ୍ଷରେ କେନ୍ଦ୍ର ସରକାରଙ୍କ ସମସ୍ତ ନିଷ୍ପତ୍ତି ଯାଉଛି । କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମନ ଦେଲେ କିଛି ସମୟ ମଧ୍ୟରେ ବିବାଦ ସମଧାନ ହେବ । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି ଏନେଇ ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ ।

ଶ୍ରୀ ବକ୍ସିପାତ୍ର ଆହୁରି ମଧ୍ୟ କହିଛନ୍ତି, ଓଡିଶା ସରକାରଙ୍କ ଅବହେଳା ଯୋଗୁଁ କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ହେଉନାହିଁ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସ୍ଥାୟୀ ସମାଧାନ ନହୋଇ ଗତ ଅଢେଇ ବର୍ଷରେ ତାହା ଆହୁରି ବୃଦ୍ଧି ପାଇଛି । ବିଜେପି ସରକାରଙ୍କ ପାଇଁ ଓଡ଼ିଶାର ସ୍ୱାର୍ଥ ସାଧିତ ହେବା ବଦଳରେ ଅନେକ କ୍ଷତି ହୋଇଛି। ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାର ଏବଂ ପୋଲାଭରମ୍, କୋଟିଆ, ବଂଶଧାରା ଆଦି ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ ମତ ପୋଷଣ କରୁଛନ୍ତି। ଆନ୍ଧ୍ର ପ୍ରଦେଶ ସରକାର ଅପଚେଷ୍ଟା କରୁଥିବା ବେଳେ ଓଡ଼ିଶା ସରକାର ଚୁପ୍ ହୋଇ ବସିଛନ୍ତି । ଇତି ମଧ୍ୟରେ କେନ୍ଦ୍ର ସରକାର ଉକ୍ତ ପ୍ରସଙ୍ଗରେ ଜାଣି ଶୁଣି ହସ୍ତକ୍ଷେପ ନକରି ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । ବିଜେପି ସରକାର ଓଡ଼ିଶାରେ ଆସିଲେ ସବୁ ସମସ୍ୟାର ସମାଧାନ କରିଦେବା ବୋଲି ନିର୍ବାଚନ ସମୟରେ ବିଜେପି ପ୍ରତିଶୃତି ଦେଇଥିଲା । କିନ୍ତୁ ତାହାକୁ ପୂରଣ କରିଲା ନାହିଁ । ଓଡିଶା ଓ ଆନ୍ଧ୍ର ପ୍ରଦେଶ ଆନ୍ତ ରାଜ୍ୟ ସୀମା ବିବାଦରେ ବିଜେପି ସରକାର ଚୁପ୍ ରହିଛନ୍ତି । ବିଜେଡି ଶାସନ କାଳରେ କୋର୍ଟରେ ବଂଶଧାରା ନେଇ ଲଢେଇ କରିଥିଲା । କିନ୍ତୁ ବଂଶଧାରା ଟ୍ରିବ୍ୟୁନାଲ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ । ସେତେ ବେଳେ ବି କେନ୍ଦ୍ର ସରକାର ଚୁପ୍ ରହିଲେ । ସେହିପରି ପୋଲାଭରମ ପ୍ରସଙ୍ଗରେ ଚୁପ୍ ରହିଛନ୍ତି । ଏବେ କୋଟିଆ ସୀମା ବିବାଦରେ ମଧ୍ୟ ଚୁପ୍ ରହି ଆନ୍ଧ୍ର ପ୍ରଦେଶ ସରକାରଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି । ଏଠାରେ ବିଜେପି ପାଇଁ ମାଟି ଠାରୁ ଆଗ ପାର୍ଟି ହୋଇଛି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନ ଯୋଗୁଁ କେନ୍ଦ୍ରରେ ବିଜେପି ସରକାର ରହିଛି । କୋଟିଆ ବିବାଦରେ ଆନ୍ଧ୍ର ପ୍ରଦେଶକୁ କେନ୍ଦ୍ର ସରକାର ସପକ୍ଷ ନକରିଲେ ସେ ସମର୍ଥନ ନେଇଯିବାର ସମ୍ଭାବନା ରହିଛି । ତାହା ହେଲେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗି ଯିବାର ସମ୍ଭାବନା ରହିଛି । ତେଣୁକରି ବିଜେପି ସରକାର କୋଟିଆ ପ୍ରସଙ୍ଗ ସମାଧାନ ନକରି ରାଜନୈତିକ ଗୋଟି ଚାଳନା କରୁଛନ୍ତି । ଓଡିଆ ଅସ୍ମିତା ଆଗରେ ବିଜେପି ସରକାରଙ୍କ ପାଇଁ ଦଳୀୟ ସ୍ୱାର୍ଥ ଆଗ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି ।

କୋଟିଆ ବିଜେଡି ବିଜେପି ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଜନଜାତି ଗୌରବ ଦିବସରେ ସଂସଦ ଭବନରେ ଭଗବାନ୍ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

November 15, 2026

ରାଉଟରରେ ତ୍ରୁଟି ନା ଅବହେଳା? FAA ବିଭ୍ରାଟକୁ ନେଇ ଆରମ୍ଭ ହେଲା ତଦନ୍ତ

November 15, 2026

ଗୋଟିଏ ଡାଟାବେସ୍‌ରେ ରହିବ ସବୁ ହିତାଧିକାରୀଙ୍କ ରେକର୍ଡ, ଜାଣନ୍ତୁ କ’ଣ ବଦଳିବ

November 15, 2026

ମୁଢ଼ି କିଣିବାକୁ ଯାଇ ଫେରିଲେନି ୧୪ ବର୍ଷୀୟ ଦୀନେଶ! ଚୋରି ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ରାସ୍ତାରେ ଗ୍ରାମବାସୀ

November 15, 2026
Latest News

ଜନଜାତି ଗୌରବ ଦିବସରେ ସଂସଦ ଭବନରେ ଭଗବାନ୍ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

November 15, 2026

‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ଭାରତ ଆସିବେ ପାକ୍‌ ମନ୍ତ୍ରୀ

November 15, 2026

୮୦ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବେ ଟ୍ରମ୍ପ-ପୁତିନ୍-ଜିନପିଙ୍ଗ୍

November 15, 2026

ରାଉଟରରେ ତ୍ରୁଟି ନା ଅବହେଳା? FAA ବିଭ୍ରାଟକୁ ନେଇ ଆରମ୍ଭ ହେଲା ତଦନ୍ତ

November 15, 2026

ମହାକାଶ ବିଜ୍ଞାନରେ ଐତିହାସିକ ସଫଳତା: ଆକାଶମାର୍ଗରେ ବୃହତ୍ ମହାକାଶଯାନକୁ ଧରିଲା ସ୍ପେସ୍-ଏକ୍ସ

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.