Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାପା ଆଖି ଆଗରେ ପୁଅକୁ ମାଡ଼ିଗଲା ମୃତ୍ୟୁର ଟ୍ୟାଙ୍କର, ୧୩ ବର୍ଷୀୟ ସୁଜିତଙ୍କ ଚାଲିଗଲା ଜୀବନ
ଆଜିର ଖବର

ବାପା ଆଖି ଆଗରେ ପୁଅକୁ ମାଡ଼ିଗଲା ମୃତ୍ୟୁର ଟ୍ୟାଙ୍କର, ୧୩ ବର୍ଷୀୟ ସୁଜିତଙ୍କ ଚାଲିଗଲା ଜୀବନ

November 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ବାପାଙ୍କ ଆଖି ସାମ୍ନାରେ ଛିନ୍ନଭିନ୍ନ ହୋଇଗଲା ୧୩ ବର୍ଷର ପୁଅର ଜୀବନ। ମାତ୍ର କେଇ ସେକେଣ୍ଡରେ ହସଖୁସିର ସଂସାର ଉପରେ ମାଡ଼ିଆସିଲା ଦୁଃଖର କଳାବାଦଲ। ଘରକୁ ଫେରୁଥିବା ବେଳେ ରାସ୍ତାକଡ଼ରେ ଅଟକିଥିବା ବାଇକ୍‌ ପାଖରେ ଠିଆ ହୋଇଥିବା ନାବାଳକଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ୟାଙ୍କର। ଘଟଣାସ୍ଥଳରେ ହିଁ ଚାଲିଗଲା ନିରୀହ ଜୀବନ। ଖୋର୍ଦ୍ଧା ନିକଟ ଗୁରୁଜଙ୍ଗ-ହଳଦିଆ ରାସ୍ତାର ଟାଙ୍ଗିଆପଡ଼ା ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ମୃତ ନାବାଳକ ହେଉଛନ୍ତି ଟାଙ୍ଗିଆପଡ଼ା ଗ୍ରାମର ସନ୍ତୋଷ ମହାନ୍ତିଙ୍କ ୧୩ ବର୍ଷୀୟ ପୁଅ ସୁଜିତ ମହାନ୍ତି। ଘର ତିଆରି ସାମଗ୍ରୀ କିଣିବା ପାଇଁ ସୁଜିତ ବାପାଙ୍କ ସହ ବାଇକ୍‌ରେ ଖୋର୍ଦ୍ଧା ଆସିଥିଲେ। କାମ ସାରି ଉଭୟ ଘରକୁ ଫେରୁଥିବା ବେଳେ ଟାଙ୍ଗିଆପଡ଼ା ଛକ ନିକଟରେ ଏହି ଅଘଟଣ ଘଟିଥିଲା।

ସୂଚନା ଅନୁସାରେ, ରାସ୍ତାରେ ଯାଉଥିବା ସମୟରେ ସୁଜିତଙ୍କ ବାପା ପରିସ୍ରା କରିବା ପାଇଁ ବାଇକ୍‌ ଅଟକାଇ ରାସ୍ତାକଡ଼କୁ ଯାଇଥିଲେ। ଏହି ସମୟରେ ସୁଜିତ ବାଇକ୍‌ ପାଖରେ ଠିଆ ହୋଇଥିଲେ। ହଠାତ୍ ହଳଦିଆ ପଟୁ ଖୋର୍ଦ୍ଧା ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ଟ୍ୟାଙ୍କର ନାବାଳକଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ିଯାଇଥିଲା। ଟ୍ୟାଙ୍କରର ଚକ ସୁଜିତଙ୍କ ମୁଣ୍ଡ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଆଖି ଆଗରେ ପୁଅର ଏଭଳି ମୃତ୍ୟୁ ଦେଖି ବାପାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରକୁ ଅଟକାଇବା ସହ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ଖବର ପାଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପରେ ଖୋର୍ଦ୍ଧା ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଏବଂ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀ ରାସ୍ତାରୋକ ହଟାଇଥିଲେ। ଗୋଟିଏ ପଟେ ପୁଅକୁ ହରାଇ ପରିବାର ଶୋକରେ ବୁଡ଼ିଥିବା ବେଳେ ଅନ୍ୟପଟେ ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ମାହୋଲ ସୃଷ୍ଟି ହୋଇଛି।

Odisha Road Accident ଟାଙ୍ଗିଆପଡ଼ା ଦୁର୍ଘଟଣା ଟ୍ୟାଙ୍କର ଦୁର୍ଘଟଣା ସୁଜିତ ମହାନ୍ତି ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଅଙ୍କକଷା, ଗାଁ ବୁଲିଲେଣି ନେତା

November 15, 2026

ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍ ଉଦ୍‌ଯାପିତ

November 15, 2026

ଅତି ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍‌ଭାନ’

November 15, 2026

ରେଢ଼ାଖୋଲର ୪ ଖେଳାଳିଙ୍କ ଜାତୀୟ ସ୍ତରରେ କୃତିତ୍ୱ

November 15, 2026
Latest News

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଅଙ୍କକଷା, ଗାଁ ବୁଲିଲେଣି ନେତା

November 15, 2026

ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍ ଉଦ୍‌ଯାପିତ

November 15, 2026

ବାପା ଆଖି ଆଗରେ ପୁଅକୁ ମାଡ଼ିଗଲା ମୃତ୍ୟୁର ଟ୍ୟାଙ୍କର, ୧୩ ବର୍ଷୀୟ ସୁଜିତଙ୍କ ଚାଲିଗଲା ଜୀବନ

November 15, 2026

ଅତି ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍‌ଭାନ’

November 15, 2026

ରେଢ଼ାଖୋଲର ୪ ଖେଳାଳିଙ୍କ ଜାତୀୟ ସ୍ତରରେ କୃତିତ୍ୱ

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.