Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ
ଆଜିର ଖବର

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Ministry of Home Affairs (MHA) successfully concludes Special Campaign 6

ନୂଆଦିଲ୍ଲୀ: ୨୦୨୬ ବର୍ଷ ପାଇଁ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍) ଏବଂ କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓ)ର ୪୯୦ ଜଣ କର୍ମଚାରୀଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ କରାଯାଇଛି। ଉତ୍କୃଷ୍ଟ କାର୍ଯ୍ୟକୁ ସ୍ୱୀକୃତି ଦେବା, ପେସାଦାର ଦକ୍ଷତାର ଉଚ୍ଚ ମାନଦଣ୍ଡକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବା ଏହି ପଦକର ଉଦ୍ଦେଶ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଥିବା ଏହି ପଦକ ସମସ୍ତ ପୁଲିସ କର୍ମଚାରୀଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ।

ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ଫେବ୍ରୁଆରୀ ୧ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ଆରମ୍ଭ କରାଯାଇଥିଲା। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ବାହିନୀ, ସୁରକ୍ଷା ସଂଗଠନ, ଗୁଇନ୍ଦା ଶାଖା, କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓ), କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍), ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ଏବଂ ଆସାମ ରାଇଫଲ୍ସର ସଦସ୍ୟମାନଙ୍କୁ ଏହି ପଦକ ପ୍ରଦାନ କରାଯାଏ। ଏଥିସହ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଫରେନସିକ୍ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏହି ପଦକ ପାଇବାକୁ ଯୋଗ୍ୟ। ଅପରେସନ୍ କ୍ଷେତ୍ରରେ ଉତ୍କର୍ଷତା, ତଦନ୍ତ କାର୍ଯ୍ୟରେ ଉଲ୍ଲେଖନୀୟ ସେବା, ଅସାଧାରଣ ପ୍ରଦର୍ଶନ, ଦୁଃସାହସିକ ଓ ଅତୁଳନୀୟ ଗୁଇନ୍ଦା ସେବା ଏବଂ ଫରେନସିକ୍ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟରତ ସରକାରୀ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଅବଦାନକୁ ବିଚାରକୁ ନେଇ ଏହି ପଦକ ପ୍ରଦାନ କରାଯାଏ।

ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଏହି ପଦକ ଘୋଷଣା କରାଯାଏ।

ପଦକ ବିଜେତାଙ୍କ ତାଲିକା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୱେବସାଇଟ୍ www.mha.gov.in ରେ ଉପଲବ୍ଧ।

କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ଟ୍ରକ୍ ନେଲା ଯୁବକଙ୍କ ଜୀବନ : ଓମଫେଡ୍ ଛକରେ ଭୟଙ୍କର ଦୁର୍ଘଟଣା

November 23, 2026

ଡାଲି ଦରରେ ଲାଗୁନି ବ୍ରେକ୍‌: ଖାଉଟିଙ୍କ ପକେଟ୍‌କୁ ମହଙ୍ଗା ମାଡ଼

November 23, 2026

ପାକିସ୍ତାନ ଠାରୁ ପରାଜୟ ପାଇଁ କିଏ ଦାୟୀ?: ସବୁ କିଛି କହିଲେ ତିଲକ ବର୍ମା

November 23, 2026

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ଅଭିଯୋଗ ଦାଖଲ କଲେ ମମତା ବାନାର୍ଜୀ: ଜାଲ୍ ସତ୍ୟପାଠ ଅଭିଯୋଗ

November 23, 2026
Latest News

ରାଜଧାନୀରେ ଟ୍ରକ୍ ନେଲା ଯୁବକଙ୍କ ଜୀବନ : ଓମଫେଡ୍ ଛକରେ ଭୟଙ୍କର ଦୁର୍ଘଟଣା

November 23, 2026

ଡାଲି ଦରରେ ଲାଗୁନି ବ୍ରେକ୍‌: ଖାଉଟିଙ୍କ ପକେଟ୍‌କୁ ମହଙ୍ଗା ମାଡ଼

November 23, 2026

ପାକିସ୍ତାନ ଠାରୁ ପରାଜୟ ପାଇଁ କିଏ ଦାୟୀ?: ସବୁ କିଛି କହିଲେ ତିଲକ ବର୍ମା

November 23, 2026

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ଅଭିଯୋଗ ଦାଖଲ କଲେ ମମତା ବାନାର୍ଜୀ: ଜାଲ୍ ସତ୍ୟପାଠ ଅଭିଯୋଗ

November 23, 2026

ଦୀର୍ଘ ସମୟ ନାଇଟ୍‌ ଶିଫ୍ଟ କରୁଛନ୍ତି କି ? ଏହା ହୃଦୟ ପାଇଁ କେତେ ବିପଦଜନକ, ଜାଣନ୍ତୁ

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.