ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଋଷ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଦି ସକାଳୁ ଭ୍ଲାଡିଭୋଷ୍ଟକରେ ପହଞ୍ଚିବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମୋଦିଙ୍କୁ ଗାର୍ଡ ଅଫ୍ ଅନର ସହିତ ସ୍ବାଗତ କରିଥିଲେ । ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଋଷର ପୂର୍ବୀୟ ପ୍ରାନ୍ତ ଭ୍ଲାଡିଭୋଷ୍ଟକ୍ ଗସ୍ତ କରିଛନ୍ତି । ମୋଦି ଏହି ଅବସରରେ ସାଇବେରିଆନ ପକ୍ଷୀ ଗୁଜୁରାଟ ଉପକୂଳକୁ ଆସନ୍ତି ଏବଂ ମୁଁ ସାଇବେରିଆର ଭ୍ଲାଡିଭୋଷ୍ଟକ ଆସିଛି । ଉଭୟ ରାଷ୍ଟ୍ର ମଧ୍ୟରେ ରହିଥିବା ସମ୍ପର୍କ ଅତ୍ୟନ୍ତ ପୁରାତନ ଏବଂ ଦ୍ବିପାକ୍ଷିକ ଆଲୋଚନା ମଧ୍ୟରେ ଏହାକୁ ନୂତନ ସ୍ତରକୁ ନିଆଯାଇ ପାରିବ ବୋଲି ନିଜ ଅଭିଭାଷଣରେ ମୋଦି ପ୍ରକାଶ କରିଥିଲେ । ସେହିପରି ପ୍ରତିରକ୍ଷା କ୍ଷେତ୍ରକୁ ନେଇ ମୋଦି ଏବଂ ପୁତିନଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି । ସେହିପରି ଭାରତର ମନୁଷ୍ୟକୃ୍ତ ମଙ୍ଗଳ ପ୍ରକଳ୍ପ ଗଗନାୟନକୁ ନେଇ ମଧ୍ୟ ଉଭୟ ନେତା ଆଲୋଚନା କରିବେ ବୋଲି ଜଣାପଡିଛି । ଭ୍ଲାଡିଭୋଷ୍ଟୋକ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ୫ମ ପୂର୍ବୀୟ ଅର୍ଥନୈତିକ ସମ୍ମିଳନୀରେ ଭାରତ ବ୍ୟତୀତ ଋଷ, ବ୍ରାଜିଲ୍, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ଯୋଗ ଦେବେ । ଏହି ସମ୍ମିଳନୀ ବ୍ୟତୀତ ମୋଦି 20ତମ ଭାରତ-ଋଷ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।