Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦
ଆଜିର ଖବର

ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦

November 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦
ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀ ମାନଙ୍କ ପାଇଁ ୧ ନଭେମ୍ବରରୁ ୩୦ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦ ଆୟୋଜନ କରାଯାଉଛି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟାକୁ ସହଜ ଓ ସୁବିଧାଜନକ କରିବା ସହ ପେନସନଭୋଗୀ ମାନଙ୍କ ପାଇଁ ଅଧିକ ସୁଲଭ କରିବା।

ପୂର୍ବ ତଟ ରେଳପଥ ଅଧୀନରେ ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ ସମେତ ଖୋର୍ଦ୍ଧା ରୋଡ, ସମ୍ବଲପୁର ଏବଂ ରାୟଗଡ଼ା ଡିଭିଜନର ବିଭିନ୍ନ ସ୍ଥାନରେ ଏହି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। ଏହି ଶିବିର ଗୁଡ଼ିକରେ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନେ ଡିଜିଟାଲ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।

ଖୋର୍ଦ୍ଧା ରୋଡ ଡିଭିଜନ ଅଧୀନରେ ବ୍ରହ୍ମପୁର, ବାଲୁଗାଁ, ପୁରୀ, ଭୁବନେଶ୍ୱର, କଟକ, ପାରାଦୀପ, ଅନୁଗୁଳ, ଭଦ୍ରକ ଏବଂ କେନ୍ଦୁଝରଗଡ଼ରେ ଶିବିର ଆୟୋଜନ କରାଯିବ। ରାୟଗଡ଼ା ଡିଭିଜନ ଅଧୀନରେ ଡିଆରଏମ୍ (ପର୍ସୋନେଲ୍) କାର୍ଯ୍ୟାଳୟ, ରାୟଗଡ଼ା ସମେତ କୋରାପୁଟ, ଜୟପୁର ଏବଂ ଆରକୁର ନିର୍ଦ୍ଧାରିତ କାର୍ଯ୍ୟାଳୟଗୁଡ଼ିକରେ ଶିବିର ଅନୁଷ୍ଠିତ ହେବ।

ସମ୍ବଲପୁର ଡିଭିଜନ ଅଧୀନରେ ରେଢ଼ାଖୋଲ, ବଲାଙ୍ଗୀର, ଟିଟିଲାଗଡ଼, ମହାସମୁନ୍ଦ ଏବଂ କଣ୍ଟାବାଞ୍ଜିରେ ଶିବିର ଆୟୋଜନ କରାଯିବ। ଏହା ସହିତ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ କ୍ୟାରେଜ ରିପେୟାର ୱର୍କସପ୍ ଏବଂ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ଅଧୀନରେ ପିସିପିଓ/ପିଏଫଏ (PCPO/PFA) କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ନିର୍ଦ୍ଧାରିତ ସ୍ଥାନରେ ମଧ୍ୟ ଶିବିର ଆୟୋଜନ କରାଯିବ।

୮୦ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ଅତି ବରିଷ୍ଠ ପେନସନଭୋଗୀମାନଙ୍କୁ ସୁବିଧାଜନକ ଭାବେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ।

ଶିବିରକୁ ଆସୁଥିବା ରେଳବାଇ ପେନସନଭୋଗୀ ଏବଂ ପରିବାର ପେନସନଭୋଗୀମାନଙ୍କୁ ସୁବିଧାଜନକ ଭାବେ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଆଧାର କାର୍ଡ, ପେନସନ ପେମେଣ୍ଟ ଅର୍ଡର (PPO), ବ୍ୟାଙ୍କ ପାସବୁକ୍ ଏବଂ ଆଧାର କାର୍ଡ ସହ ସଂଯୁକ୍ତ ମୋବାଇଲ ଫୋନ୍ ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଇଛି।

ଏହି ପଦକ୍ଷେପ ମାଧ୍ୟମରେ ପୂର୍ବ ତଟ ରେଳପଥ ଅବସରପ୍ରାପ୍ତ ରେଳ କର୍ମଚାରୀ ଏବଂ ସେମାନଙ୍କର ପରିବାର ପେନସନଭୋଗୀମାନଙ୍କୁ ସୁଗମ, ଦକ୍ଷ ଏବଂ ପେନସନଭୋଗୀ ଅନୁକୂଳ ସେବା ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରଖିଛି।

ଡିଜିଟାଲ ଲାଇଫ ସାର୍ଟିଫିକେଟ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

November 2, 2026

ପ୍ରଖ୍ୟାତ ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରଲୋକ, ଦିଲ୍ଲୀ ଏମସ୍ ରେ ହେଉଥିଲା ଚିକିତ୍ସା

November 2, 2026

ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ

November 2, 2026
Latest News

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

November 2, 2026

ପ୍ରଖ୍ୟାତ ଡାକ୍ତର ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ପରଲୋକ, ଦିଲ୍ଲୀ ଏମସ୍ ରେ ହେଉଥିଲା ଚିକିତ୍ସା

November 2, 2026

ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ

November 2, 2026

ପୂର୍ବତଟ ରେଳପଥରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ କ୍ୟାମ୍ପେନ୍ ୫.୦

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.