Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଭେମ୍ବର ୨୯ରେ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍‌’ର ୧୦୦ତମ ସଂସ୍କରଣ ପାଳନ
ଆଜିର ଖବର

ନଭେମ୍ବର ୨୯ରେ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍‌’ର ୧୦୦ତମ ସଂସ୍କରଣ ପାଳନ

November 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନଭେମ୍ବର ୨୯ରେ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍‌’ର ୧୦୦ତମ ସଂସ୍କରଣ ପାଳନ
ନଭେମ୍ବର ୨୯ରେ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍‌’ର ୧୦୦ତମ ସଂସ୍କରଣ ପାଳନ

ଭୁବନେଶ୍ୱର: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଏବଂ ଭାରତୀୟ ଅଲିମ୍ପିକ୍ ସଂଘ (IOA)ର ମିଳିତ ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୯ ତାରିଖ ରବିବାର ଦିନ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍‌’ (Sundays on Cycle) ଅଭିଯାନର ୧୦୦ତମ ସଂସ୍କରଣ ପାଳିତ ହେବ।

ଏହି ଐତିହାସିକ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ପୁଣେର ପିମ୍ପ୍ରି-ଚିଞ୍ଚୱାଡ଼ଠାରେ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଦେଶର ୧୦୦ଟି ପ୍ରମୁଖ ତଥା ଐତିହ୍ୟସମ୍ପନ୍ନ ସ୍ଥାନ ସମେତ ଅନ୍ୟ ୬୦୦ଟି ସ୍ଥାନରେ ଏହି ଅଭିଯାନ ଆୟୋଜିତ ହେବ। ଏଥିରେ ବିଶିଷ୍ଟ ବ୍ୟକ୍ତିତ୍ୱ, କ୍ରୀଡ଼ାବିତ୍ ଏବଂ ହଜାର ହଜାର ଫିଟ୍‌ନେସ୍‌ପ୍ରେମୀ ସାମିଲ ହେବେ। ଏଥିସହ ମେରା ଯୁବା ଭାରତ (MY Bharat)ର ୧.୫ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିବା ସହ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ଗ୍ରହଣ କରିବେ।

ଏହି ୧୦୦ତମ ସଂସ୍କରଣ ଅଲିମ୍ପିକ୍‌ର ତିନୋଟି ମୂଳ ମୂଲ୍ୟବୋଧ – ଉତ୍କର୍ଷ, ସମ୍ମାନ ଓ ବନ୍ଧୁତ୍ୱ (Excellence, Respect and Friendship) ପ୍ରତି ସମର୍ପିତ। ଚଳିତ ସଂସ୍କରଣର ବିଷୟବସ୍ତୁ ରହିଛି “Pedalling Towards India’s Olympic Dream” (ଭାରତର ଅଲିମ୍ପିକ୍ ସ୍ୱପ୍ନ ଦିଗରେ ସାଇକେଲ୍ ଯାତ୍ରା)। ଭାରତର କ୍ରୀଡ଼ା ସଫଳତାକୁ ଉତ୍ସବ ଭାବେ ପାଳନ କରିବା, ଏକ ସୁସ୍ଥ ଓ ସକ୍ଷମ ଭାରତ ଗଠନ କରିବା ଏବଂ ଭବିଷ୍ୟତରେ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାର ଭାରତର ସ୍ୱପ୍ନକୁ ଆହୁରି ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଡଃ ମାଣ୍ଡଭିୟଙ୍କ ମାର୍ଗଦର୍ଶନରେ ଡିସେମ୍ବର ୨୦୨୪ରେ ଫିଟ୍ ଇଣ୍ଡିଆ ‘ସଣ୍ଡେଜ୍ ଅନ୍ ସାଇକେଲ୍’ ଅଭିଯାନର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଏକ ସାପ୍ତାହିକ ଜନ ଅଭିଯାନରେ ପରିଣତ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଫିଟ୍‌ନେସ୍ କା ଡୋଜ୍, ଆଧା ଘଣ୍ଟା ରୋଜ୍’ ଏବଂ ମେଦବହୁଳତା ବିରୋଧୀ ଅଭିଯାନ (Fight Against Obesity)କୁ ଏହା ଆହୁରି ବ୍ୟାପକ କରିଛି।

ଏହି ଅଭିଯାନ କେବଳ ଶାରୀରିକ ସୁସ୍ଥତା ଓ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରୁନାହିଁ, ବରଂ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକଙ୍କୁ ଏକାଠି କରିବାରେ ସହାୟକ ହୋଇଛି। ଏହାର ୧୦୦ତମ ସଂସ୍କରଣ ଦେଶର ଫିଟ୍‌ନେସ୍ ଅଭିଯାନରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ।

ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ସକାଳ ୬ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅଂଶଗ୍ରହଣକାରୀମାନଙ୍କୁ ସକାଳ ୫ଟା ୩୦ ସୁଦ୍ଧା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି। ଏହି ଅବସରରେ ଗଣ ସାଇକେଲ୍ ଶୋଭାଯାତ୍ରା, ବିଭିନ୍ନ ଫିଟ୍‌ନେସ୍ କାର୍ଯ୍ୟକଳାପ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ାବିତ୍‌ଙ୍କ ସହ ଆଲୋଚନା ଆଦି ଆୟୋଜିତ ହେବ।

ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ଭାରତ ଗଠନ ସହିତ ଦେଶର ଅଲିମ୍ପିକ୍ ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ଐତିହାସିକ ସାଇକେଲ୍ ଯାତ୍ରାରେ ସାମିଲ ହେବା ପାଇଁ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ପକ୍ଷରୁ ସମସ୍ତ ନାଗରିକଙ୍କୁ ଆହ୍ୱାନ କରାଯାଇଛି।

ନଭେମ୍ବର ୨୯ ଭାରତ ସରକାର ସଣ୍ଡେଜ୍ ଅନ୍ ସାଇକେଲ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ

November 28, 2026

୨୫ ବର୍ଷ ପରେ ଇଫିରେ ଏକାଠି ହେଲେ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଥିବା ଚଳଚ୍ଚିତ୍ର ନିର୍ମାତା

November 28, 2026

ଚାକିରିରୁ ବିଦା କଲେ ବି ମିଳିବ ପୂରା ଦରମା, ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

November 28, 2026

‘ବାଲ୍ ବିବାହମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ପାଳିଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

November 28, 2026
Latest News

ନଭେମ୍ବର ୨୯ରେ ଦେଶବ୍ୟାପୀ ‘ସଣ୍ଡେଜ୍ ଅନ୍ ସାଇକେଲ୍‌’ର ୧୦୦ତମ ସଂସ୍କରଣ ପାଳନ

November 28, 2026

ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ

November 28, 2026

୨୫ ବର୍ଷ ପରେ ଇଫିରେ ଏକାଠି ହେଲେ ହିନ୍ଦୀ ସିନେମାକୁ ନୂଆ ଦିଗ ଦେଇଥିବା ଚଳଚ୍ଚିତ୍ର ନିର୍ମାତା

November 28, 2026

ଚାକିରିରୁ ବିଦା କଲେ ବି ମିଳିବ ପୂରା ଦରମା, ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

November 28, 2026

‘ବାଲ୍ ବିବାହମୁକ୍ତ ଭାରତ’ ଅଭିଯାନର ଦୁଇ ବର୍ଷ ପୂର୍ତ୍ତି ପାଳିଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.