ଅର୍ଥନୈତିକ ମାନ୍ଦାବସ୍ଥାରେ ପ୍ରଭାବିତ ହୋଇଛି ବଜାଜ ଅଟୋର ବିକ୍ରି। ମଙ୍ଗଳବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବଜାଜ ଅଟୋର ବିକ୍ରିରେ ୧୧ ପ୍ରତିଶତ ହ୍ରାସ ପାଇଛି। ଅଗଷ୍ଟ ମାସରେ ବଜାଜର ସମୁଦାୟ ୩ ଲକ୍ଷ ୯୦ ହଜାର ୨୬ଟି ୟୁନିଟ୍ ବିକ୍ରି ହୋଇଛି। ଗତବର୍ଷର ଅଗଷ୍ଟ ମାସରେ ବଜାଜ ପକ୍ଷରୁ ୪ଲକ୍ଷ ୩୭ ହଜାର ୯୨ ୟୁନିଟ୍ଟି ଗାଡି ବିକ୍ରି କରାଯାଇଥିଲା। ଗତ ବର୍ଷର ଏହି ସମୟରେ ଘରୋଇ ବିକ୍ରି ୨ ଲକ୍ଷ ୫୫ ହଜାର ୬୩୧ ୟୁନିଟ୍ ରହିଥିବା ବେଳେ ଚଳିତ ବର୍ଷ ଏହା ୨ ଲକ୍ଷ ୮ ହଜାର ୧୦୯ ୟୁନିଟ୍କୁ ହ୍ରାସ ପାଇଥିଲା।