ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ଆଜି କନ୍ସୁଲାର ଆକ୍ସେସ୍ ମିଳିବ । ଗତକାଲି ପାକିସ୍ତାନ ଏଥିପାଇଁ ପ୍ରସ୍ତାବ ଦେଇଥିଲା ପାକିସ୍ତାନ। ପାକସ୍ତାନରେ ଥିବା ଡେପୁଟି ହାଇ କମିଶନର ଗୌରବ ଆଲୁୟୁଲିୟା ସାକ୍ଷାତ କରିବେ । ଆଜି ୧୨ଘଟିକାରେ ଏହି ସାକ୍ଷାତକାର କରିବେ ବୋଲି ଜଣାପଡିଛି । ପାକିସ୍ତାନ ସଠିକ ରୂପେ ସ୍ବତନ୍ତ୍ର, ନିଷ୍ପକ୍ଷ, ସାର୍ଥକ ଓ ଅନ୍ତର୍ରାଷ୍ଟ୍ରୀୟ କୋର୍ଟ ଅଫ୍ ଜଷ୍ଟିସ୍ ଆଦେଶାନୁସାରେ ପାକିସ୍ତାନ କନ୍ସୁଲାର୍ ଆକ୍ସେସ୍ରେ ସାହାଯ୍ୟ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ଆଶା ରଖିଛି । ୪୯ ବର୍ଷ ବୟସ୍କ କୁଳଭୂଷଣଙ୍କୁ ୨୦୧୬ ମସିହା ମାର୍ଚ୍ଚରେ ପାକିସ୍ତାନ ଗିରଫ କରିଥିଲା। ସେ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ ଆଣିଥିଲେ ହେଁ ଭାରତ ଏହାକୁ ଖଣ୍ଡନ କରିଆସୁଛି। ସେ ଇରାନ୍ପଟୁ ପାକିସ୍ତାନରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବଲୁଚିସ୍ତାନରୁ ଗିରଫ କରାଯାଇଥିଲା ବୋଲି ପାକିସ୍ତାନ ଦାବି କରିଆସୁଛି। ଏହାର ଏକ ବର୍ଷ ପରେ ପାକିସ୍ତାନର ଏକ ସାମରିକ କୋର୍ଟ ତାଙ୍କୁ ଫାଶୀଦଣ୍ଡ ଦେଇଥିଲା। ଏହାକୁ ନେଇ ସମଗ୍ର ଭାରତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ଏବଂ ଭାରତ ନ୍ୟାୟ ପାଇଁ ପାକିସ୍ତାନ ବିରୋଧରେ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା। ଆଇସିଜେ ଭାରତ ସପକ୍ଷରେ ରାୟ ଦେବା ସହ ପାକିସ୍ତାନ ଉପରେ ବର୍ଷିଥିଲେ। କୋର୍ଟ ପାକିସ୍ତାନକୁ ନିରପେକ୍ଷ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ।