ଆଜି ରାଷ୍ଟ୍ରପତି ରାମନାଥ ୫ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତିକୁ ମଞ୍ଜୁର କରିଛନ୍ତି । ରାଷ୍ଟ୍ରପତି ଭବନ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସମ୍ବନ୍ଧୀୟ ସୂଚନା ରହିଛି । ବର୍ତ୍ତମାନର ହିମାଚଳ ପ୍ରଦେଶର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ରାଜସ୍ଥାନର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ବରିଷ୍ଠ ବିଜେପି ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶିୟାରୀଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଦାୟିତ୍ବ ଦିଆଯାଇଛି । ସେହିପରି ବିଜେପିର ନେତା ବନ୍ଦାରୁ ଦତ୍ତାତ୍ରୟଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତି ମିଳିଛି । ତାମିଲନାଡୁର ବିଜେପି ନେତା ଡ. ତାମିଲିସାଇ ସୁନ୍ଦରରାଜନଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ସରକାରରେ ମନ୍ତ୍ରୀ ରହିଥିବା ଆରିଫ୍ ମହହମ୍ମଦ ଖାନ୍ଙ୍କୁ କେରଳର ରାଜ୍ୟପାଳ ଦାୟିତ୍ବ ଦିଆଯାଇଛି ।