ମହାପ୍ରଭୁ ଲିଙ୍ଗରାଜ ଆଜି ଉପାସ ରହିବେ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ହୋଇଛି । ବ୍ରାହ୍ମଣ ନିଯୋଗ- ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଏହି ନୀତି ବନ୍ଦ ହୋଇଛି ବୋଲି ସୂଚନା ମିଳିଛି। ଲିଙ୍ଗରାଜଙ୍କ ନୂଆଗାଁ ଜମିରେ ଜବରଦଖଲ ନିର୍ମାଣକୁ ନିଯୋଗର ବିରୋଧ କରୁଛି । ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ଦୁଇ ନିଯୋଗ ଦୋଷ ଦେଇ ମହାପ୍ରଭୁଙ୍କ ନୀତିରେ ଅସହଯୋଗ କରିଛନ୍ତି ।