Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଜାଣନ୍ତୁ ଗାଇଡ୍‌ଲାଇନ୍‌ ଓ ବୁକିଂ ନିୟମ
ଆଜିର ଖବର

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଜାଣନ୍ତୁ ଗାଇଡ୍‌ଲାଇନ୍‌ ଓ ବୁକିଂ ନିୟମ

November 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀଙ୍କ ଦୁନିଆରେ ହଜିଯିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ଶିମିଳିପାଳର ନୂଆ ପର୍ଯ୍ୟଟନ ଋତୁ। ରବିବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ପ୍ରଥମ ଦିନରୁ ହିଁ ପର୍ଯ୍ୟଟକଙ୍କ ମଧ୍ୟରେ ଭ୍ରମଣକୁ ନେଇ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଞ୍ଚ ସବୁଜ ଜଙ୍ଗଲ, ମନଲୋଭା ଜଳପ୍ରପାତ, ବିଭିନ୍ନ ବନ୍ୟପ୍ରାଣୀ ଏବଂ ଶିମିଳିପାଳର ସ୍ୱତନ୍ତ୍ର ଆକର୍ଷଣ କଳାବାଘକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ମନରେ ରହିଛି ଅନେକ ଉତ୍କଣ୍ଠା।

ନୂଆ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁବିଧା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ମଧ୍ୟ ସମାନ ଗୁରୁତ୍ୱ ଦେଇଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଏଥର ପ୍ରତିଦିନ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଜଙ୍ଗଲ ଭିତରକୁ ପ୍ରବେଶ ଅନୁମତି ମିଳିବ। ଯଶୀପୁରର କାଳିଆମୀ ଫାଟକ ଦେଇ ୩୫ଟି ଏବଂ ବାରିପଦା ପଟୁ ପିଠାବଟା ବା ଲୁଲୁଙ୍ଗ ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ପ୍ରବେଶ ସମୟକୁ ନେଇ ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶୀପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାକୁ ହେବ। ସେହିପରି ସନ୍ଧ୍ୟା ୬ଟା ପୂର୍ବରୁ ସମସ୍ତଙ୍କୁ ଜଙ୍ଗଲରୁ ବାହାରିବା ବାଧ୍ୟତାମୂଳକ।

ଶିମିଳିପାଳ ଭ୍ରମଣ ପାଇଁ ଆଗୁଆ ଯୋଜନା କରିବା ଜରୁରୀ। ପର୍ଯ୍ୟଟକମାନେ ଶିମିଳିପାଳର ଅଫିସିଆଲ୍‌ ୱେବସାଇଟ୍‌ www.similipal.org ମାଧ୍ୟମରେ ଅନଲାଇନ୍‌ ଏଣ୍ଟ୍ରି ପରମିଟ୍‌ ବୁକ୍‌ କରିପାରିବେ। ପ୍ରତ୍ୟେକ ଗାଡ଼ି ସହ ଜଣେ ପ୍ରଶିକ୍ଷିତ ଗାଇଡ୍‌ ରହିବା ବାଧ୍ୟତାମୂଳକ। ଏହାଦ୍ୱାରା ଜଙ୍ଗଲ ଭିତରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ବନ୍ୟପ୍ରାଣୀଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ମଧ୍ୟ ନଜର ରଖାଯାଇପାରିବ। ଜୋରନ୍ଦା ଓ ବରେହିପାଣି ଭଳି ଆକର୍ଷଣୀୟ ଜଳପ୍ରପାତ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ଫେରିବାକୁ ପଡ଼ିବ।

କେବଳ ଦିନିକିଆ ଭ୍ରମଣ ନୁହେଁ, ଶିମିଳିପାଳର ପ୍ରାକୃତିକ ପରିବେଶ ମଧ୍ୟରେ ରାତ୍ରିଯାପନର ସୁଯୋଗ ମଧ୍ୟ ରହିଛି। ପର୍ଯ୍ୟଟକଙ୍କ ରହଣି ପାଇଁ କୁମାରୀ, ଗୁଡ଼ଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିଠାରେ କଟେଜ୍‌ ବ୍ୟବସ୍ଥା କରାଯାଇଛି। ଏହି କଟେଜ୍‌ରେ ରହିବାକୁ ଚାହୁଁଥିବା ଲୋକେ www.ecotourodisha.com ମାଧ୍ୟମରେ ଆଗୁଆ ବୁକିଂ କରିପାରିବେ। ତେବେ ଜଙ୍ଗଲର ପରିବେଶକୁ ସୁରକ୍ଷିତ ରଖିବା, ବନ୍ୟପ୍ରାଣୀଙ୍କୁ ବିଚଳିତ ନକରିବା ଏବଂ କର୍ତ୍ତୃପକ୍ଷଙ୍କ ସମସ୍ତ ନିୟମ ପାଳନ କରିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଇଛି। ତେଣୁ ଏଥର ଶିମିଳିପାଳ ଯିବାକୁ ଯୋଜନା କରୁଥିଲେ ପରମିଟ୍‌, ଗାଡ଼ି ପ୍ରବେଶ ସମୟ ଓ ରହଣି ବୁକିଂ ସମ୍ପର୍କରେ ଆଗୁଆ ଜାଣି ନିଅନ୍ତୁ।

Similipal Online Booking Similipal Tiger Reserve Similipal Tourism 2026-27
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଦରକାର ପଡ଼ିବନି ଇଣ୍ଟରନ୍ୟାସନାଲ୍ କାର୍ଡ! ବିଦେଶରେ ବି ଭାରତୀୟ UPIର ଜଲୱା, ଜାଣନ୍ତୁ କେଉଁଠି କରିପାରିବେ ପେମେଣ୍ଟ

November 2, 2026

ଦିଲ୍ଲୀ ରାଲିର ଭିଡ଼କୁ ନେଇ ତୁତୁ ମେମେ, ବିଜେପିକୁ ରାୱତଙ୍କ ‘ଆଖିଦାନ’ ଅଫର୍‌

November 2, 2026

କର୍ମଚାରୀଙ୍କ ପାଇଁ EPFOର ବଡ଼ ଉପହାର, ନଭେମ୍ବର ୧ରୁ ଆରମ୍ଭ ନୂଆ ସେବା

November 2, 2026

କଂଗ୍ରେସର ରାମଲୀଳା ମୈଦାନ ଫଟୋକୁ ନେଇ କିରେନ ରିଜିଜୁଙ୍କ କଟାକ୍ଷ

November 2, 2026
Latest News

ଆଉ ଦରକାର ପଡ଼ିବନି ଇଣ୍ଟରନ୍ୟାସନାଲ୍ କାର୍ଡ! ବିଦେଶରେ ବି ଭାରତୀୟ UPIର ଜଲୱା, ଜାଣନ୍ତୁ କେଉଁଠି କରିପାରିବେ ପେମେଣ୍ଟ

November 2, 2026

ଦିଲ୍ଲୀ ରାଲିର ଭିଡ଼କୁ ନେଇ ତୁତୁ ମେମେ, ବିଜେପିକୁ ରାୱତଙ୍କ ‘ଆଖିଦାନ’ ଅଫର୍‌

November 2, 2026

କର୍ମଚାରୀଙ୍କ ପାଇଁ EPFOର ବଡ଼ ଉପହାର, ନଭେମ୍ବର ୧ରୁ ଆରମ୍ଭ ନୂଆ ସେବା

November 2, 2026

ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା: ଦଳ ଛାଡ଼ିଲେ ପଞ୍ଜାବର ୨ ବିଧାୟକ

November 2, 2026

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଜାଣନ୍ତୁ ଗାଇଡ୍‌ଲାଇନ୍‌ ଓ ବୁକିଂ ନିୟମ

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.