ଆମେରିକୀୟ ଖେଳାଳି ରାଜୀବ ରାମ ଏବଂ ଅଷ୍ଟ୍ରେଲିଆର ସାମନ୍ତା ସ୍ତୋସୁର ୟୁଏସ୍ ଓପନ୍ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଏହି ଆମେରିକା-ଅଷ୍ଟ୍ରେଲିଆ ଯୋଡି ଫ୍ରାନ୍ସର କ୍ରିଷ୍ଟେନ୍ ଫ୍ଲିପ୍କେନ୍ସ ଏବଂ ଏଡଓ୍ବାର୍ଡ ରୋଜରଙ୍କୁ 7-6, 7-5(2) ସେଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ବିଲି ଜିନ୍ କିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ତୃତୀୟ ସିଡ୍ ରାଜୀବ-ସାମନ୍ତା ବିଜୟୀ ହୋଇଛନ୍ତି । କ୍ବାର୍ଟରରେ ଉଭୟ ଷଷ୍ଠ ସିଡ୍ ଡେମି ସ୍କଚର୍ସ ଏବଂ ହେନ୍ରି କୋଣ୍ଟିନେନ୍ଙ୍କ ଯୋଡିଙ୍କୁ ଭେଟିବେ । ଅନ୍ୟ ଏକ ପ୍ରି କ୍ବାର୍ଟର ମ୍ୟାଚ୍ରେ ଜେମି ମୁରେ ଏବଂ ବେଥାନୀ ମାଟେକ୍ ସ୍ୟାଣ୍ଡସ୍ ବିଜୟୀ ହୋଇ କ୍ବାର୍ଟରରେ ପ୍ରବେଶ କରିଛନ୍ତି ।


