ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସୁଛି ଏବଂ ଏପରି ସମୟରେ ସମସ୍ତେ ଦୀପାବଳି ଉପହାର ଓ ବୋନସକୁ ଅପେକ୍ଷା କରିଛନ୍ତି। ଏହି ମଧ୍ୟରେ ଏକ ମେସେଜ ଭାଇରାଲ ହେଉଛି ଯାହା ଲୋକଙ୍କ ମୁହଁରେ ଖୁସିର ଲହର ଆଣି ଦେଇଛି। ୱାଟ୍ସଆପ ଜରିଆରେ ଏହି ମେସେଜ ଆସୁଛି ଏବଂ ଏଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ୮୦୦୦ ଟଙ୍କା ଦୀପାବଳି ବୋନସ ଦେଉଛନ୍ତି।
ଦୀପାବଳି ବୋନସ ନାମରେ ଏହି ମେସେଜକୁ ଅନେକ ଲୋକ ଅପେକ୍ଷା କରିଲେଣି। କିନ୍ତୁ ଏବେ ପ୍ରଶ୍ନ ହେଉଛି ଯେ ସୋସିଆଲ ମିଡିଆରେ ଛାଇ ଯାଇଥିବା ଏହି ମେସେଜ ସତ କି? ସତରେ କେନ୍ଦ୍ର ସରକାର ୮୦୦୦ ଟଙ୍କା ଦେବା ଘୋଷଣା କରିଛନ୍ତି କି? ଆସନ୍ତୁ ଜାଣିବା।
ଭାଇରାଲ ମେସେଜରେ କ’ଣ ଅଛି?
ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏବଂ ବିଶେଷ କରି ୱାଟ୍ସଆପରେ ଯେଉଁ ଖବର ବ୍ୟାପୁଛି, ସେଥିରେ ଦାବି କରାଯାଉଛି ଯେ ଭାରତ ସରକାର ପ୍ରଧାନମନ୍ତ୍ରୀଙ୍କ ନାମରେ ଦୀପାବଳି ବୋନସ ଦେଉଛନ୍ତି। ଏହି ଫଟୋ ସହିତ ମେସେଜରେ କୁହାଯାଉଛି ଯେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ନାମରେ ୮୦୦୦ ଟଙ୍କା ଦୀପାବଳି ବୋନସ ଦେଉଛନ୍ତି। କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ମେସେଜ ଭୁଲ, ନକଲି ଅଟେ।
ସତ କ’ଣ?
PIB ତାର ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ସତ୍ୟତା ଜଣାଇ କହିଛି ଯେ, ୱାଟ୍ସଆପରେ ବ୍ୟାପୁଥିବା ନକଲି ଖବର ଫେକ୍ ଅଟେ ଏବଂ ଏହା ଆପଣଙ୍କୁ ଏକ ୱେବସାଇଟକୁ ନେଇଯାଏ। ଏହି ୱେବସାଇଟ ଆପଣଙ୍କ ଠାରୁ ବ୍ୟକ୍ତିଗତ ତଥ୍ୟ ମାଗେ। ଏପରି ଫିସିଂ ସ୍କାମରୁ ସାବଧାନ ରୁହନ୍ତୁ। ଏଥିରୁ ଆପଣଙ୍କ ଟଙ୍କା ଗାୟବ ହୋଇପାରେ ଏବଂ କୌଣସି ପ୍ରକାର ଲିଙ୍କରେ କ୍ଲିକ କରନ୍ତୁ ନାହିଁ। PIB ଲୋକଙ୍କୁ ସତର୍କ କରି ଏହା ମଧ୍ୟ କହିଛି ଯେ, ଅଜଣା ଲୋକଙ୍କ ସହ ନିଜର OTP ମଧ୍ୟ ସେୟାର କରନ୍ତୁ ନାହିଁ।
ନକଲି ମେସେଜ ଦେଖିଲେ କ’ଣ କରିବେ?
ଯଦି କେନ୍ଦ୍ର ସରକାରଙ୍କ ସହ ଜଡିତ କୌଣସି ସନ୍ଦେହଜନକ ସୂଚନା ଆପଣଙ୍କୁ ମିଳେ ତେବେ PIB ଫ୍ୟାକ୍ଟ ଚେକ ସହ ଯୋଗାଯୋଗ କରିପାରିବେ। PIB ଫ୍ୟାକ୍ଟ ଚେକକୁ ସୂଚନା ଦେବା ପାଇଁ ଆପଣ ସେମାନଙ୍କ ମୋବାଇଲ ନମ୍ବର ୮୭୯୯୭୧୧୨୫୯ ଏବଂ ଇମେଲ ଆଇଡି [email protected] ରେ ଯୋଗାଯୋଗ କରିପାରିବେ। PIB ବ୍ୟତୀତ ତେଲେଙ୍ଗାନା ସାଇବର ସୁରକ୍ଷା ବ୍ୟୁରୋ ମଧ୍ୟ ଲୋକଙ୍କୁ ଏହି ନକଲି ମେସେଜରୁ ସାବଧାନ କରାଇଛି।


