ଗ୍ୟାସ ଟାଙ୍କି ଫାଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ ଜମ୍ବୁ ମେରାଇନ୍ ଥାନା ଖରିନାସି ଗାଁରେ ଗ୍ୟାସ୍ ଟାଙ୍କି ଫାଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର। ଦୁଇ ମୃତକ ଜଣକ ଜମ୍ବୁ ମେରାଇନ୍ ଅଧୀନରେ ଖରନାସିରେ କାମ କରୁଥିଲେ। ମୃତକଙ୍କ ମଧ୍ୟରୁ ଜଣେ ସୁଶାନ୍ତ ସାହୁ, ଗଞ୍ଜାମର ଛତ୍ରପୁରର ହୋଇଥିବାବେଳେ ଅନ୍ୟଜଣକ ନୟାଗଡ଼ ଅଞ୍ଚଳର ପ୍ରକାଶ ସମାନ୍ତରାୟ ବୋଲି ଜଣାପଡିଛି । ଉଭୟେ ନୌସେନାରୁ ଅବସର ପରେ ଥାନାରେ ଅସ୍ଥାୟୀ କାମ କରୁଥିଲେ ।